Videos
|
Odisha

ଦେଶର ୪୪୬ଟି ସହର ମଧ୍ୟରେ ୧୭୨ ସ୍ଥାନରେ ରହିଛି କଟକ

Jitendra Dash
Browse all articles by Jitendra Dash
·2 years ago·1 min read
ଦେଶର ୪୪୬ଟି ସହର ମଧ୍ୟରେ ୧୭୨ ସ୍ଥାନରେ ରହିଛି କଟକ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଥିବା ୫ଟି ମହାନଗର ନିଗମ ଭିତରେ ତଳ ଆଡୁ ଏକ ନମ୍ବର ଅର୍ଥାତ ପାଞ୍ଚ ନମ୍ବର ସ୍ଥାନରେ ରହିଛି କଟକ ମହାନଗର ନିଗମ । ଯାହାକୁ ନେଇ କଟକ ସହର ବାସିନ୍ଦା ଏବଂ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି । କଟକକୁ ୟୁରୋପର ସ୍ବପ୍ନ ଦେଖାଇ ଥିଲେ ମେୟର । ହେଲେ ଏବେ କଟକ ସହର ଦେଶରେ ଏବଂ ରାଜ୍ୟରରେ ନିନ୍ଦିତ ହୋଇଛି । ସଫେଇ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ମହାନଗର ନିଗମ, ସ୍ବଚ୍ଛତାରେ କିପରି ଏତେ ତଳକୁ ଖସିବା ଆସିଲା ବୋଲି ପ୍ରଶ୍ନ କରିଛନ୍ତି । 

ରାଜ୍ୟରେ ଭୁବନେଶ୍ବର ଶୀର୍ଷରେ ରହିବା ସହିତ ଭାରତ ବର୍ଷରେ ମଧ୍ୟ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ହାସଲ କରିଛି । ସିଏମ୍‌ସି ଶ୍ରେଷ୍ଠ ଶହେ ମଧ୍ୟରେ ନିଜ ସ୍ଥାନ ବନାଇବାରେ ଅସଫଳ ରହିବା ଏବେ ସିଏମସିର ସ୍ବଚ୍ଛତା ଓ ପରିମଳ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେୟର କହୁଛନ୍ତି, କଟକରେ ଜାଇକା ଏବଂ ଅନନ୍ୟା କନଷ୍ଟ୍ରକସନ କାମ ଚାଲୁଥିବାରୁ ସ୍ୱଚ୍ଛ ସର୍ବେକ୍ଷଣରେ ପଛରେ ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆବର୍ଜନା ମୁକ୍ତ ସହର ଭାବେ କଟକକୁ କୌଣସି ଷ୍ଟାର୍ ମିଳିନାହିଁ । ସିଏମ୍‌ସି ସବୁ ସହର ମଧ୍ୟରେ ୪୬୮୧.୪୦ ସ୍କୋର୍ ପାଇଛି । ଡମ୍ପିୟାର୍ଡ ଉନ୍ନତିକରଣରେ ଶୂନ ପ୍ରତିଶତ ପାଇଛି, ଯାହା ଚିନ୍ତାଜନକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cuttack cmc ranking | Argus News