Videos
|
Odisha

Crime In Odisha / SCB ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ, ହେଲେ ଲଜ୍‌ରୁ ମିଳିଲା ମହିଳାଙ୍କ ମୃତଦେହ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
SCB ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ, ହେଲେ ଲଜ୍‌ରୁ ମିଳିଲା ମହିଳାଙ୍କ ମୃତଦେହ
Cuttack Woman Found Dead in Lodge, Male Friend Missing

Key Points

ରହସ୍ୟଘେରରେ ଲଜ୍‌ରେ ମହିଳାଙ୍କ ମୃତ୍ୟୁ
ହତ୍ୟା ନା ଅନ୍ୟ କିଛି ?
ଫେରାର ପୁରୁଷ ବନ୍ଧୁଙ୍କୁ ଖୋଜୁଛି ପୋଲିସ
କଟକ: କଟକ ମଙ୍ଗଳାବାଗ ମେଡିକାଲ ରୋଡ୍‌ରେ ଥିବା ଏକ ଲଜ୍‌ରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ ସୃଷ୍ଟି କରିଛି ବଡ଼ ସନ୍ଦେହ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମହିଳାଙ୍କ ସହ ଲଜ୍‌କୁ ଆସିଥିବା ପୁରୁଷ ବନ୍ଧୁ ଜଣକ କିଏ ? ସେ ଏବେ କେଉଁଠି ? ସେହି ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ାଉ ଜାରି ରଖିଛି ପୋଲିସ । ତେବେ ଏହା ଏକ ହତ୍ୟାକାଣ୍ଡ ନା ଅନ୍ୟ କିଛି, ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଏଥିସହ ପଢ଼ନ୍ତୁ: ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ସାଙ୍ଗର ଗଳା କାଟିଲା ସାଙ୍ଗ 

ମଙ୍ଗଳାବାଗ ଥାନା ଅନ୍ତର୍ଗତ ମେଡିକାଲ ରୋଡ୍‌ରେ ଥିବା 'ବିନାୟକ ଲଜ୍'ର ରୁମ୍ ନମ୍ବର ୧୨୫ରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ସେ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ଲଜ୍‌ର ବାଥରୁମ୍‌ରୁ ମହିଳାଙ୍କ ମୃତଦେହ ମିଳିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତକଙ୍କ ନାକରେ ଲାଗିଥିଲା ତୁଳା, ଆଖି ଥିଲା ଖୋଲା ଏବଂ ବାଥରୁମ୍‌ର ଅସ୍ୱାଭାବିକ ଅବସ୍ଥାରେ ପଡ଼ିଥିଲା ମୃତଦେହ । ମହିଳା ସହ ଲଜ୍‌କୁ ଆସିଥିବା ପୁରୁଷ ବନ୍ଧୁ ଜଣକ ବର୍ତ୍ତମାନ ଫେରାର ଅଛନ୍ତି । ପୋଲିସ ଲଜ୍ ଆଖପାଖର ସିସିଟିଭି ଫୁଟେଜ୍, ମହିଳାଙ୍କ ବ୍ୟାଗ୍ ଓ ମୋବାଇଲ୍ ଫୋନ୍ ଜବତ କରି ତଦନ୍ତ ଚଳାଇଛି ।

ଶୁକ୍ରବାର ସନ୍ଧ୍ୟା ପାଖାପାଖି ୬.୩୦ ମିନିଟ୍ ସମୟରେ ନିଜ ପୁରୁଷ ବନ୍ଧୁଙ୍କ ସହ କଟକ ମଙ୍ଗଳାବାଗ ସ୍ଥିତ ବିନାୟକ ଲଜ୍‌କୁ ଆସିଥିଲେ । ଶନିବାର ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା କରିଥିଲେ ବୋଲି ତାଙ୍କ ମେଡିକାଲ ରିପୋର୍ଟରୁ ଜଣା ପଡ଼ିଛି ।

ଏଥିସହ ପଢ଼ନ୍ତୁ: ଗୋଟିଏ ଦିନରେ ହୃଦ୍‌ଘାତରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ 

କିନ୍ତୁ, ତାଙ୍କ ସହ ଆସିଥିବା ସେ ପୁରୁଷ ବନ୍ଧୁ କିଏ ? ଲଜ୍ ବାଥରୁମ୍‌ରେ ପ୍ରକୃତରେ କ'ଣ ଘଟିଥିଲା ? ମୃତ୍ୟୁ ପଛରେ ରହିଛି କି କୌଣସି ଗୂଢ଼ ରହସ୍ୟ ? ଏହା ଏକ ହତ୍ୟାକାଣ୍ଡ ନା ଅସ୍ୱାଭାବିକ ମୃତ୍ୟୁ ? ଏହି ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ଯେତିକି ଚ୍ୟାଲେଞ୍ଜପୂର୍ଣ୍ଣ, ତା'ଠାରୁ ଅଧିକ ଚ୍ୟାଲେଞ୍ଜ ହେଉଛି ଫେରାର ଥିବା ପୁରୁଷ ବନ୍ଧୁଙ୍କୁ ଧରିବା ।