|
logo
Live
Argus News App
GET APP

Argus News - ଡ଼ିଲରଙ୍କ ଚାଲିଛି ମନମାନି, ଦେଉନାହାନ୍ତି କମ୍ପୁଟର ରସିଦ

Odisha

ଡ଼ିଲରଙ୍କ ଚାଲିଛି ମନମାନି, ଦେଉନାହାନ୍ତି କମ୍ପୁଟର ରସିଦ

Jitendra Dash
Browse all articles by Jitendra Dash
·2 years ago·1 min read
ଡ଼ିଲରଙ୍କ ଚାଲିଛି ମନମାନି, ଦେଉନାହାନ୍ତି କମ୍ପୁଟର ରସିଦ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଗାମୀ ପାଞ୍ଚ ବର୍ଷ ପାଇଁ ସଂପୂର୍ଣ୍ଣ ମାଗଣା ଚାଉଳ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି । ଏହି ଯୋଜନାରେ ପ୍ରତ୍ୟକ ଗରିବ ପରିବାର ଲାଭବାନ ହୋଇ ପାରିବେ ସେଥିପାଇଁ ସବୁ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱରା ପ୍ରକାଶିତ ବୋର୍ଡ ମରାଜୀବ । ସେହି ବୋର୍ଡରେ ସଂପୂର୍ଣ୍ଣ ବିବରଣୀ ଉଲ୍ଲେଖ ରହିବା ସହିତ ଖାଉଟି ରାସନ ସାମଗ୍ରୀ ନେଲାପରେ କମ୍ପ୍ୟୁଟର ରସିଦ ଦିଆଯିବ । ଏଭଳି କରିବା ଦ୍ୱାରା କୌଣସି ଖାଉଟି ଠକାମିର ଶିକାର ହେବେ ନାହିଁ କି ବାଟ ମାରଣା ହେବ ନାହିଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାର ବ୍ୟତିକ୍ରମ ଦେଖା ଦେଇଛି କଟକ ଜିଲ୍ଲାର କଟକସଦର ବ୍ଳକରେ । ଭାତ ହାଣ୍ଡିରୁ ଗୋଟେ ଦୁଇଟି ନେଲା ଭଳି କଟକସଦର ବ୍ଲକ ଅଧୀନରେ ଥିବା ସରକାରୀ ଖୁଚୁରା ବିକ୍ରେୟ କେନ୍ଦ୍ରରେ କେଉଁଠି ବୋର୍ଡ ମରାଯାଇ ନାହିଁତ ଆଉ କେଉଁଠି ରାଜ୍ୟ ସରକାରଙ୍କର ବ୍ୟାନର ମରା ଯାଇଛି । ସବୁଠାରୁ ବଡ଼ କଥା ଖାଉଟିଙ୍କୁ କମ୍ପୁଟର ରସିଦ ଦିଆ ଯାଉନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନରେ ପ୍ରଶ୍ନ ଉଠୁଛି କାହାର ଅଘୋଷିତ ନିର୍ଦ୍ଦେଶ ସହ କାହାର ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରୀ ଖୁଚୁରା ବିକ୍ରେତା ମାନେ ସରକାରୀ ନିୟମ ମାନୁନାହାନ୍ତି । ଯାହା ଫଳରେ ଖାଉଟି ଅନ୍ଧାରରେ ରହୁଛି ଏହାର ଫାଇଦା କିଏ ନେଉଛି । ଏ ସମ୍ପର୍କରେ କଟକସଦର ବିଡ଼ିଓ ରୁମାନା ଜାଫ୍ରିଙ୍କ କହିବା କଥା ଏ ସମ୍ବନ୍ଧରେ ମୁଁ କୌଣସି ଅଭିଯୋଗ ପାଇ ନାହିଁ ଆପଣଙ୍କ ଠାରୁ ଜାଣିଲି ମୁଁ ତଦନ୍ତ କରି ନିଶ୍ଚିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ।

Sponsored
ଡ଼ିଲରଙ୍କ ଚାଲିଛି ମନମାନି, ଦେଉନାହାନ୍ତି କମ୍ପୁଟର ରସିଦ | Argus News