Videos
|
Odisha

Cuttack Durga Puja / କଟକ ଦଶହରା ପାଇଁ କମିସନରେଟ ପୋଲିସର ବଡ଼ ପ୍ଲାନ୍; ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
କଟକ ଦଶହରା ପାଇଁ କମିସନରେଟ ପୋଲିସର ବଡ଼ ପ୍ଲାନ୍; ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
Cuttack Durga Puja 2026

Key Points

କଟକ ଦଶହରା ପାଇଁ ପ୍ରସ୍ତୁତ କମିଶନରେଟ୍ ପୋଲିସ
ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ ସାରିବା ପାଇଁ ବଡ଼ ବ୍ୟବସ୍ଥା
ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
କଟକ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ଦୁର୍ଗତିନାଶିନୀ ଦେବୀ ମା' । ଦଶହରାରେ ଝଲସିବ କଟକ ସହର । ମାଆଙ୍କୁ ଦର୍ଶନ କରିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଉ ଏହି ଭିଡ଼ ଭିତରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ । ତେଣୁ ଚଳିତ ବର୍ଷ ଦଶହରା ପାଇଁ କମିସନରେଟ୍ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

  • ସମସ୍ତଙ୍କ ଉପରେ ନଜର ରଖିବ ୧୩୦୦ ସିସିଟିଭି
ଏହାସହିତ ୫୦୦ ଅଫିସର, ୨୧୦୦ ଓଆର ଏବଂ ଏପିଆର କନଷ୍ଟେବଳ, ୬ ପ୍ଲାଟୁନ ୨ କମ୍ପାନୀ ସିଏପିଏଫ ମୁତୟନ ରହିବେ । ୫୭ଟି ଏଡ଼ ପୋଷ୍ଟ ବିଭିନ୍ନ ସ୍ଥାନରେ କରାଯିବ । ଟ୍ରାଫିକ ପରିଚାଳନା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୩୦୦ଟି ସିସିଟିଭିରେ ସମସ୍ତ ସ୍ଥାନ ଉପରେ ନଜର ରଖାଯିବ । କୌଣସି ସ୍ଥାନରେ ବିଶୁଙ୍ଖଳା ହେଲେ ସେହି ସ୍ଥାନରେ ଉପସ୍ଥିତ ପୋଲିସ ଅଫିସର ପଦକ୍ଷେପ ଗ୍ରହଣ କରିବେ ।

ଆଜି ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ପୋଲିସ ବ୍ରିଫିଙ୍ଗରେ ସମସ୍ତଙ୍କ ଦାୟିତ୍ୱ ସଠିକ ଭାବରେ ବୁଝାଇ ଦିଆଯାଇଛି । ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳା ସହ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କାରାଯାଇଛି । ଆୟୋଜିତ ପୋଲିସ ବ୍ରିଫିଙ୍ଗରେ କଟକ ଭୁବନେଶ୍ୱର ପୋଲିସ କମିଶନରଙ୍କ ସହ ଅତିରିକ୍ତ ପୋଲିସ କମିଶନର, କଟକ ଡିସିପି, ଅତିରିକ୍ତ ଡିସିପିମାନେ ଉପସ୍ଥିତ ରହିଥିଲେ ।

  • ପୂଜା କମିଟିରେ ରହିବେ ୧୦ଜଣ ଭଲ୍ୟୁଣ୍ଟର
ପୂଜା ମଣ୍ଡପରୁ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ପର୍ଯ୍ୟନ୍ତ ସବୁଥିରେ ସହଯୋଗ କରିବେ ପୂଜା କମିଟିର ସ୍ୱେଚ୍ଛାସେବୀ । ପ୍ରତ୍ୟେକ ପୂଜା କମିଟିରେ ରହିବେ ୧୦ ଜଣ ଭଲ୍ୟୁଣ୍ଟର । ଏଥିପାଇଁ ସେମାନଙ୍କୁ ଟି-ସାର୍ଟ, ପରିଚୟପତ୍ର ଓ ହୁଇସିଲ୍ ପ୍ରଦାନ କରିଛନ୍ତି କଟକ ଡିସିପି । ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୋଲିସକୁ ସହଯୋଗ କରିବେ ଏହି ଭଲ୍ୟୁଣ୍ଟରମାନେ । ଚଳିତ ବର୍ଷ ପୂଜାରେ ଏହି ଭଲ୍ୟୁଣ୍ଟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି କଟକ ଡିସିପି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମିଳିବ ୬ ମାସର ବୋନସ୍

  • ୧୮୦ଟି ମଣ୍ଡପରେ ହେବ ପୂଜା
ଚଳିତ ବର୍ଷ ସହରରେ ପାଖାପାଖି ୧୮୦ ଟି ମଣ୍ଡପରେ ହେବ ପୂଜା । ତେବେ କଟକର ଐତିହାସିକ ଦଶହରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ପୋଲିସ ଓ ପୂଜା କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ଏହି ଭଲ୍ୟୁଣ୍ଟରମାନେ । ସବୁ ଭଲ୍ୟୁଣ୍ଟରମାନଙ୍କୁ ଥାନା ୱାରୀ ଦିଆଯିବ ପ୍ରଶିକ୍ଷଣ । ପୂଜା ଆରମ୍ଭରୁ ଭସାଣୀ ଶେଷ ହେବା ପର୍ଯ୍ୟନ୍ତ ଏହି ଭଲ୍ୟୁଣ୍ଟରମାନଙ୍କ ରହିବ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେବେ ଏମାନେ କଣ କରିବେ ଆଉ କଣ ନାହିଁ ଏ ନେଇ ସବୁ ଭଲ୍ୟୁଣ୍ଟରମାନଙ୍କୁ ଗାଇଡଲାଇନ ପ୍ରଦାନ କରିଛନ୍ତି ଡିସିପି । ତେବେ କଟକ ଡିସିପିଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସହରର ବରିଷ୍ଠ ମୁରବୀଙ୍କ ସହ ଭଲ୍ୟୁଣ୍ଟରମାନେ ।