Diwali Weather Odisha / ଦୀପାବଳିରେ ପାଗ କେମିତି ରହିବ ? ଖରା ହେବ ନା ବର୍ଷା ଜାଣନ୍ତୁ
·1 hour ago·2 min read

Key Points
ଦୀପାବଳିରେ ରାଜ୍ୟରେ କେମିତି ରହିବ ପାଗ ?
କିଛି ଜିଲ୍ଲାରେ ବର୍ଷା ସମ୍ଭାବନା
ସୂଚନା ଦେଲା ପାଣିପାଗ ବିଭାଗ
କିଛି ଜିଲ୍ଲାରେ ବର୍ଷା ସମ୍ଭାବନା
ସୂଚନା ଦେଲା ପାଣିପାଗ ବିଭାଗ
ଭୁବନେଶ୍ଵର: ଆସୁଛି ଆଲୋକର ପର୍ବ ଦୀପାବଳି । ରଙ୍ଗୀନ ଝଲମଲ ଆଲୋକରେ ଆଲୋକିତ ହେବ ଚତୁର୍ଦ୍ଦିଗ । ଏଥର ରବିବାର ଦୀପାବଳି ପାଳନ ହେବ । ତେବେ ଦୀପାବଳିରେ ରାଜ୍ୟରେ କେମିତି ରହିବ ପାଗ ? ଖରା ହେବ ନା ବର୍ଷା ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ତେବେ ରାଜ୍ୟରେ ଦୀପାବଳିରେ ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିବ । କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଦୀପାବଳି ଦିନ ରାଜ୍ୟରେ କୌଣସି ବଡ଼ ପାଣିପାଗ ସିଷ୍ଟମର ପ୍ରଭାବ ନାହିଁ । ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ଓ ଅନୁକୂଳ ରହିବା ଆକଳନ କରାଯାଇଛି । ନଭେମ୍ବର ୮ ଓ ୯ ତାରିଖରେ ସମଗ୍ର ରାଜ୍ୟରେ ପାଗ ଶୁଖିଲା ରହିବ । ୧୦ ଓ ୧୧ ତାରିଖରେ କେନ୍ଦ୍ରାପଡ଼ା, କେନ୍ଦୁଝର ଓ ବାଲେଶ୍ୱର ସମେତ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୧୩ରେ ନେଇପାରେ ଘୂର୍ଣ୍ଣିବଳୟର ରୂପ!

- ଏଣିକି ଖସିବ ରାତି ତାପମାତ୍ରା
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୧୩ରେ ନେଇପାରେ ଘୂର୍ଣ୍ଣିବଳୟର ରୂପ!
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗତ ୨୪ଘଣ୍ଟାରେ ଧାରାକୋଟରେ ସର୍ବାଧିକ ବର୍ଷା ରେକର୍ଡ
Related Topics
Explore more stories