|
logo
Live

Argus News - ଚା' ଓ ଥଣ୍ଡାରେ ନିଶା ଦେଇ କରୁଥିଲେ ଲୁଟ୍

Odisha

ଚା' ଓ ଥଣ୍ଡାରେ ନିଶା ଦେଇ କରୁଥିଲେ ଲୁଟ୍

Jitendra Dash
Browse all articles by Jitendra Dash
·1 year ago·1 min read
ଚା' ଓ ଥଣ୍ଡାରେ ନିଶା ଦେଇ କରୁଥିଲେ ଲୁଟ୍

ଅର୍ଗସ ବ୍ୟୁରୋ : କଟକ ସଦର ଥାନା ପୋଲିସ ଦ୍ବାରା ଦୁଇ ନିଶା ଦିଆ ଲୁଟେରା ଗିରଫ । ଅଜୟ କୁମାର ବେହେରା ଓ ବିକ୍ରମ ବିଶ୍ବାଳକୁ ଗିରଫ କଲା ପୋଲିସ । ଏହି ୨ ଅଭିଯୁକ୍ତ ସହରର ବିଭିନ୍ନ ବ୍ୟବସାୟୀଙ୍କୁ ଚା' ଓ ଥଣ୍ଡାରେ ନିଶା ଦେଇ କରୁଥିଲେ ଲୁଟ୍ । ଦୁଇ ଲୁଟେରାଙ୍କ ନାମରେ ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ୍ବ ମାମଲା ଥିବା ପୋଲିସ ସୂଚନା ଦେଇଛି । 

ଗତ ୨୯ ତାରିଖରେ ଗୋପାଳପୁର ଅଂଚଳରେ ଜଣେ ମଟନ ଦୋକାନୀଙ୍କୁ ନିଶା ଦେଇ ଲୁଟ କରିଥିଲେ  ଦୁର୍ବୃତ୍ତ । ଘଟଣାକୁ ନେଇ ଅଧିକ ତଦନ୍ତ କରିବା ପରେ ଆଜି ଏହି ଦୁଇ  ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେହିପରି କଟକ ଚୌଦ୍ବାର ଥାନା ପୋଲିସ ଦ୍ବାରା ୫ ଜଣିଆ ଡକାୟିତ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଯୁକ୍ତଙ୍କ ଠାରୁ ତିନିଟି ଖଣ୍ଡା ଓ ଦୁଇଟି ଲୁହା ରଡ ଜବତ ହୋଇଛି । ଚୌଦ୍ବାର ଅଞ୍ଚଳରେ ଥିବା ଏକ ଗହଣା ଦୋକାନରୁ ଲୁଟ ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ପୋଲିସ ଚୌଦ୍ବାର ବନ୍ଦାଳ ନିକଟରୁ ସେମାନଙ୍କୁ ଧରିଥିଲା ।

Sponsored
ଚା' ଓ ଥଣ୍ଡାରେ ନିଶା ଦେଇ କରୁଥିଲେ ଲୁଟ୍ | Argus News