Gupchup Vendors Raid / ବାଲିଯାତ୍ରା ପୂର୍ବରୁ ବଡ଼ ଆକ୍ସନ; ୨୦ରୁ ଅଧିକ ଗୁପଚୁପ ବ୍ୟବସାୟୀଙ୍କ ଉପରେ ଚଢ଼ାଉ
·1 hour ago·2 min read

Key Points
ବାଲିଯାତ୍ରା ପୂର୍ବରୁ ସିଏମ୍ସି ସ୍ୱାସ୍ଥ୍ୟ ବିଭାଗର ଆକ୍ସନ
ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଗୁପଚୁପ
୨୦ରୁ ଅଧିକ ବ୍ୟବସାୟୀଙ୍କ ଉପରେ ଚଢାଉ
ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଗୁପଚୁପ
୨୦ରୁ ଅଧିକ ବ୍ୟବସାୟୀଙ୍କ ଉପରେ ଚଢାଉ
କଟକ: ଐତିହାସିକ ବାଲିଯାତ୍ରା ପୂର୍ବରୁ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରର ଗୁପଚୁପ ବ୍ୟବସାୟୀଙ୍କ ଉପରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିବା ଅଭିଯୋଗରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସହରର ୩ଟି ପ୍ରମୁଖ ସ୍ଥାନରେ ଥିବା ୨୦ରୁ ଅଧିକ ଗୁପଚୁପ ବ୍ୟବସାୟୀଙ୍କ ଠେଲା ଓ ଗୋଦାମ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଅସ୍ୱାସ୍ଥ୍ୟକର ଗୁପଚୁପ ଓ ପାଣିକୁ ନଷ୍ଟ କରିଦିଆଯାଇଛି ।
ଅନ୍ୟପଟେ, ଗୁପଚୁପ ଜବତ ଓ ନଷ୍ଟ କରାଯିବାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଜବତ ସାମଗ୍ରୀକୁ ନେଇ ବ୍ୟବସାୟୀମାନେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସହ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଛି । ବାଲିଯାତ୍ରା ସମୟରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପଢନ୍ତୁ ଏହି ଖବର: କଟକ ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

- ଗୁପଚୁପ୍ ତିଆରି ସ୍ଥାନରେ ଚଢାଉ
ପଢନ୍ତୁ ଏହି ଖବର: କଟକ ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା
Related Topics
Explore more stories