କଟକବାସୀଙ୍କୁ ନିର୍ବାଚନୀ ଥୋପ

ଅର୍ଗସ ବ୍ୟୁରୋ : ଅଧା କାମ, ପୁରା ଉଦଘାଟନ । କଟକବାସୀଙ୍କୁ ନିର୍ବାଚନୀ ଥୋପ । ସିଲଭରସିଟିରେ ବକ୍ସ ଡ୍ରେନ୍ ଉଦଘାଟନରେ କେଁ । ବିରୋଧୀ କହିଲେ, ଅଧା କାମ କରି କରିଦେଲେ ଉଦଘାଟନ । ନିର୍ବାଚନ ଥିବାରୁ କଟକବାସୀଙ୍କୁ ଭୁଆଁ ବୁଲା ଗଲା । ଜଳ ବନ୍ଦୀ ସମସ୍ୟାର କେବେ ହେବ ସମ୍ପୂର୍ଣ୍ଣ ସମାଧାନ । କଟକ ବକ୍ସି ବଜ଼ାର ବାରପଥର ଠାରୁ ପ୍ରଫେସର ପଡା ପର୍ଯ୍ୟନ୍ତ ୨.୮ କିଲୋମିଟର ବକ୍ସ ଡ୍ରେନକୁ ଭିଡ଼ିଓ କନ୍ଫରେସିଂରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବକ୍ସ ହବାଦ୍ୱରା କଟକ ସହର ମୁଖ୍ୟ ସମସ୍ୟା ଜଳ ବନ୍ଦୀ ସମସ୍ୟା ସହ ଟ୍ରାଫିକ ସମସ୍ୟା ଦୂର ହେବ । ଖାସ କରି ଡ୍ରେନ ଉପର କଭର ଥିବାରୁ ଆଉ ଆଳିଆ ଆବର୍ଜନା ର ଜମି ବା ସମସ୍ୟା କମିବ ବୋଲି କହିଛନ୍ତି ମେୟର ।
ସେପଟେ ଏହି ବକ୍ସ ଡ୍ରେନ ଉଦଘାଟନକୁ ବିରୋଧ କରିଛନ୍ତି ବିରୋଧୀ । ବିରୋଧୀ କହିଛନ୍ତି ବକ୍ସ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ନକରି କିପରି ଏହାକୁ ଉଦଘାଟନ କରାଗଲା । ଆଗକୁ ନିର୍ବାଚନ ଥିବାରୁ ଏଭଳି ତରବରିଆ ଭାବେ ଉଦଘାଟନ କରାଯାଇଛି ଏବେ ବି ଅଧିକାଂଶ ଜାଗାରେ ବକ୍ସ ଡ୍ରେନ କାମ ବାକି ଅଛି ବକ୍ସ ଡ୍ରେନ ଉପରେ ହେଉଥିବା ରାସ୍ତା କାମ ଚାଲିଛି । ତେଣୁ ଏହାକୁ ଉଦଘାଟନ କରି କଟକ ଲୋକଙ୍କୁ ଭୁଆଁ ବୁଲାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨୪୫୦ କୋଟି ଟଙ୍କା ବ୍ୟୟରେ ୩୪୦୦ ସହ ମିଟର ବକ୍ସ ଡ୍ରେନ ନିର୍ମାଣ କାର୍ଯ୍ୟ ୨୦୧୨ରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକୁ ସେତେବେଳେ ତାନ୍ତିଆ ଭୋଲଟାସ ଆରମ୍ଭ କରି କିଛି ମାସ ପରେ ଛାଡି ଚାଲିଯାଇଥିଲା ତେବେ ଆଠ ବର୍ଷ କାମ ବନ୍ଦ ରହିଥିଲା । ଫୁଣି ୨୦୨୧ରେ ଏହି କାର୍ଯ୍ୟ ଆରମ୍ଭ କରି ୨୦୨୩ ଜାନୁଆରୀରେ ଶେଷ ହେବ ବୋଲି ଦେଡ ଲାଇନ ରହିଥିଲା । ଦେଡ ଲାଇନ ପାର ପରେ ମଧ୍ୟ କାମ ସାରି ପରି ନଥିଲା ଯାହା ଫଳରେ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିଥିଲା । ବକ୍ସ ଡ୍ରେନ କାର୍ଯ୍ୟ କୁ ତୁରନ୍ତ ସରିବା ପାଇଁ ମହାନଗର ନିଗମ ଏବଂ watco ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।