|
logo
Live
Argus News App
GET APP

Argus News - କେବେ ଏସସିବିରେ ମିଳିବ ଏମ୍ସ ପ୍ଲସ ସେବା ?

Odisha

କେବେ ଏସସିବିରେ ମିଳିବ ଏମ୍ସ ପ୍ଲସ ସେବା ?

Jitendra Dash
Browse all articles by Jitendra Dash
·2 years ago·1 min read
କେବେ ଏସସିବିରେ ମିଳିବ ଏମ୍ସ ପ୍ଲସ ସେବା ?

ଅର୍ଗସ ବ୍ୟୁରୋ : ୪ ଶହ କୋଟି ଅଟକଳରେ ଆରମ୍ଭ ହୋଇଥିବା ଯାଇକା ପ୍ରକଳ୍ପ ୪ ହଜାର କୋଟି ପାର ହେବା ପରେ ବି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରନାହିଁ । ଏସସିବିକୁ ଏମ୍ସ ପ୍ଲସ ର ସ୍ୱପ୍ନ କେବଳ ବଡ଼ ବଡ଼ କୋଠାଘର ଦେଖାଇବା ସହ ସମାନ ହୋଇଛି । ବଡ଼ ମେଡିକାଲରେ ସିଟି ସ୍କାନ ଅଚଳ, ଲିଫ୍ଟ ଅଚଳ , ଡାକ୍ତର ଅଭାବ, ନର୍ସ ଅଭାବକୁ ନେଇ ରୋଗୀ ସେବା ପ୍ରଭାବିତ ହେଉଛି । ଯୋବ୍ରାଠାରୁ ମାତୃଭାଵନ ପର୍ଯ୍ୟନ୍ତ ରୂପରେଖରେ ପରିବର୍ତ୍ତନ ହୋଇଛି । 

କିନ୍ତୁ ତାଳଦଣ୍ଡା କେନାଲ ପାଣି ନଆସିବା ଯୋଗୁ କଟକରୁ ଆରମ୍ବ କରି ପାରାଦୀପ ପର୍ଯ୍ୟନ୍ତ ହେକ୍ଟର ହେକ୍ଟର ଚାଷ ଜମି ଶୁଖିଲା ପଡୁଛି । କେବଳ ବିଜ୍ଞାପନ ମାଧ୍ୟମରେ କୋଟି କୋଟି ଟଙ୍କା ହରିଲୁଟ କରି କଟକ ବିକାଶର ନାରା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ନେତା । କିଛିଦିନ ପୂର୍ବରୁ ଡିଅର ପାର୍କ ସ୍ଥାନାନ୍ତର ହୋଇଯାଇଛି । ୨୦୦ ରୁ ଉର୍ଦ୍ଧ୍ଵ ହରିଣ  କଟକରୁ ଚନ୍ଦକା ସ୍ଥାନାନ୍ତର ହେବା ପରେ ମାତ୍ର ୧୦ ଟି ହରିଣ ଅଛନ୍ତି । ଯେଉଁ ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି ସେମାନଙ୍କ ରକ୍ଷଣାବେକ୍ଷଣ ରେ ଫେଲ ମାରିଛନ୍ତି ରାଜ୍ୟ ସରକର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାହା ଫଳରେ ୨ ଟି ନିରୀହ ହରିଣର ମୃତ୍ୟୁ ଘଟିଥୁବା ବେଳେ ୧୦ଟି ହରିଣ  ଅସୁସ୍ଥ ଅଛନ୍ତି । ପୂର୍ବରୁ ବର୍ଷା ଦିନେ ତାଳଦଣ୍ଡା କେନାଲରେ ବୋଟିଂ ଚଳେଇ ସରକାର ଲଳିପପ ଦେଖାଇଥିବା ଅଭିଯୋଗ କରିଛନ୍ତି ସହରବାସୀ । ନିର୍ବାଚନକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର କେବଳ କଟକବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ବିକାଶ ନାଁରେ ସହରକୁ ଶ୍ରୀହୀନ କରାଯାଉଥିବା ଅଭିଯୋଗ ବଢୁଛି ।

Sponsored
କେବେ ଏସସିବିରେ ମିଳିବ ଏମ୍ସ ପ୍ଲସ ସେବା ? | Argus News