School Closed / ସୋମବାର ଖୋଲିବନି ସ୍କୁଲ୍, କଲେଜ; ବର୍ଷା ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି
·1 hour ago·2 min read

Key Points
ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ । ଯାହାକୁ ଦେଖି ପ୍ରଶାସନ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ ।
କଟକ: ଲଘୁଚାପ ପାଇଁ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ୪ ଦିନର ଲଗାଣ ବର୍ଷାରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଲାଣି । କେଉଁଠି ତଳିଆ ଅଞ୍ଚଳରେ ପାଣି ପଶିଲାଣି ତ ଆଉ କେଉଁଠି ଟ୍ରାଫିକ୍ ଜାମ୍ ସ୍ଥିତି । ପାଣିପାଗ ବିଭାଗର ଆକଳନ ଅନୁସାରେ, ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ।
ଯାହାକୁ ଦେଖି ପ୍ରଶାସନ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । କାଲି କଟକର ସମସ୍ତ ଅଙ୍ଗନୱାଡ଼ି ସହ ସରକାରୀ, ଘରୋଇ ବିଦ୍ୟାଳୟ ଏବଂ କଲେଜ ବନ୍ଦ ରହିବ । ଏନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ନରାଜ ବନ୍ଧରେ ରିଲ୍ସ କରୁ କରୁ ମହାନଦୀରେ ଭାସିଗଲେ ୩ ଜଣ ଯୁବକ
କଟକକୁ ଅରେଞ୍ଜ ଆଲର୍ଟ
ଆଗାମୀ ୨୪ ଘଣ୍ଟା ପାଇଁ ଅନ୍ୟ ଜିଲ୍ଲା ସହ କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେଣୁ ବର୍ଷା ବିପଦକୁ ଦେଖି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂସ୍ଥା (DDMA)ର ଅଧ୍ୟକ୍ଷ ଭାବେ କଟକ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଳବନ୍ଦୀ, ବନ୍ୟା ଓ ମହାନଦୀରେ ଜଳସ୍ତର ବଢ଼ିବା ଆଶଙ୍କାକୁ ଦେଖି ସୋମବାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।
ଜଳ କ୍ରୀଡ଼ା ମନା
ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯିବା ସହ ଜଳ କ୍ରୀଡ଼ା ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ମହାନଦୀ ଏବଂ ଅନ୍ୟ ଚ୍ୟାନେଲ୍ରେ କୌଣସି ପ୍ରକାର ଜଳ କ୍ରୀଡ଼ା କରାଯାଇ ପାରିବ ନାହିଁ । ଏହି ନିର୍ଦ୍ଦେଶନାମା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । କଟକର ଘାଟ ଗୁଡ଼ିକରେ ପୋଲିସ ପାଟ୍ରୋଲିଂ କରି ଲୋକଙ୍କୁ ରୋକିବ ।
ନିର୍ମାଣ କାର୍ଯ୍ୟ ବନ୍ଦ
ବର୍ଷା ଜାରି ରହିଥିବାରୁ ସମସ୍ତ ବଡ଼ ଧରଣର ନିର୍ମାଣ କାର୍ଯ୍ୟ ସୋମବାର ବନ୍ଦ ରଖାଯିବ । ସରକାରୀ ଓ ଘରୋଇ ନର୍ମାଣ ଜିଲ୍ଲାରେ ବନ୍ଦ ରହିବ । କେବଳ ବାତ୍ୟା ପରିଚାଳନା, ଜରୁରୀକାଳୀନ ସ୍ଥିତି ସମ୍ବନ୍ଧିତ ନିର୍ମାଣ କରାଯାଇ ପାରିବ ।
ଏଥିସହ ପଢ଼ନ୍ତୁ: ଆନ୍ଧ୍ର କାକିନାଡ଼ାରୁ ଆସି ପୁରୀ ସମୁଦ୍ରରେ ଫସିଗଲେ ୧୦ ମତ୍ସ୍ୟଜୀବୀ
ବାଲି ଉଠାଣ ଉପରେ ରୋକ୍
ସେହିଭଳି କଟକ ଜିଲ୍ଲାରେ ବାଲି ଉଠାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ ବାଲି ଉଠାଣ । କେହି ଏହାର ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୧ରୁ ୬୦ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ପ୍ରଶାସନ ପକ୍ଷରୁ ନିଆଯିବ ।
ଯାହାକୁ ଦେଖି ପ୍ରଶାସନ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । କାଲି କଟକର ସମସ୍ତ ଅଙ୍ଗନୱାଡ଼ି ସହ ସରକାରୀ, ଘରୋଇ ବିଦ୍ୟାଳୟ ଏବଂ କଲେଜ ବନ୍ଦ ରହିବ । ଏନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ନରାଜ ବନ୍ଧରେ ରିଲ୍ସ କରୁ କରୁ ମହାନଦୀରେ ଭାସିଗଲେ ୩ ଜଣ ଯୁବକ
କଟକକୁ ଅରେଞ୍ଜ ଆଲର୍ଟ
ଆଗାମୀ ୨୪ ଘଣ୍ଟା ପାଇଁ ଅନ୍ୟ ଜିଲ୍ଲା ସହ କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେଣୁ ବର୍ଷା ବିପଦକୁ ଦେଖି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂସ୍ଥା (DDMA)ର ଅଧ୍ୟକ୍ଷ ଭାବେ କଟକ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଳବନ୍ଦୀ, ବନ୍ୟା ଓ ମହାନଦୀରେ ଜଳସ୍ତର ବଢ଼ିବା ଆଶଙ୍କାକୁ ଦେଖି ସୋମବାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।
ଜଳ କ୍ରୀଡ଼ା ମନା
ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯିବା ସହ ଜଳ କ୍ରୀଡ଼ା ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ମହାନଦୀ ଏବଂ ଅନ୍ୟ ଚ୍ୟାନେଲ୍ରେ କୌଣସି ପ୍ରକାର ଜଳ କ୍ରୀଡ଼ା କରାଯାଇ ପାରିବ ନାହିଁ । ଏହି ନିର୍ଦ୍ଦେଶନାମା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । କଟକର ଘାଟ ଗୁଡ଼ିକରେ ପୋଲିସ ପାଟ୍ରୋଲିଂ କରି ଲୋକଙ୍କୁ ରୋକିବ ।
ନିର୍ମାଣ କାର୍ଯ୍ୟ ବନ୍ଦବର୍ଷା ଜାରି ରହିଥିବାରୁ ସମସ୍ତ ବଡ଼ ଧରଣର ନିର୍ମାଣ କାର୍ଯ୍ୟ ସୋମବାର ବନ୍ଦ ରଖାଯିବ । ସରକାରୀ ଓ ଘରୋଇ ନର୍ମାଣ ଜିଲ୍ଲାରେ ବନ୍ଦ ରହିବ । କେବଳ ବାତ୍ୟା ପରିଚାଳନା, ଜରୁରୀକାଳୀନ ସ୍ଥିତି ସମ୍ବନ୍ଧିତ ନିର୍ମାଣ କରାଯାଇ ପାରିବ ।
ଏଥିସହ ପଢ଼ନ୍ତୁ: ଆନ୍ଧ୍ର କାକିନାଡ଼ାରୁ ଆସି ପୁରୀ ସମୁଦ୍ରରେ ଫସିଗଲେ ୧୦ ମତ୍ସ୍ୟଜୀବୀ
ବାଲି ଉଠାଣ ଉପରେ ରୋକ୍
ସେହିଭଳି କଟକ ଜିଲ୍ଲାରେ ବାଲି ଉଠାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ ବାଲି ଉଠାଣ । କେହି ଏହାର ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୧ରୁ ୬୦ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ପ୍ରଶାସନ ପକ୍ଷରୁ ନିଆଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories