Group Clash / ଭସାଣି ବେଳେ କଟକରେ ଗୋଷ୍ଠୀ ସଂଘର୍ଷ; ଡିସିପିଙ୍କ ସହ ଏକାଧିକ ଆହତ

Key Points
କଟକରେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ । ଢେଲା ମାଡ଼ରେ ଆହତ ହେଲେ କଟକ ଡିସିପି । କଟକରେ ଭସାଣି ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ହାତୀ ପୋଖରୀ ଛକରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ କଟକ ଡିସିପିଙ୍କ ସହ ଏକାଧିକ ଆହତ ହୋଇଛନ୍ତି ।
କଟକ: ମାଆଙ୍କୁ ମେଲାଣି ବେଳେ ହାତାହାତି । କଟକରେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ । ଢେଲା ମାଡ଼ରେ ଆହତ ହେଲେ କଟକ ଡିସିପି । କଟକରେ ଭସାଣି ଶୋଭାଯାତ୍ରା ସମୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ହାତୀ ପୋଖରୀ ଛକରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ କଟକ ଡିସିପିଙ୍କ ସହ ଏକାଧିକ ଆହତ ହୋଇଛନ୍ତି ।
ଉଭୟ ପକ୍ଷରୁ ଢେଲା ପଥର ଓ କାଚ ବୋତଲ ମାଡ଼ ହୋଇଛି । ଏଥିରେ ଏକାଧିକ ଆହତ ହୋଇଛନ୍ତି । ପରିସ୍ରା କରିବାକୁ ନେଇ ବିବାଦରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବଚସାରୁ ହାତାହାତି ହୋଇଥିଲେ ଉଭୟ ଗୋଷ୍ଠୀ । ସଂଘର୍ଷ ପରେ ସେଠାରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ସୃଷ୍ଟି ହେଲା ପ୍ରଥମ ବାତ୍ୟା, ଜାଣନ୍ତୁ "ଶକ୍ତି" କରିବ କେତେ କ୍ଷତି...
କଟକ ଡିସିପିଙ୍କ ସହ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ସେପଟେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ରାସ୍ତାରେ ବସିଥିଲେ ମେଢ଼ ସହ ଶୋଭାଯାତ୍ରାରେ ଆସିଥିବା ଶତାଧିକ ଯୁବକ । କଟକ ଡିସିପି ଆହତ ହୋଇଥିବା ବେଳେ ତାଙ୍କ ମୁହଁରେ ଆଘାତ ଲାଗିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେଠାରେ ପୋଲିସ ୧୬୩ ଧାରା ଲଗାଇଛି ।
📱 Get Argus News App
✨
ସାହି ପରିକ୍ରମା କରି କଟକର ଦେବୀଗଡ଼ା ଘାଟରେ ମାଙ୍କୁ ବିଦାୟ ଦିଆ ଯାଇଥିଲା । ଚଳିତ ବର୍ଷ କଟକ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିଥିଲା ଡ୍ରୋନ୍ । ଏ ବର୍ଷ ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଥିଲା କମିଶନରେଟ ପୋଲିସ । ସେହିପରି ଭସାଣି ରୁଟରେ ନଜର ରଖିଥିଲା ମୋଟ ୫ ଶହରୁ ଅଧିକ ସିସି ଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସିଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିଥିଲା ପୋଲିସ । ପ୍ରଥମ ଥର ପାଇଁ "CTC 60" ନାମରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।
ଶବ୍ଦ ପ୍ରଦୂଷଣ ବା ୬୦ ଡେସିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ "CTC 60" ପୋଲିସ ଟିମ୍ ଗଢ଼ା ଯାଇଥିଲା । ସାଉଣ୍ଡ ବାବଦରେ କୌଣସି ବ୍ୟତିକ୍ରମ ଦେଖା ଦେଲେ, ପୋଲିସ ପକ୍ଷରୁ ଗୋଟିଏ ଥର ପାଇଁ କୁହାଯିବ । ନ ମାନିଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ ଜବତ କରିବା ସହିତ ମାମଲା ରୁଜୁ କରିବାକୁ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଥିଲା ।
ସେହିପରି ଭସାଣି ସମୟରେ ସହରରେ ମୋଟ ୧୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ ହେବେ । ଏହା ଭିତରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମେଢ଼ ସହିତ ରହିବେ । ସହରର ବିଭିନ୍ନ ସ୍ଥାନରେ ମୋଟ ୬୦ଟି ଏଡ୍ ପୋଷ୍ଟ ରହିବ । ଦେବୀଗଡ଼ା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିଥିଲେ ।
Related Topics
Explore more stories