୪ ଚୋରା ବନ୍ଧୁକ ସହ ୩ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ପୋଲିସ୍
·2 years ago·1 min read

ଅର୍ଗସ ବ୍ୟୁରୋ : କଟକରୁ ଚୋରା ବନ୍ଧୁକ ରାକେଟର ପର୍ଦ୍ଦାଫାସ କରିଛି ଜଗତପୁର ପୋଲିସ । ୪ ଚୋରା ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏହି ରାକେଟର ୩ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଦୁଇ ଜଣ ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ୍ । ଗିରଫ ଅଭିଯୁକ୍ତ କଟକର ବବୁଆ, ଜଗତସିଂହପୁର ଅଞ୍ଚଳର ପିଣ୍ଟୁ ଓ ମିହିର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏମାନଙ୍କ ନାଁରେ ପୂର୍ବରୁ ରହିଛି ଅନେକ ମାମଲା । ଏଟିଏମ୍ ପାଇଁ ଥିବା କ୍ୟାସ୍ କ୍ୟାରିଂ ଭ୍ୟାନରୁ ଲୁଟ୍ ପାଇଁ ଯୋଜନା ଚଳାଇଥିଲାବେଳେ ପୋଲିସ୍ ହାତରେ ଧରାପଡିଛନ୍ତି । ଏମାନେ ବିହାରର ମୁଙ୍ଗେରରୁ ଚୋରା ବନ୍ଧୁକ ଆଣି କାରବାର କରୁଥିଲେ । ଅଧିକ ତଦନ୍ତ ପାଇଁ ଖୁବଶୀଘ୍ର ମୁଙ୍ଗେର ଯିବ ପୋଲିସର ସ୍ବତନ୍ତ୍ର ଟିମ୍ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କଟକ ଡିସିପି କେ.ଭି ସିଂ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: