Videos
|
Odisha

Crime In Odisha / ଟାଟୁ ଦେଲା ଠିକଣା, କଳାହାଣ୍ଡିରୁ ଆଣି କଟକର କାଠଯୋଡ଼ି ପଠାରେ ମହିଳାଙ୍କୁ କିଏ କଲା ହ*ତ୍ୟା ?

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଟାଟୁ ଦେଲା ଠିକଣା, କଳାହାଣ୍ଡିରୁ ଆଣି କଟକର କାଠଯୋଡ଼ି ପଠାରେ ମହିଳାଙ୍କୁ କିଏ କଲା ହ*ତ୍ୟା ?
Tattoo Reveals Woman's Identity

Key Points

କଟକରେ ହତ୍ୟା, କଳାହାଣ୍ଡିରୁ ମିଳିଲା ପରିତୟ । ସ୍ଵାମୀ ଜେଲ୍‌ରେ ଥିବାବେଳେ ଗୌରୀଙ୍କୁ କଟକ ଆଣିଥିବା ଯୁବକ କିଏ ? ହତ୍ୟା ପୂର୍ବରୁ ଗୌରୀଙ୍କୁ ଦୁଷ୍କର୍ମ ସନ୍ଦେହ । 
ଭବାନିପାଟଣା/କଟକ: ୪୩୦ କିଲୋମିଟର ଦୂରରୁ ବସ୍‌ରେ ଆସିଲେ । କଟକ ନେତାଜୀ ବସ୍ ଟର୍ମିନାଲ୍‌ରେ ଓହ୍ଲାଇ କାଠଯୋଡ଼ି ନଦୀ ପଠାକୁ ଚାଲି ଚାଲି ଗଲେ । ଆଉ ସନ୍ଧ୍ୟା ହେଉ ହେଉ ରକ୍ତରଞ୍ଜିତ ହୋଇଗଲା ନଦୀ ପଠା, ଖେଳିଗଲା ଆଲୋଡ଼ନ । ରାଜା ବଗିଚା ନିକଟ କାଠଯୋଡ଼ି ପଠାରେ ଗତ ବୁଧବାର ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ହତ୍ୟାର ୭ ଦିନ ପରେ ପରିଚୟ ମିଳିଛି ।

ମହିଳାଙ୍କ ହାତରେ ଥିବା ଟାଟୁରୁ ମଳିଛି ପରିଚୟ । ମୃତ ମହିଳା ଜଣଙ୍କ ନର୍ଲା ଥାନା ବିଲାଟ ଗାଁ ବୁଡୁକାପଡ଼ାର ଗୌରୀ ଭୋଇ ବୋଲି ଜଣାପଡ଼ିଛି । ଆଶ୍ଚର୍ଯ୍ୟର କଥା ହେଉଛି, ଗୌରୀଙ୍କ ସ୍ୱାମୀ ଅଭିନାଶ ଏବେ ମଦନପୁର ରାମପୁର ଜେଲ୍‌ରେ ବନ୍ଦୀ ଅଛନ୍ତି । ସ୍ଵାମୀ ଜେଲ୍‌ରେ ଥିବାବେଳେ ଗୌରୀଙ୍କୁ କିଏ ଓ କାହିଁକି କଟକ ଆଣି ହତ୍ୟା କଲା ? ତାକୁ ନେଇ ସସପେନ୍ସ ବଢିଛି । ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୋଲିସ ।

ଏଥିସହ ପଢ଼ନ୍ତୁ: ବିରଳ ଯୋଡ଼ାମୁଣ୍ଡ ଶିଶୁ ଜନ୍ମ; ଗୋଟିଏ ଶରୀରରେ ରହିଛି ଦୁଇଟି ମୁଣ୍ଡ, ଦୁଇଟି ଛାତି 

ଟାଟୁ ଦେଲା ମୃତକଙ୍କ ଠିକଣା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ୭ ତାରିଖ ସନ୍ଧ୍ୟାରେ କଟକ ସିଟି କଲେଜ ସାମ୍ନା କାଠଯୋଡ଼ି ନଦୀପଠାରେ ମିଳିଥିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ । ମହିଳାଙ୍କ ହାତରେ 'ଅବିନାଶ-ଗୌରୀ' ଲେଖା ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ଘଟଣାସ୍ଥଳରୁ ଏକ ପ୍ଲାଷ୍ଟିକ୍ ବିଛଣା, ଦୁଇଟି ଷ୍ଟିଲ୍ ପ୍ଲେଟ୍, ଚାଉଳ ଆଦିବ ମିଳିଥିଲା ।

ଯାହା ପରେ ପୋଲିସ ସିସିଟିଭି ଫୁଟେଜ ଅନୁଧ୍ୟାନ କରିଥିଲା । ଦେଖା ଯାଇଥିଲା- ସିଏନବିଟିରେ ବସ୍‌ରୁ ଓହ୍ଳାଇବା ପରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ସାଥିରେ ଧରି ଚାଲି ଚାଲି ନଦୀପଠାକୁ ଆସିଥିଲା । ଆଉ ସେହି ନଦୀ ପଠାରେ ଗୌରୀଙ୍କୁ ପଥରରେ ଛେଚି ମାରି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ଗୋରୁ ଗାଡ଼ିକୁ ଅଟକାଇବାରୁ ଭୋର୍ ଭୋର୍‌ରୁ ଗୁଳିମାଡ଼; ପୋଲିସ ଭଳି ପାଇଲଟିଂ କରୁଥିଲା ବୋଲେରୋ 

ପ୍ରେମ ବିବାହ, ଜେଲ୍ ଆଉ ଏବେ ହତ୍ୟା

ଗୌରୀଙ୍କ ପରିବାରର ସୂଚନା ଅନୁଯାୟୀ, ୨୦୧୭ ମସିହାରେ ଗୌରୀ, ରୂପ୍ରାରୋଡ଼ର ଅଭିନାଶ ସାହୁଙ୍କ ସହ ପ୍ରେମ ବିବାହ କରି ଭବାନୀପାଟଣାରେ ରହୁଥିଲେ । ହେଲେ ଅଭିନାଶ କୌଣସି ଏକ ମାମଲାରେ ଏବେ ମଦନପୁର ରାମପୁର ଉପକାରାଗାରରେ ସଜା କାଟୁଛନ୍ତି ।

ସ୍ଵାମୀ ଜେଲ୍‌ରେ ଥିବାବେଳେ ଗୌରୀଙ୍କୁ କଟକ ଆଣିଥିବା ଯୁବକ କିଏ ? ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ନାଁରେ ପୂର୍ବରୁ ଚୋରି ଭଳି ଅପରାଧିକ ରେକର୍ଡ ରହିଛି । ହତ୍ୟା ପୂର୍ବରୁ ଗୌରୀଙ୍କୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି । ସ୍ୱାବ ନମୁନା ଭୁବନେଶ୍ୱର ସ୍ଥିତ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି ।