Videos
|
Odisha

ହାଇକୋର୍ଟରେ ହାଜର ହେଲେ ଅଗ୍ନିଶମ ଡିଜି, ଏସସିବି ଅଧୀକ୍ଷକ ଏବଂ ଆରଆଣ୍ଡବି ଅଧୀକ୍ଷଣ ଯନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago
ହାଇକୋର୍ଟରେ ହାଜର ହେଲେ ଅଗ୍ନିଶମ ଡିଜି, ଏସସିବି ଅଧୀକ୍ଷକ ଏବଂ ଆରଆଣ୍ଡବି ଅଧୀକ୍ଷଣ ଯନ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇକୋର୍ଟରେ ଏସସିବି ମେଡିକାଲ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମାମଲା । ବ୍ୟକ୍ତିଗତ ଭାବେ ହାଜର ହେଲେ ଅଗ୍ନିଶମ ଡିଜି, ଏସସିବି ଅଧୀକ୍ଷକ ଏବଂ ଆରଆଣ୍ଡବି ଅଧୀକ୍ଷଣ ଯନ୍ତ୍ରୀ । ଏସସିବିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ଆରଆଣ୍ଡବି ସହ ବୈଠକରେ ଆଲୋଚନା ହୋଇଥିବା କୋର୍ଟଙ୍କୁ ଜଣାଇଲେ ଅଗ୍ନିଶମ ଡିଜି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏସସିବି ପୁରୁଣା ବିଲ୍ଡିଂରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କନଷ୍ଟ୍ରକସନ୍ କାମ ପାଇଁ ୬ ମାସ ସମୟ ଲାଗିବ । ଅନ୍ୟ ୧୪ଟି କାମ ପାଇଁ ସରକାରଙ୍କ ଅନୁମୋଦନ ପାଇଁ ଅପେକ୍ଷା କରାଯାଇଥିବା କୋର୍ଟଙ୍କୁ ଜଣାଇଲେ ଅଗ୍ନିଶମ ଡିଜି । ସମସ୍ତ କାର୍ଯ୍ୟର ଅଗ୍ରଗତି ନେଇ ୮ ମାସ ପରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cuttack scb medical fire safety issues | Argus News