SCB Fire / ବଡ଼ ମେଡିକାଲ୍ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ୍; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଅଧିକାରୀ ନିଲମ୍ବିତ
·3 months ago·2 min read

Key Points
ଗତ ୧୬ ତାରିଖ ଦିନ ଭୋର୍ ପ୍ରାୟ ୩ଟାରେ ଏସ୍ସିବିର ଟ୍ରମା କେୟାର୍ ୟୁନିଟ୍ର ଆଇସିୟୁରେ ଭୟଙ୍କର ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଥିଲେ । ଏବେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହେଲେ ୪ ଜଣ ଅଧିକାରୀ ।
ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଆକ୍ସନ୍ । କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହେଲେ ୪ ଜଣ ଅଧିକାରୀ । କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି ।
୪ ଜଣ ସସ୍ପେଣ୍ଡ
ଏଥିସହ ପଢ଼ନ୍ତୁ: କଟକ ଏସ୍ସିବି ଆଇସିୟୁ ନିଆଁ ଘଟଣାରେ ୧୩ ମୃତ
ଗତ ୧୬ ତାରିଖ ଦିନ ଭୋର୍ ପ୍ରାୟ ୩ଟାରେ ଏସ୍ସିବିର ଟ୍ରମା କେୟାର୍ ୟୁନିଟ୍ର ଆଇସିୟୁରେ ଭୟଙ୍କର ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଥିଲେ । ଏବେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଯାହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଏସ୍ସିବି ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମେଡିକାଲ୍ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । ଅଗ୍ନିକାଣ୍ଡର ଅନୁସନ୍ଧାନ ପାଇଁ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ ।
୧୬ ତାରିଖ ଦିନ ୬ ଜଣିଆ କମିଟି ଏସ୍ସିବି ପରିଦର୍ଶନ କରି ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିଲା । ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଏବେ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି ।
ସୋମବାର ଭୋର୍ ସମୟରେ ଏସ୍ସିବିର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ନିଆଁ ଭିତରୁ ଉଦ୍ଧାର କରିଥିଲେ ।
ଏଥିସହ ପଢ଼ନ୍ତୁ: ୧୩ ଜୀବନ ଗଲା ପରେ ପଶିଲା ଚେତା,ଅଗ୍ନିନିର୍ବାପକ ଉପକରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ
ଏହି ଅଗ୍ନିକାଣ୍ଡରେ ସୋମବାର ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ଏବଂ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟୁତ୍ ସର୍ଟ ସର୍ଟିକରୁ ନିଆଁ ଲାଗିଥିବା କୁହାଯାଇଥିଲା ।
ଏସ୍ସିବିରେ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପୁରା ସ୍ଥିତିର ତଦାରଖ କରିବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ଲାଗି ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
୪ ଜଣ ସସ୍ପେଣ୍ଡ
- କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା ନିଲମ୍ବିତ
- କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ କୁମାର ବେହେରା ନିଲମ୍ବିତ
- ଏସ୍.ସି.ବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ନିଲମ୍ବିତ
- କଟକ ଜି.ଇ.ଡି ଅନ୍ତର୍ଗତ ଏସ୍.ସି.ବି ସବ୍-ଡିଭିଜନର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିଅର ରଞ୍ଜନ କୁମାର ବିଶ୍ୱାଳ ନିଲମ୍ବିତ
ଏଥିସହ ପଢ଼ନ୍ତୁ: କଟକ ଏସ୍ସିବି ଆଇସିୟୁ ନିଆଁ ଘଟଣାରେ ୧୩ ମୃତ
ଗତ ୧୬ ତାରିଖ ଦିନ ଭୋର୍ ପ୍ରାୟ ୩ଟାରେ ଏସ୍ସିବିର ଟ୍ରମା କେୟାର୍ ୟୁନିଟ୍ର ଆଇସିୟୁରେ ଭୟଙ୍କର ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଥିଲେ । ଏବେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଯାହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଏସ୍ସିବି ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମେଡିକାଲ୍ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । ଅଗ୍ନିକାଣ୍ଡର ଅନୁସନ୍ଧାନ ପାଇଁ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ ।
୧୬ ତାରିଖ ଦିନ ୬ ଜଣିଆ କମିଟି ଏସ୍ସିବି ପରିଦର୍ଶନ କରି ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିଲା । ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଏବେ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି ।
ସୋମବାର ଭୋର୍ ସମୟରେ ଏସ୍ସିବିର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ନିଆଁ ଭିତରୁ ଉଦ୍ଧାର କରିଥିଲେ ।
ଏଥିସହ ପଢ଼ନ୍ତୁ: ୧୩ ଜୀବନ ଗଲା ପରେ ପଶିଲା ଚେତା,ଅଗ୍ନିନିର୍ବାପକ ଉପକରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ
ଏହି ଅଗ୍ନିକାଣ୍ଡରେ ସୋମବାର ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ଏବଂ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟୁତ୍ ସର୍ଟ ସର୍ଟିକରୁ ନିଆଁ ଲାଗିଥିବା କୁହାଯାଇଥିଲା ।
ଏସ୍ସିବିରେ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପୁରା ସ୍ଥିତିର ତଦାରଖ କରିବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ଲାଗି ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories