Videos
|
Odisha

Pothole / ବିଭାଗ ବିଭାଗ ଭିତରେ ରହୁନି ସମନ୍ଵୟ; ମୌସୁମୀ ବର୍ଷା ଭିତରେ ଯନ୍ତ୍ରଣା ଦେଉଛି ରାସ୍ତା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ବିଭାଗ ବିଭାଗ ଭିତରେ ରହୁନି ସମନ୍ଵୟ; ମୌସୁମୀ ବର୍ଷା ଭିତରେ ଯନ୍ତ୍ରଣା ଦେଉଛି ରାସ୍ତା
Rain Damages Roads Across the City

Key Points

କଟକବାସୀଙ୍କୁ ବର୍ଷା ସହ ବିପର୍ଯ୍ୟସ୍ତ ରାସ୍ତା ଚିନ୍ତା
ମରଣଯନ୍ତା ପାଲଟିଛି ସିଲଭର ସିଟି ରାସ୍ତା
ବଢୁଛି ଦୁର୍ଘଟଣା, ଆହତ ହେଉଛନ୍ତି ଲୋକେ
କେଉଁଠି ଖାଲଖମା ତ କେଉଁଠି ବଡ଼ ବଡ଼ ଗାତ
 
କଟକ: ମୌସୁମୀ ବର୍ଷା ଠାରୁ ଅଧିକ ଚିନ୍ତା ବଢ଼େଇଲାଣି ବିପର୍ଯ୍ୟସ୍ତ ରାସ୍ତା । କେଉଁଠି ଖାଲଖମା ତ କେଉଁଠି ସୃଷ୍ଟି ହୋଇଛି ବଡ଼ ବଡ଼ ଗର୍ତ୍ତ । ଗଳିକନ୍ଦି ହେଉ କିମ୍ବା ରିଂ-ରୋଡ । ଯୁଆଡେ ଦେଖିଲେ ସିଆଡ଼େ କେବଳ ବିପର୍ଯ୍ୟସ୍ତ ରାସ୍ତା । ୫୨ ବଜାର ୫୩ ଗଳିର ସହର କଟକର ଯୁଆଡ଼େ ଯିବେ ସବୁଠି ସମାନ ଅବସ୍ଥା ।

କଟକ ସହର ବାସିନ୍ଦାଙ୍କୁ ବର୍ତ୍ତମାନ ଏହି ରାସ୍ତା ସବୁ ନାକେଦମ୍ କଲାଣି । ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ସହରବାସୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରି ପାରୁନି ବିପର୍ଯ୍ୟସ୍ତ ରାସ୍ତାର ଅବସ୍ଥା ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ମାତିଛନ୍ତି ଲୁଟେରା; ସ୍ପିଡ଼ ବାଇକରେ ଆସି ଝାମ୍ପି ନେଲେ 

କଟକ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ପାଇଁ ରାସ୍ତା ଖୋଳି କାମ କରିବା ପରେ ସୃଷ୍ଟି ହୋଇଯାଉଛି ଏପରି ବଡ଼ ବଡ଼ ଗାତ । କେବଳ ଏତିକି ନୁହେଁ, ସହରର ଗଳିକନ୍ଦି ଓ ରିଂ-ରୋଡରେ ମାସ ମାସ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହୁଛି ରାସ୍ତାଘାଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁଠି ପିଚୁ ଉଠି ଯାଇଛି ତ, ଆଉ କେଉଁଠି କଂକ୍ରିଟ । ବିଭାଗ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ସହରବାସୀ ହନ୍ତସନ୍ତ ହେଉଛନ୍ତି, ଯନ୍ତ୍ରଣା ଭୋଗୁଛନ୍ତି । ଯାହାକୁ ନେଇ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସହରବାସୀ ।

କଟକ ମହାନଗର ନିଗମ ଅଧୀନରେ ମୋଟ ୮୬୦.୫୭ କିମି ରାସ୍ତା ରହିଛି । ସେଥିରୁ ୪୦୩.୦୭ କିମି କଂକ୍ରିଟ ରାସ୍ତା, ୩୭୮.୩୦ କିମି ହେଉଛି ପିଚୁ ରାସ୍ତା । ୭୯.୨୦ କିମି ଅନ୍ୟାନ୍ୟ ରାସ୍ତା ରହିଛି । ସେହିପରି ଆରଏଣ୍ଡବି ଅଧୀନରେ ସହରର ମୋଟ ୧୨୯ କିମି ରାସ୍ତା ରହିଛି ।

ଏଥିସହ ପଢ଼ନ୍ତୁ: ଜ୍ୱରରୁ ଉଠି ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି ବିଶ୍ଵ ନିଅନ୍ତା, ମଙ୍ଗଳବାର ନବଯୌବନ ଦର୍ଶନ ଦେବେ ଶ୍ରୀଜିଉ 

ସେଥିରୁ ୧୭ କିମି ରିଂ ରୋଡ, ମର୍କତନଗର ଓ ସିଡିଏକୁ ମିଶାଇ ୬୫ କିମି ରାସ୍ତା, ଓ OMP ଛକରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ୪୭ କିମି ରାସ୍ତା ରହିଛି । ତେବେ ଏ ସବୁ ରାସ୍ତାରୁ ଅଧିକାଂଶ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି ।

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି, "ଖରାପ ରାସ୍ତାର ମରାମତି କରାଯାଉଛି । ଯେଉଁଠି ତୁରନ୍ତ ରାସ୍ତାର ମରାମତି ଆବଶ୍ୟକ କରୁଛୁ । ବର୍ଷା ଶେଷ ହେବା ପରେ ସ୍ଥାୟୀ ଭାବେ ରାସ୍ତା କାମ କରାଯିବ ।" ତେବେ କଟକ ସହରର ବିପର୍ଯ୍ୟସ୍ତ ରାସ୍ତାର ଅବସ୍ଥାରେ କେବେ ସୁଧାର ଆସୁଛି, ତାହା ଦେଖିବାକୁ ବାକି ରହିଲା ।