|
logo
Live

Argus News - ବିବାହ ପାଇଁ ନିବେଦନ କରିବାରୁ ଯୁବକକୁ ଛୁରୀ ଭୁଷି ହତ୍ୟା କରିଲେ ନାବାଳିକା ଝିଅର ମଉସା

Odisha

ବିବାହ ପାଇଁ ନିବେଦନ କରିବାରୁ ଯୁବକକୁ ଛୁରୀ ଭୁଷି ହତ୍ୟା କରିଲେ ନାବାଳିକା ଝିଅର ମଉସା

Jitendra Dash
Browse all articles by Jitendra Dash
·2 years ago·1 min read
ବିବାହ ପାଇଁ ନିବେଦନ କରିବାରୁ ଯୁବକକୁ ଛୁରୀ ଭୁଷି ହତ୍ୟା କରିଲେ ନାବାଳିକା ଝିଅର ମଉସା

ଅର୍ଗସ ବ୍ୟୁରୋ : ଘରେ ପଶି ଜୋର୍ ଜବରଦସ୍ତ ବିବାହ ପାଇଁ ନିବେଦନ କରିବାରୁ ଯୁବକକୁ ଛୁରୀ ଭୁଷି ହତ୍ୟା କରିଲେ ନାବାଳିକା ଝିଅର ମଉସା । କଟକ ସଦର ଥାନା ଅନ୍ତର୍ଗତ ଇନ୍ଦିରାଗ୍ରାମରେ ଘଟିଛି ଏଭଳି ଚଞ୍ଚଲ୍ୟକର ଘଟଣା । ଏହି ଘଟଣାରେ ଅଭିଯୁକ୍ତ ମଉସା ଶ୍ୟାମ ପ୍ରଧାନକୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଘରେ ପଶି ନାବାଳିକାକୁ ବିବାହ ପାଇଁ ଜୋର୍ ଜବରଦସ୍ତ ନିବେଦନ କରିଥିଲା ମୃତକ ରାଜେଶ ସାହୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ହତ୍ୟା ପୂର୍ବରୁ ଦୁଇ ଦିନ ତଳେ ନାବାଳିକା ଘରକୁ ଯାଇ ବିବାହ ପାଇଁ ନିବେଦନ କରିଥିଲା ରାଜେଶ । ଯାହାକୁ ନେଇ ନାବାଳିକା ପରିବାର ଲୋକଙ୍କ ସହ ତାର ଯୁକ୍ତିତର୍କ ସହ ଠେଲାପେଲା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ନାବାଳିକାର ମଉସା ରାଜେଶକୁ ଛୁରୀ ଭୁଷି ହତ୍ୟା କରିଥିଲା । ତେବେ ମୃତକ ରାଜେଶ ନାଁରେ ପୂର୍ବରୁ ଦୁଷ୍କର୍ମ ସହ ପାଖାପାଖି ୫ ଟି ଅପରାଧିକ ମାମଲା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିବାହ ପାଇଁ ନିବେଦନ କରିବାରୁ ଯୁବକକୁ ଛୁରୀ ଭୁଷି ହତ୍ୟା କରିଲେ ନାବାଳିକା ଝିଅର ମଉସା | Argus News