ଏସସିବି ମେଡିକାଲରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ଅର୍ଗସ ବ୍ୟୁରୋ : ରୋଗୀ ସେବା ଓ ଅବହେଳାର ବିକଳ ଘଟଣା ଖୋଲିଦେଇଛି ବିଶ୍ୱସ୍ତରୀୟ ମେଡିକାଲର ସେବାର ମୁଖା । ସାମନ୍ୟ ହାତ କଟାର ଚିକିତ୍ସା ପାଇଁ ରୋଗୀଙ୍କୁ ରେଫର୍ କରାଯାଉଛି ଘରୋଇ ହସ୍ପିଟାଲ । ତା ପୁଣି ଖୋଦ ଜଣେ ଡାକ୍ତର ରୋଗୀଙ୍କୁ ଘରୋଇ ନର୍ସିଂହୋମ ଯିବାକୁ ବାଧ୍ୟ କରୁଛନ୍ତି । ଭୁବନେଶ୍ବରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବାଲେଶ୍ବର ଜିଲ୍ଲାର ବଳରାମ ମିଶ୍ରଙ୍କ କାମ କରିବା ସମୟରେ ମେସିନରେ ହାତ କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ପହଁଚିବାପରେ ମଧ୍ୟ ତାଙ୍କର ଚିକିତ୍ସା ଆରମ୍ଭ ହୋଇନଥିଲା । ବରଂ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକ ରହିଛି ବୋଲି କାଜୁଆଲଟି ଦାୟିତ୍ବରେ ଥିବା ଡାକ୍ତର ତାଙ୍କୁ ଜଣାଇଥିଲେ ।
କିନ୍ତୁ ଏସସିବିରେ କେହି ଡାକ୍ତର ନାହାଁନ୍ତି ତେଣୁ ୫୦ ହଜାର ଟଙ୍କା ଯୋଗାଡ କରି ଘରୋଇ ହସ୍ପିଟାଲକୁ ନେଇଯିବା ପାଇଁ ତାଙ୍କୁ ବାଧ୍ୟ କରିଥିବା ରୋଗୀ ସଂପର୍କୀୟ ଅଭିଯୋଗ କରିଛନ୍ତି । ଦୀର୍ଘ ୧୨ ଘଣ୍ଟା ପରେ କଟକର ଜଣେ ସ୍ବେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ହାତର ଅସ୍ତ୍ରୋପଚାର କରାଯାଇଥିଲା । ଅବହେଳାର ଲିଖିତ ଅଭିଯୋଗ କରିଛନ୍ତି ରୋଗୀ ସଂପର୍କୀୟ । ସେପଟେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଏସସିବି ମେଡ଼ିକାଲ କଲେଜ ଅଧ୍ୟକ୍ଷ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଏସସିବି ମେଡ଼ିକାଲ ନାରେ ଆଉ ଏକ ସଙ୍ଗୀନ ଅଭିଯୋଗ ହୋଇଛି । ପୁଅର ମୃତ୍ୟୁ ପାଇଁ ଏସସବିକୁ ଦାୟୀ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୃତ୍ୟୁକଙ୍କ ପରିବାର ଲୋକେ । ଗତ ୯ ତାରିଖରେ ଖୋର୍ଦ୍ଧା ବାଘମାରି ଅଂଚଳର ଶୁଭ୍ରାଂଶୁ ସାହୁଙ୍କ ଏସ୍ସିବିରେ ପ୍ରଥମ ହାପଲୋ ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । କିନ୍ତୁ ଗତ ୧୮ତାରିଖରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଘଟଣାରେ ହସ୍ପିଟାଲ କତ୍ତୃପକ୍ଷଙ୍କ ନାଁ ରେ ଏତଲା ଦେଇଛନ୍ତି ମୃତକଙ୍କ ପରିବାର ଲୋକେ । କଟକ ଏସସିବିରୁ ଗୋଟିଏ ପରେ ଗୋଟିଏ ଚିକିତ୍ସାର ଅବହେଳା ସାମନାକୁ ଆସୁଛି । ମେଡିକାଲ କର୍ତ୍ତୃପକ୍ଷ ଅବହେଳାର ତଦନ୍ତ କରି ଅଭିଯୋଗକାରୀଙ୍କ ପରିବାରକୁ ନ୍ୟାୟ ଦେବେ ନା ଘଟଣାକୁ ଚପାଇ ଦେବେ ଦେଖିବାକୁ ବାକି ରହିଲା ।