Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘଣ୍ଟ ଘଣ୍ଟା ପାରମ୍ପରିକ ବାଜା ବାଦ୍ୟରେ ପ୍ରକମ୍ପିତ କଟକ

Odisha

ଘଣ୍ଟ ଘଣ୍ଟା ପାରମ୍ପରିକ ବାଜା ବାଦ୍ୟରେ ପ୍ରକମ୍ପିତ କଟକ

Jitendra Dash
Browse all articles by Jitendra Dash
·2 years ago·1 min read
ଘଣ୍ଟ ଘଣ୍ଟା ପାରମ୍ପରିକ ବାଜା ବାଦ୍ୟରେ ପ୍ରକମ୍ପିତ କଟକ

ଅର୍ଗସ ବ୍ୟୁରୋ : ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଜା ବାଦ୍ୟରେ ପ୍ରକମ୍ପିତ କଟକ । ସହର ପରିକ୍ରମା କରୁଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ପ୍ରାୟ ୧୦୦ ବିମାନରେ ସଜେଇ ହୋଇ ଦୋଳମୁଣ୍ଡାଇ ରଥ ପଡ଼ିଆରୁ ବାହାରି ସହର ପରିକ୍ରମା କରି ବକ୍ସିବଜାର  ବାସ୍ତରୀ ମଠରେ ପହଞ୍ଚିଥିଲେ ରାଧାକୃଷ୍ଣ । ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପର୍ବରେ ଲୋକମାନେ ରାଧା ଦାମୋଦରଙ୍କ ଯୁଗଳ ମୂର୍ତ୍ତିକୁ ସୁସଜ୍ଜିତ ଦୋଳ ବିମାନରେ ବସାଇ ଗାଁ, ସାହି ପରିକ୍ରମା କରାଇଥାଆନ୍ତି । 

ଘରକୁ ଘର ବୁଲି ଦୋଳ ମହୋତ୍ସବ ପାଳନ କରିଥା'ନ୍ତି । ପୁନେଇଁ ଦିନ ବିଭିନ୍ନ ଗାଁରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଆଉ କଟକ ସହରରେ ଚାଲିଛି ଦୋଳ ମେଳଣ । ଭାଇଚାରାର ସହର କଟକରେ ବାସ୍ତରୀ ମଠ ଆନୁକୂଲ୍ୟରେ ଆୟୋଜିତ ପୂର୍ଣ୍ଣ ଦୋଳ ଯାତ୍ରାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ସୁନା ଦୋଳ । ବିଭିନ୍ନ ସାହିର 90ରୁ ଉର୍ଦ୍ଧ୍ବ ବିମାନ ଏକାଠି ହୋଇ ବାହାରିଥିଲେ ମେଳଣ ପଡିଆକୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନାଚ ଗୀତର ତାଳେ ତାଳେ ଶ୍ରୀଜିଉମାନଙ୍କୁ ପୁରା ନଗର ପରିକ୍ରମା କରାଯାଇଥିଲା । ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ ଏହି ଯାତ୍ରାରେ । କଟକ ସହର ପରିକ୍ରମା କରିସାରିବା ପରେ ବାସ୍ତରୀ ମଠ ପରିସରରେ ସମସ୍ତ ବିଭାନ ଏକତ୍ରିତ ହୋଇ ସଂକୀର୍ତ୍ତନ କରାଯାଇଥିଲା । ଆଜି ଦୋଳ ପୂର୍ଣ୍ଣିମା ଉତ୍ସବକୁ ଧୁମଧାମରେ ପାଳନ ହୋଇଥିବା ବେଳେ, ଆସନ୍ତାକାଲି ହୋଲି ପର୍ବ ପାଳିବା ପାଇଁ ଅପେକ୍ଷା କରିଛନ୍ତି କଟକ ବାସୀ ।
 

Sponsored
cuttack holi celebration | Argus News