Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ବାଦିକଙ୍କୁ ଆକ୍ରମଣ : ୪ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ସଦର ଥାନା ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
ସାମ୍ବାଦିକଙ୍କୁ ଆକ୍ରମଣ : ୪ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ସଦର ଥାନା ପୋଲିସ

ଅର୍ଗସ ବ୍ୟୁରୋ : କଟକ ସଦରରେ ସାମ୍ବାଦିକଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଅଭିଯୁକ୍ତ ହେଲେ ଚନ୍ଦନ ପାଲ୍, କ୍ଷୀରୋଦ ପାଲ୍‌, ନନ୍ଦନ ପାଲ୍‌, ପ୍ରେମାନନ୍ଦ ପାଲ୍ । ସମସ୍ତଙ୍କ ଘର କାଜିପାଟଣା ଅଞ୍ଚଳରେ । କଟକ ସଦର ଥାନା ଅଞ୍ଚଳରେ ସାମ୍ବାଦିକ ଆରିତ ମାହାପାତ୍ରଙ୍କୁ ବାଲି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିଲେ । 

ଗତକାଲି ରାତିରେ ଆରିତ ଘରକୁ ଫେରୁଥିବା ବେଳେ କାଜିପାଟଣା ଛକରେ ପାଞ୍ଚରୁ ଛଅ ଜଣ ବାଲି ମାଫିଆ ତାଙ୍କ ଉପରେ ଲୁହାରଡ଼ ଓ ପଥରରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ସାମ୍ବାଦିକଙ୍କ ହାତ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଫାଟି ଯାଇଛି । ଏବେ ସେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ କାଜିପାଟଣା ଅଞ୍ଚଳରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଆରିତ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ବାଲି ଚୋରା ଚାଲାଣ ବେଳର ଭିଡିଓ ଉତ୍ତୋଳନ କରିବା ବେଳେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଜୀବନରୁ ମରିଦେବାକୁ ମଧ୍ୟ ଧମକ ଦେଇଥିଲେ ବାଲି ମାଫିଆ ।
 

Sponsored
cuttack journalist attack | Argus News