Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Birupa River Car Fall / ବିରୂପା ନଦୀକୁ ଖସିପଡ଼ିଲା କାର୍, ଏବେ ବି ଜଣେ ନଦୀ ଭିତରେ ଫସି ରହିଛନ୍ତି

Santosh Kumar Sahoo
Browse all articles by Santosh Kumar Sahoo
·7 months ago·1 min read
ବିରୂପା ନଦୀକୁ ଖସିପଡ଼ିଲା କାର୍,  ଏବେ ବି ଜଣେ ନଦୀ ଭିତରେ ଫସି ରହିଛନ୍ତି
Accident

Key Points

ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଲା କାର୍ । ଜଗତପୁର ପଣ୍ଡାସାହି ନିକଟ ବିରୂପା ନଦୀକୁ ଖସିପଡ଼ିଲା କାର୍ । ଜଣେ ଉଦ୍ଧାର, ଆଉ ଜଣେ କାର୍ ଭିତରେ ଫସି ରହିଥିବା ସୂଚନା  ।
କଟକ ଜଗତପୁରରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଲା କାର୍ । କଟକ ଜଗତପୁର ପଣ୍ଡାସାହି ପାଖ ବିରୂପା ନଦୀକୁ ଖସିପଡ଼ିଲା କାର୍ । ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ କାର୍‌ ଭିତରେ ଆଉ ଜଣେ ଫସି ରହିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍କୁବା ଡାଇଭର୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କାର୍‌ ଭିତରେ ଫସି ରହିଥିବା ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ ।


ଅଧିକ ପଢ଼ନ୍ତୁ: ୨୦ ଲକ୍ଷ ଟଙ୍କା ହଡ଼ପ ପାଇଁ ସାଙ୍ଘାତିକ ଷଡ଼ଯନ୍ତ୍ର, ନିଜ ସାଙ୍ଗ ରଚିଲା ଲୁଟ୍‌ ପ୍ଲାନ୍‌



ମିଳିଥିବା ସୂଚନା ଅନୁସାରେ, କାରଟି ଦ୍ରୁତ ଗତିରେ ଆସୁଥିଲା । ଆଉ ଏହି ସମୟରେ ହଠାତ୍‌ ବ୍ରେକ୍‌ ମାରିବାରୁ ଭାରସ୍ୟାମ ହରାଇ କାରଟି ବିରୂପା ନଦୀ ଭିତରକୁ ଖସିଯାଇଛି । ତେବେ ନଦୀରେ ଗଭୀରତା ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଓ ସ୍କୁବା ଡାଇଭର ନିୟୋଜିତ ହୋଇଛନ୍ତି । ତେବେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଘର ଭୁବନେଶ୍ବର ଲିଙ୍ଗିପୁରର ବୋଲି ଜଣାପଡ଼ିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cuttack Jagatpur Accident: Car Falls into Birupa River, One Person Still Trapped Inside | Argus News