Videos
|
Odisha

SCB Medical Patient Death / କଟକ ବଡ଼ ଡାକ୍ତରଖାନାରେ କେମିତି ହେଲା ଶ୍ରୀକାନ୍ତଙ୍କ ମୃତ୍ୟୁ ? ୫ ଦିନ ପରେ ବି ପୋଲିସର ହାତ ଖାଲି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କଟକ ବଡ଼ ଡାକ୍ତରଖାନାରେ କେମିତି ହେଲା ଶ୍ରୀକାନ୍ତଙ୍କ ମୃତ୍ୟୁ ? ୫ ଦିନ ପରେ ବି ପୋଲିସର ହାତ ଖାଲି
What Happened to Srikant Das?

Key Points

ମାନସିକ ରୋଗ ବିଭାଗରେ ପିଟି ପିଟି ମାରିଦେଲେ
ଅଭିଯୋଗର ୫ ଦିନ ପରେ ହାତ ବାନ୍ଧି ବସିଛି ପୋଲିସ
କୁଆଡେ ଗଲେ ଜହ୍ଲାଦ ? କାହିଁକି ଗିରଫ କରୁନାହିଁ ପୋଲିସ ?
କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷ ଚୁପ୍ କାହିଁକି ?
କଟକ: SCB ମେଡିକାଲର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଘଟଣାକୁ ବିତିଲାଣି ୫ ଦିନ । ହେଲେ ଏଯାଏଁ ପୋଲିସ ହାତ ଖାଲି । କିଏ ସେ ହତ୍ୟାକାରୀ ? କାହିଁକି ଘଟିଲା ଏଭଳି ଜଘନ୍ୟ ଘଟଣା ? ମୃତକଙ୍କ ପରିବାରକୁ କେବେ ମିଳିବ ନ୍ୟାୟ ? ଏସବୁ ପ୍ରଶ୍ନ ଏବେ ଉଠିଛି।

କଟକ-ଯାଜପୁର ରୋଡ ପହଙ୍ଗା ଗାଁର ଶ୍ରୀକାନ୍ତ ଦାସ । ଚାଷ ବାସ କରି ପୁରା ପରିବାରକୁ ଚଳାଉଥିଲେ । ଦେହ ଅସୁସ୍ଥ ହେଲା, ହାତ ଥରିଲା । ଭଲ ହୋଇଯିବେ ଭାବି କଟକ ବଡ଼ ଡାକ୍ତରଖାନାକୁ ଆଣିଲେ ପରିବା ଲୋକେ ।

ଏଥିସହ ପଢ଼ନ୍ତୁ: SCB ମେଡିକାଲରେ ଚାଞ୍ଚଲ୍ୟ; ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଘଟଣାରେ ନୂଆ ମୋଡ଼ 

ଅଭିଯୋଗ ଅନୁସାରେ ବିନା ଟେଷ୍ଟରେ ଶ୍ରୀକାନ୍ତଙ୍କୁ ପଠାଇଦିଆଗଲା ମାନସିଗ ରୋଗ ବିଭାଗକୁ । ସେଠାରେ ସୁରକ୍ଷା କର୍ମୀ ତାଙ୍କୁ ନିସ୍ତୁକ ମାଡ଼ ମାରି ମାରି ଦେଇଥିବାର ଅଭିଯୋଗ ହୋଇଥିଲା । ଘଟଣାକୁ ବିତିଗଲାଣି ୫ ଦିନ । ହେଲେ ଏ ପର୍ଯ୍ୟନ୍ତ ପୋଲିସ ହାତ ଖାଲି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀକାନ୍ତକୁ କିଏ ଓ କାହିଁକି ନିର୍ମମ ଭାବେ ପିଟିଲେ ? ସେ ଦିନ ଡ୍ୟୁଟିରେ କିଏ କିଏ ଉପସ୍ଥିତି ଥିଲେ ? ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀ ଥାଇ କାହିଁକି ନିଆଯାଉ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ? ଅଭିଯୁକ୍ତଙ୍କୁ କିଏ ଦେଉଛି ସୁରକ୍ଷା ? କାହିଁକି କରାଯାଉ ନାହିଁ ବିଭାଗୀୟ ତଦନ୍ତ ? ବର୍ତ୍ତମାନ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି

କମିସନରେଟ ପୋଲିସ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ କରୁଛି। ଏ ପର୍ଯ୍ୟନ୍ତ ମେଡିକାଲର ମୋଟ ୧୦ ଜଣ କର୍ମଚାରୀଙ୍କୁ ପଚରାଉଚରା କରି ସାରିଛି ପୋଲିସ । ହେଲେ ଅଭିଯୁକ୍ତମାନେ ଧରାପଡୁନାହାନ୍ତି । କେବେ ଧରାପଡ଼ିବ ହତ୍ୟାକାରୀ ? କେବେ ମିଳିବ ମୃତକଙ୍କ ପରିବାରକୁ ନ୍ୟାୟ ?

୨୮ରେ ଆଡମିଟ୍, ୩୦ ତାରିଖରେ ମୃତ୍ୟୁ

ଗତ ସେପ୍ଟେମ୍ବର ୨୮ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଏସସିବିର ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୨୯ ତାରିଖ ରାତିରେ ସେ ୱାର୍ଡ ବାହାରକୁ ଆସିବା ପରେ, ସେଦିନ ରାତିରେ ଡ୍ୟୁଟିରେ ଥିବା କିଛି ସୁରକ୍ଷା କର୍ମୀ ଓ କର୍ମଚାରୀ ତାଙ୍କୁ ପ୍ଲାଷ୍ଟିକ ପାଇପରେ ନିର୍ଘାତ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏଥିସହ ପଢ଼ନ୍ତୁ: SCB ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ, ହେଲେ ଲଜ୍‌ରୁ ମିଳିଲା ମହିଳାଙ୍କ ମୃତଦେହ 

୩୦ ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ସ୍ତ୍ରୀ, ଭାଇ ଓ ମା' କର୍ତ୍ତୃପକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛି ପୋଲିସ । କଟକ ଡିସିପିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଘଟଣାସ୍ଥଳକୁ ଯାଇ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ସହ CCTV ଫୁଟେଜ୍ ଓ ମେଡିକାଲ ରେକର୍ଡ ଜବତ କରିଛି ମଙ୍ଗଳାବାଗ ପୋଲିସ ।