Bali Jatra 2026 / ବାଲିଯାତ୍ରା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି; କୋଳାହଳରେ ଫାଟି ପଡିବ ମହାନଦୀକୂଳ
·1 hour ago·2 min read

Key Points
ଐତିହାସିକ କଟକ ବାଲିଯାତ୍ରା ୨୦୨୬ ତାରିଖ ଘୋଷଣା
ତଳ ଓ ଉପର ପଡ଼ିଆରେ ପ୍ରସ୍ତୁତି ଜୋରଦାର
ଆଉ କିଛି ଦିନ ପରେ ଫାଟି ପଡ଼ିବ ମହାନଦୀକୂଳ
ତଳ ଓ ଉପର ପଡ଼ିଆରେ ପ୍ରସ୍ତୁତି ଜୋରଦାର
ଆଉ କିଛି ଦିନ ପରେ ଫାଟି ପଡ଼ିବ ମହାନଦୀକୂଳ
କଟକ: ଆସନ୍ତା ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ଉଭୟ ତଳ ଓ ଉପର ପଡ଼ିଆରେ ଆରମ୍ଭ ହେଲାଣି ପ୍ରସ୍ତୁତି । ରାସ୍ତାଘାଟ, ବିଦ୍ୟୁତିକରଣଠାରୁ ଆରମ୍ଭ କରି 'କଟକ ଇନ୍ କଟକ' ଓ ଓରମାସ ଷ୍ଟଲର କାମ ଆରମ୍ଭ ହୋଇଗଲାଣି । ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି କଟକ ଇନ୍ କଟକ ପାଭିଲିଅନ । ତେବେ ଚଳିତ ବର୍ଷ ଉଭୟ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ୨ଟି ଥିମକୁ ନେଇ ପ୍ରସ୍ତୁତ ହେବ ପାଭିଲିଅନ ।
କଟକ ବାଲିଯାତ୍ରା ହେଉଛି ଏସିଆ ମହାଦେଶର ସର୍ଵବୃହତ ମୁକ୍ତାକାଶ ବାଣିଜ୍ୟିକ ମହାକୁମ୍ଭ । ଆଉ କିଛି ଦିନ ପରେ ଲକ୍ଷାଧିକ ଲୋକଙ୍କ ଗହଳି ଏବଂ କୋଳାହଳରେ ଫାଟି ପଡ଼ିବ ମହାନଦୀ କୂଳ । ଏଥର ମେଳାକୁ ସୁବ୍ୟବସ୍ଥିତ କରିବାକୁ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ (କେଏମସି) ଅନେକ ନୂଆ ଯୋଜନା କରିଥିବାବେଳେ ଉଭୟ ତଳ ଓ ଉପର ପଡ଼ିଆରେ ଆରମ୍ଭ ହୋଇଗଲାଣି ଜୋରସୋର ପ୍ରସ୍ତୁତି । ଉଭୟ ତଳ ଓ ଉପର ପଡ଼ିଆରେ ବିଦ୍ୟୁତିକରଣ କାମ ଦ୍ରୁତ ଗତିରେ ଚାଲିଛି । ଖୁଣ୍ଟଗୁଡିକରେ କେବୁଲ ଟଣା କାମ ଦ୍ରୁତ ଗତିରେ ଚାଲିଛି । ଯଥାସମୟରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି ।
ପଢନ୍ତୁ ଏହି ଖବର: ଦୀପାବଳିରେ ପାଗ କେମିତି ରହିବ ? ଖରା ହେବ ନା ବର୍ଷା ଜାଣନ୍ତୁ

- ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ
ପଢନ୍ତୁ ଏହି ଖବର: ଦୀପାବଳିରେ ପାଗ କେମିତି ରହିବ ? ଖରା ହେବ ନା ବର୍ଷା ଜାଣନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନଭେମ୍ବର ୨ରୁ ପ୍ଲଟ ଅକ୍ସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି
Related Topics
Explore more stories