Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜନ୍ମଦିନ ପୂର୍ବରୁ ଡାକି ନେଲା ଯମ; ଏକାଠି ଜଳିଲା ୩ ଜୁଇ

Odisha

Heartbreaking / ଜନ୍ମଦିନ ପୂର୍ବରୁ ଡାକି ନେଲା ଯମ; ଏକାଠି ଜଳିଲା ୩ ଜୁଇ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଜନ୍ମଦିନ ପୂର୍ବରୁ ଡାକି ନେଲା ଯମ; ଏକାଠି ଜଳିଲା ୩ ଜୁଇ
Three Friends Die While Bathing in Mahanadi River

Key Points

ଛୁଟିରେ ସବୁ ସାଙ୍ଗ ଏକାଠି ହୋଇଥିଲେ । ଆଉ ଦୁଇଦିନ ପରେ ଅମ୍ଲାନ ନିଜ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳିଥାନ୍ତେ, ହେଲେ ସବୁକିଛି ଓଲଟପାଲଟ ହୋଇଗଲା ।
କଟକ: ଅକାଳରେ ଚାଲିଗଲା ତିନି ତିନିଟି ମୂଲ୍ୟବାନ ଜୀବନ । ମହାନଦୀରେ ଗାଧୋଇବା ହେଲା କାଳ । ମଜାମସ୍ତି କରି ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଆଖି ବୁଜିଲେ ୩ ଜଣ ଛାତ୍ର ।

କଟକ ଜଗତପୁର ଖଇରାପୋଲ ନିକଟ ସତବାଟିଆ ମହାନଦୀରେ ରବିବାର ଘଟିଥିବା ଏହି ଅଭାବନୀୟ ଦୁର୍ଘଟଣାରେ ତିନିଜଣଯାକ ଛାତ୍ରଙ୍କ ମୃତଦେହ ମିଳିବା ପରେ ମେଡିକାଲରେ ଦେଖାଦେଇଛି ଏକ ଶୋକାକୁଳ ପରିବେଶ । ସାଙ୍ଗର ଜନ୍ମଦିନ ପାଳିବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଯାଇଛି।

ଏଥିସହ ପଢ଼ନ୍ତୁ: ଦୋହଲିଯିବ କି ଓଡ଼ିଶା ରାଜନୀତି ? 'ପଶାପାଲି' ଫିଲ୍ମ ମାଧ୍ୟମରେ ପରଦାକୁ ଫେରୁଛନ୍ତି ଶ୍ରୀମୟୀ ମିଶ୍ର 

ରବିବାର, ସମୟ ପାଖାପାଖି ଦିନ ୪ଟା । ମହାନଦୀରେ ଗାଧୋଇବା ପାଇଁ ବାହାରିଥିଲେ ୪ ଜଣ ସାଙ୍ଗ । ଜଗତପୁରର ଖଇରା ପୋଲ ନିକଟସ୍ଥ ମହାନଦୀ ପଠାକୁ ଯାଇ ମଜାମସ୍ତି କରି ଗାଧୋଉଥିବା ବେଳେ ସତେ ଯେମିତି ନଦୀର ଜଳରାଶିରେ କାଳ ରୂପି ଜମ ଲୁଚି ରହିଥିଲା ।

ପ୍ରଥମେ ଅମ୍ଲାନଙ୍କ ଗୋଡ଼ ଖସିଯିବାରୁ ତାଙ୍କୁ ବଞ୍ଚେଇବାକୁ ଯାଇ ଗୋଟିଏ ପରେ ଗୋଟିଏ ତିନିଜଣଯାକ ନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ମାରାଥନ୍ ରେସ୍କ୍ୟୁ ଅପରେସନ୍ ।

ମୃତକ ହେଉଛନ୍ତି କଟକ ପୋତାପୋଖରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୦୨୧ ବ୍ୟାଚ୍‌ର ପୁରାତନ ଛାତ୍ର । ଅରିଜିତ ଓ ମୁକ୍ତିପ୍ରସାଦ ଦୁଇଜଣ ବିଏସସି ପାସ୍ କରିଥିବା ବେଳେ ଅମ୍ଲାନ ରାଉରକେଲା ସରକାରୀ ଇଂଜିନିୟରିଂ କଲେଜରେ ବିଟେକ୍ ପଢୁଥିଲେ ।

ଏଥିସହ ପଢ଼ନ୍ତୁ: ଭୁଶୁଡ଼ିଲା ନିର୍ମାଣାଧିନ କୋଠାର ପାଚେରୀ; ୩ ଶ୍ରମିକ ମୃତ, ଅନେକ ଫସିଥିବା ଆଶଙ୍କା 

ଛୁଟିରେ ସବୁ ସାଙ୍ଗ ଏକାଠି ହୋଇଥିଲେ । ଆଉ ଦୁଇଦିନ ପରେ ଅମ୍ଲାନ ନିଜ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳିଥାନ୍ତେ, ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ବର୍ଥ ଡେ ତ ପାଳନ ହେଲାନି ସଭିଏଁ ଏକାଠି ହୋଇ ଜୁଇରେ ଜଳିଲେ ।

ତେବେ ନଦୀର ଏପରି ବିପଜ୍ଜନକ ସ୍ଥାନରେ ଗାଧୋଇବା ପାଇଁ ବାରଣ ଥିବା ବେଳେ ବାରମ୍ବାର ଏଭଳି ଅଘଟଣ ଘଟୁଛି । ଏଣିକି ପୋଲିସ୍ ତରଫରୁ ବିପଦପୂର୍ଣ୍ଣ ସ୍ଥାନରେ ସଚେତନତା ବୋର୍ଡ ଲଗାଯିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯିବ ବୋଲି ଏସିପି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored