|
logo
Live
Argus News App
GET APP

Argus News - ୩ ଦିନ ଶୀତ ଲହରୀ, ୫ ଦିନ ଘନ କୁହୁ଼ଡ଼ି; ଚେତାଇଲା ପାଣିପାଗ ବିଭାଗ

Weather & Calamities

Cold Wave / ୩ ଦିନ ଶୀତ ଲହରୀ, ୫ ଦିନ ଘନ କୁହୁ଼ଡ଼ି; ଚେତାଇଲା ପାଣିପାଗ ବିଭାଗ

Sushanta Sahoo
Browse all articles by Sushanta Sahoo
·2 months ago·2 min read
୩ ଦିନ ଶୀତ ଲହରୀ, ୫ ଦିନ ଘନ କୁହୁ଼ଡ଼ି; ଚେତାଇଲା ପାଣିପାଗ ବିଭାଗ
IMD warns of cold wave for 3 days

Key Points

ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପ ବଢ଼ିବା ସହ ୩ ଦିନ ଯାଏ କୋଲ୍ଡ ୱେଭ ବା ଶୀତ ଲହରୀ ନେଇ ରହିବ ।
ଭୁବନେଶ୍ଵର: ରାଜ୍ୟରେ ପ୍ରବଳ ଶୀତ ଜାରି ରହିଥିବା ବେଳେ ଆଜିଠୁ ଆହୁରି ଶୀତ ବୃଦ୍ଧି ପାଇଛି । ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପ ବଢ଼ିବା ସହ ୩ ଦିନ ଯାଏ କୋଲ୍ଡ ୱେଭ ବା ଶୀତ ଲହରୀ ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପ୍ରବଳ ଶୀତ ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ସରି ନାହିଁ ଶୀତ ! ଆହୁରି ଥଣ୍ଡା ପଡ଼ିବ, ତେଣୁ ସାବଧାନ...

୮ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ୭ ଜିଲାକୁ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମରୁ ଉପକୂଳ ଅଧିକାଂଶ ଜିଲ୍ଲାରେ ଏଭଳି ଶୀତ ଲହରୀ ଲାଗି ରହିବ ।

ଶୀତ ଭିତରେ କଲବଲ କରିବ କୁହୁଡ଼ି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାକୁକାରୁ ମଧ୍ୟମ ଧରଣର କୁହୁଡ଼ି ଲାଗି ରହିବ । ଉପକୂଳ ଓଡ଼ିଶାରେ ଅଧିକ ରହିବ କୁହୁଡ଼ିର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ନୟାଗଡ଼, ବୌଦ୍ଧ ଓ କୋରାପୁଟକୁ ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ୧୪ ବର୍ଷୀୟ ବୈଭବଙ୍କୁ ସୁହାଉଛି ଅଧିନାୟକତ୍ଵ; ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାରିଲେ ବିସ୍ଫୋରକ ଶତକ

ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ନଥିବା କହିଛି ପାଣିପାଗ ବିଭାଗ । ତେଣୁ ଲୋକେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

ସେପଟେ ଗତ ୨୪ ଘଣ୍ଟାରେ ୨୩ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୫ ଡିଗ୍ରୀ ଓ ପାହାଡ଼ିଆ ଅଞ୍ଚଳ ଜି. ଉଦୟଗିରିରେ ୩ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ୬ଟି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ବୌଦ୍ଧରେ ଓ ନୟାଗଡ଼ରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Wave: ୩ ଦିନ ଶୀତ ଲହରୀ, ୫ ଦିନ ଘନ କୁହୁ଼ଡ଼ି; ଚେତାଇଲା ପାଣିପାଗ ବିଭାଗ | Argus News