Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର

Jitendra Dash
Browse all articles by Jitendra Dash
·2 years ago
କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର

ଅର୍ଗସ ବ୍ୟୁରୋ : କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ମାଲଗୋଦାମ ଥାନା ପୋଲିସ । ଜବତ ହୋଇ ଥିବା  ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା । ବ୍ରାଉନ ସୁଗାର କାରବାର କରୁ ଥିବା ଜଣେ ବେପାରୀକୁ ମଧ୍ୟ  ଗିରଫ କରିଛି ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗିରଫ ଅଭିଯୁକ୍ତର ନାଁ ପ୍ରଶାନ୍ତ ବାରିକ ଓ ତାର ଘର ଜଗତପୁର ମଙ୍ଗଳାସାହି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପ୍ରଶାନ୍ତ ନାଁରେ ପୂର୍ଵରୁ ଡକାୟତି ଓ ବନ୍ଧୁକ କାରବାର ନେଇ ୭ ଟି ମାମଲା ରୁଜୁ ହୋଇଛି । ପୂର୍ବରୁ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁ ଥିବା ପ୍ରଶାନ୍ତ କିଛି ଦିନ ହେଲା ବ୍ରାଉନ ସୁଗାର କାରବାର ଆରମ୍ଭ କରି ଥିବା କହିଛନ୍ତି ଅତିରିକ୍ତ ଡିସିପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack Police Brown Sugar seized | Argus News