Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବକ୍ସ ଡ୍ରେନ ପ୍ରକଳ୍ପ ପାଇଁ ଅଣନିଶ୍ବାସୀ ଅଞ୍ଚଳବାସୀ

Jitendra Dash
Browse all articles by Jitendra Dash
·2 years ago·1 min read
ବକ୍ସ ଡ୍ରେନ ପ୍ରକଳ୍ପ ପାଇଁ ଅଣନିଶ୍ବାସୀ ଅଞ୍ଚଳବାସୀ

ଅର୍ଗସ ବ୍ୟୁରୋ : କଟକକୁ ନୂତନ ରୂପରେଖ ଦେବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ନିର୍ଦ୍ଧାରିତ ସମୟରେ ସରିପାରୁନି ପ୍ରକଳ୍ପ କାମ । ଯାହାକୁ ନେଇ ବଢୁଛି ଅଞ୍ଚଳବାସୀଙ୍କ ସମସ୍ୟା । ବକ୍ସ ଡ୍ରେନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୪୪୦ କୋଟି ଟଙ୍କା । ଅବଧି ସରିଛି କିନ୍ତୁ ସରିପାରୁନି କାମ । ଯେଉଁଥିପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି କେସରପୁର ଅଞ୍ଚଳବାସୀ । ୪ ବର୍ଷ ହେବ ଧୂଆଁ, ଧୂଳି ଖାଇ ଅତିଷ୍ଟ ହେଲେଣି ଲୋକେ । ଏବେ ପୁଣି ଲୋକଙ୍କୁ ଲଲିପପ ଧରାଇଛନ୍ତି CMC କମିଶନର ଓ ମେୟର । ୧୫ ଦିନ ମଧ୍ୟରେ କାମ ସାରିବାକୁ ଦେଇଛନ୍ତି ପ୍ରତିଶ୍ରୁତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବକ୍ସ ଡ୍ରେନ ପାଇଁ ୪ ବର୍ଷ ହେବ ନାହିଁ ନଥିବା ସମସ୍ୟା ଭୋଗିଲେଣି ଲୋକେ । ଡ୍ରେନ୍‌ କାମ ସରୁ ନଥିବାରୁ ଗାଡ଼ି ଚଳାଚଳ ଠପ ହୋଇଯାଇଛି । ଜରୁରୀ ସମୟରେ ଆମ୍ବୁଲାନ୍ସ କି ଦମକଳ ଗାଡ଼ି ଯିବା ମଧ୍ୟ ସମ୍ଭବ ନୁହେଁ । ଯାହାକୁ ନେଇ କେଶରପୁର, ରାଉସାପାଟଣା, ମେରିଆ ବଜାର ଲୋକଙ୍କ ଚିନ୍ତା ବଢ଼ିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିନ ପରେ ଦିନ ଗଡୁଛି ସେପଟେ ପ୍ରକଳ୍ପ କାର୍ଯ୍ୟ ଦିବସ ମଧ୍ୟ ବଢୁଛି । ବକ୍ସ ଡ୍ରେନ ପ୍ରକଳ୍ପ ନେଇ ମେୟର ଓ ସିଏମସି କମିଶନର ଦେଇଥିବା ପ୍ରତିଶ୍ରୁତି ପୂରଣ କେବେ ପୂରଣ ହେଉଛି ଦେଖିବାକୁ ଅପେକ୍ଷା ।
 

Sponsored
cuttack box drain issue | Argus News