Cattle Smuggling / ଗୋରୁ ଗାଡ଼ିକୁ ଅଟକାଇବାରୁ ଭୋର୍ ଭୋର୍ରୁ ଗୁଳିମାଡ଼; ପୋଲିସ ଭଳି ପାଇଲଟିଂ କରୁଥିଲା ବୋଲେରୋ
·1 hour ago·2 min read

Key Points
କଟକରୁ ବାଲେଶ୍ଵର ସବୁଠି ସକ୍ରିୟ ଗୋ-ମାଫିଆ । ଦିନ ଦ୍ଵି-ପ୍ରହରରେ ଗୋରୁଙ୍କୁ ଚୋରା ଚାଲାଣ କରୁଛନ୍ତି । ଅଟକାଇଲେ ଗୁଳିମାଡ଼ କରୁଛନ୍ତି ।
ଆଠଗଡ଼/ସୋର: ଆଗେ ଆଗେ ବୋଲେରୋ । ପଛରେ ଗୋରୁ ଭର୍ତ୍ତି ପିକଅପ୍ । ପୂରା ପୋଲିସ ଭଳି ସୁରକ୍ଷା ଦେଇ ବେଆଇନ୍ ଗୋ-ଚାଲାଣ କରୁଥିଲେ ମାଫିଆ । ଗୋରୁ ଗାଡ଼ିକୁ ସୁରକ୍ଷା ଦେବା ପାଇଁ ରଖିଥିଲେ ବନ୍ଧୁକ ଓ ଭୁଜାଲି । ଲୋକେ ଅଟକାଇବାରୁ ଗୋରୁ ମାଫିଆ ଫାଙ୍କା ଗୁଳିଚାଳନା ମଧ୍ୟ କରିଛନ୍ତି ।
ମଙ୍ଗଳବାର ଭୋର୍ ସମୟରେ କଟକ ଜିଲ୍ଲା ଆଠଗଡ଼ ମୁଣ୍ଡଳୀ ଠାରେ ଗୁଳିମାଡ଼ ହୋଇଛି । ଭୋର୍ ସମୟରେ ମୁଣ୍ଡଳୀ ଦେଇ ଏକଧଳା ପିକ୍ ଅପ ଗାଡ଼ିରେ ଗୋରୁ ଚାଲାଣ ହେଉଥିବା ଦେଖିଥିଲେ ସ୍ଥାନୀୟ ଯୁବକ । ଯାହା ପରେ ସ୍ଥାନୀୟ ଯୁବକ ଓ ଲୋକେ ଗାଡ଼ିଟିକୁ ଅଟକାଇଥିଲେ ।
ଏଥିସହ ପଢ଼ନ୍ତୁ: ବିବାହର ୨ ବର୍ଷ ପରେ ଘର ଭିତରୁ ଉଦ୍ଧାର ହେଲା ନବଦମ୍ପତିଙ୍କ ମୃତଦେହ
ଜନ ସାଧାରଣ ଗୋରୁ ଚାଲାଣ ଗାଡ଼ି ଅଟକାଇବାରୁ ପାଇଲଟିଂ କରି ଯାଉଥିବା ବୋଲେରୋରେ ଥିବା ମାଫିଆ ମାନେ ଗୁଳିମାଡ଼ କରିଥିଲେ । ତେବେ ଗୁଳି କାହା ଦେହରେ ବାଜି ନାହିଁ । ଉଭୟ ଗୋରୁ ଗାଡ଼ି ସହ ବୋଲେରୋକୁ ଗ୍ରାମବାସୀ ଅଟକ ରଖିଛନ୍ତି ।
ପିକଅପ୍ ଭ୍ୟାନ୍ରେ ଗୋ-ମାଫିଆ ଅତି ଦୟନୀୟ ଭାବେ ୧୧ରୁ ଅଧିକ ଗୋରୁଙ୍କୁ ଚାଲାଣ କରୁଥିଲେ । ଗୋ-ମାଫିଆଙ୍କ ବୋଲେରୋରୁ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ମଧ୍ୟ ମିଳିଛି । ଗୋ-ଚାଲାଣରେ ସମ୍ପୃକ୍ତ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋରରୁ ୧୨ ଗୋରୁ ଉଦ୍ଧାର
ସେପଟେ ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ମଧ୍ୟ ଗୋ-ଚାଲାଣ ହେଉଥିବା ବେଳେ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ସୋର କୁପାରୀ ରାସ୍ତା ସରସଙ୍ଖ ନିକଟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍କୁ ଜବତ କରାଯାଇଛି ।
ସୂଚନା ଅନୁସାରେ, ପିକଅପ୍ ଭ୍ୟାନ୍ଟି ଡଗରପଡ଼ାରୁ ୧୨ ଗୋରୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ କର୍ମକର୍ତ୍ତା ଗାଡ଼ିକୁ ସରଶଙ୍ଖ ନିକଟରେ ଅଟକାଇ ସୋର ପୋଲିସକୁ ଖବର ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ବଦଳିଲେ ଓଡ଼ିଶାର ରାଜ୍ୟପାଳ....ବ୍ରଜମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ
ଖବର ପାଇ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ପିକଅପ୍ ଭ୍ୟାନ୍କୁ ଜବତ କରିଛି । ଗାଡ଼ିରେ ଥିବା ୧୨ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଗୋରୁଙ୍କୁ ଗୋ-ଶାଳାରେ ଛଡ଼ାଯିବ ବୋଲି ସୂଚନା ଦେଇଛି ସୋର ଥାନା ପୋଲିସ ।
କେବଳ କଟକ କି ବାଲେଶ୍ଵର ନୁହେଁ । ଜାତୀୟ ରାଜପଛ ୧୬ ଦେଇ ପ୍ରତିଦିନ ଏଭଳି ଚୋରା ଗୋ-ଚାଲାଣ ହେଉଛି । ଅଧିକାଂଶ ସମୟରେ ପଶ୍ଚିମବଙ୍ଗକୁ ବେଆଇନ୍ ଗୋ-ଚାଲାଣ କରାଯାଉଛି ।

Related Topics
Explore more stories