Videos
|
Odisha

ତିନି ଭାଇଙ୍କ ଘରେ ନିଆଁ ଲାଗି ସହିତ ଲକ୍ଷାଧିକ ଟଙ୍କାର ଆସବା ପତ୍ର ପୋଡି ଛାରଖାର

Jitendra Dash
Browse all articles by Jitendra Dash
·2 years ago·1 min read
ତିନି ଭାଇଙ୍କ ଘରେ ନିଆଁ ଲାଗି ସହିତ ଲକ୍ଷାଧିକ ଟଙ୍କାର ଆସବା ପତ୍ର ପୋଡି ଛାରଖାର

ଅର୍ଗସ ବ୍ୟୁରୋ : ଆପେ ଆପେ ଘରେ ଲାଗୁଛି ନିଆଁ । ଗୋଟିଏ ପରେ ଗୋଟିଏ ତିନି ଭାଇଙ୍କ ଘରେ ନିଆଁ ଲାଗି ସହିତ ଲକ୍ଷାଧିକ ଟଙ୍କାର ଆସବା ପତ୍ର ପୋଡି ଛାରଖାର । ଏ ଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ପୁରୁଣାହାଟ ପଞ୍ଚାୟତ ଅଧିନସ୍ତ ଓଡିକିମିରା ଗ୍ରାମରେ । ଓଡିକିମିରା ଗ୍ରାମର ଜନ୍ମେଜୟ ରାଉତରାୟ, ଯଶୋମନ୍ତ ରାଉତରାୟ, ଜଗଦୀଶ ରାଉତରାୟ ତିନିଭାଇ ବସବାସ କରନ୍ତି ।

ଗତକାଲି ହଟାତ ଦିନ ଏକ ଘଟିକାରେ ଘରେ ନିଆଁ ଲାଗିଯାଇଥିଲା । ପରିବାର ଏବଂ ଗ୍ରାମବାସୀ ନିଆଁକୁ ଲିଭାଇଥିଲେ । ପୁନର୍ବାର ଛଣ ଗଦାରେ ନିଆଁ ଲାଗିଥିଲା ସେହି ଭଳି ଭାବରେ ଆଜି ସକାଳେ ଆସବା ପତ୍ର ସହ ଛାତ ଘର ଥିବା ଆସବା ପତ୍ରରେନିଆଁ ଆପେ ଆପେ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ଆସବା ପତ୍ର ପୋଡି ଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କେଉଁ କାରଣ ପାଇଁ ଆପେ ଆପେ ନିଆଁ ଲଗୁଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଘଟଣା ସ୍ଥଳେ ସାଲେପୁର ଅଗ୍ନିଶମ ବିଭାଗର ଅଧିକାରୀ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ବି ଜାଣି ପାରୁନାହାନ୍ତି କି ଭଳି ନିଆଁ ଲାଗୁଛି । ଅନ୍ୟପଟେ ଗ୍ରାମବାସୀଙ୍କ କହିବା କଥା ଏହା ଏକ ଭୌତିକ କାଣ୍ଡ।ସେଥିପାଇଁ ପୂଜାପାଠ ଆରମ୍ଭ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cuttack salepur home fire | Argus News