Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଜ ନିଜ ଆନୁଗତ୍ୟଙ୍କ ପାଇଁ ଅଣ୍ଟା ଭିଡ଼ିଲେଣି କଟକ ବିଜେଡିର ତୁଙ୍ଗ ନେତା

Odisha

ନିଜ ନିଜ ଆନୁଗତ୍ୟଙ୍କ ପାଇଁ ଅଣ୍ଟା ଭିଡ଼ିଲେଣି କଟକ ବିଜେଡିର ତୁଙ୍ଗ ନେତା

Jitendra Dash
Browse all articles by Jitendra Dash
·2 years ago·2 min read
ନିଜ ନିଜ ଆନୁଗତ୍ୟଙ୍କ ପାଇଁ ଅଣ୍ଟା ଭିଡ଼ିଲେଣି କଟକ ବିଜେଡିର ତୁଙ୍ଗ ନେତା

ଅର୍ଗସ ବ୍ୟୁରୋ : କଟକ ବାରବାଟୀ ବିଜେଡିରେ କେଁ । ଛିଡୁନି ପ୍ରାର୍ଥୀ ଚୟନ ଅଙ୍କ । ଟିକେଟ୍ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍‌ । ନିଜ ନିଜ ଆନୁଗତ୍ୟଙ୍କ ପାଇଁ ଅଣ୍ଟା ଭିଡ଼ିଲେଣି କଟକ ବିଜେଡିର ତୁଙ୍ଗ ନେତା । କଟକ ବାରବାଟୀକୁ ନିଜ ଦଖଲରେ ରଖିବା ପାଇଁ ସବୁ ତୁଙ୍ଗ ନେତା ନବୀନ ନିବାସରେ ଲବି କରୁଛନ୍ତି । ଯାହାକୁ ନେଇ ଏବେ କଟକ ସହର ରାଜନୀତି ବେଶ୍ ଗରମ । ରାଜ୍ୟସଭା ଯିବା ସତ୍ତ୍ଵେ ବାରବାଟୀକୁ ନିଜ ଦଖଲରେ ଏବେ ବି ରଖିବାକୁ ଚାହୁଁଛନ୍ତି ଦେବାଶିଷ ସାମନ୍ତରାୟ । ତାଙ୍କ ଆନୁଗତ୍ୟ ପୂର୍ବତନ କର୍ପୋରେଟର ତଥା ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ଵାଳଙ୍କୁ କଟକ ବାରବାଟୀରୁ ନିର୍ବାଚନ ଲଢେଇବା ନେଇ ଦଳର ସୁପ୍ରିମୋଙ୍କ ନିକଟରେ ଲବି କରୁଛନ୍ତି । 

ସେହିପରି ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ଆନୁଗତ୍ୟ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀଙ୍କ ପାଇଁ ଲବି କରୁଛନ୍ତି । ସେହିପରି ଆଶୀର୍ବାଦ ବେହେରା ନିଜ ପୁଅ ତଥା ଓଡ଼ିଶା କ୍ରିକେଟ ସଂଘ ସମ୍ପାଦକ ସଞ୍ଜୟ ବେହେରାଙ୍କ ପାଇଁ ଲବି କରୁଛନ୍ତି । ଏହାବାଦ୍ କଟକ ମହାନଗର ନିଗମ ମେୟର ସୁବାସ ସିଂ ମଧ୍ୟ କଟକ ବାରବାଟୀ ଉପରେ ନଜର ରହିଥିବା ବେଳେ ସେପଟେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଏହି ଆସନରେ ନିର୍ବାଚନ ଲଢ଼େଇବା ପାଇଁ ଦଳ ଏବେ ଚିନ୍ତା କରୁଛି । ଏହା ବ୍ୟତୀତ ଏମଏସଏମଇ ଅଧ୍ୟକ୍ଷ ଚିନ୍ମୟ ସାହୁ ଓ ଶ୍ରୀମୟୀ ମିଶ୍ରଙ୍କୁ ବାରବାଟୀରୁ ନିର୍ବାଚନ ଲଢେଇ ସରପ୍ରାଇଜ କାର୍ଡ ଖେଳି ପାରନ୍ତି ଦଳର ସୁପ୍ରିମୋ। 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁଦ୍ଧା ୭୨ ଟି ବିଧାନସଭା ଆସନ ପାଇଁ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ସୁପ୍ରିମୋ । ହେଲେ ଏଥିରେ ବାଦ ପଡ଼ିଛି କଟକ ବାରବାଟୀ । କଟକ ସାଂସଦ ପ୍ରାର୍ଥୀଙ୍କ ସହ ବଡ଼ମ୍ବା, ଆଠଗଡ, ବାଙ୍କୀ, କଟକ ସଦର, କଟକ ଚୌଦ୍ଵାର, ନିଆଳି ଆସନ ଦଳର ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ହେଲେ କଟକ ବାରବାଟୀରେ ବିଜେଡିର କିଏ ହେବ ପ୍ରାର୍ଥୀ ? କାହାକୁ ଟିକେଟ ଦେବେ ଦଳର ସୁପ୍ରିମୋ ? ସୁପ୍ରିମୋଙ୍କ ନିକଟରେ ଲବି କରୁଥିବା ନେତାଙ୍କ ଆନୁଗତ୍ୟଙ୍କୁ ଟିକେଟ ମିଳିବ ନା ସରପ୍ରାଇଜ କାର୍ଡ ଖେଳିବେ ନବୀନ । କଟକ ବାରବାଟୀ ପାଇଁ ଟିକେଟ ଘୋଷଣା ହୋଇନଥିବା ବେଳେ ସେପଟେ ଆଶାୟୀଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢୁଛି ସେତିକି ମାତ୍ରାରେ ବିଜେଡିରେ ଗୋଷ୍ଠୀ କନ୍ଦଳ ମଧ୍ୟ ଦେଖାଦେଲାଣି ।
 

Argus Whatsapp Channel Mobile Top
Sponsored
cuttack bjd mla ticket issue | Argus News