Naraj Tragedy / ନରାଜ ବନ୍ଧରେ ରିଲ୍ସ କରୁ କରୁ ମହାନଦୀରେ ଭାସିଗଲେ ୩ ଜଣ ଯୁବକ
·1 hour ago·2 min read

Key Points
ଆଉ ରିଲ୍ସ ନିଶାରେ ୩ ଜଣ ଯୁବକ ନରାଜ ବୁଡ଼ା ବନ୍ଧରେ ଭାସି ଯାଇଛନ୍ତି । ସନ୍ଧ୍ୟା ସମୟରେ ମହାନଦୀରେ ଭାସି ଯାଇଛନ୍ତି ୩ ଜଣ ଯୁବକ ।
କଟକ: ଅନ୍ଧାର ହୋଇ ଆସୁଥିଲା, ବର୍ଷା କମି ଆସୁଥିଲା । ହେଲେ ଥମି ନଥିଲା ରିଲ୍ସ କରିବାର ନିଶା । ଆଉ ରିଲ୍ସ ନିଶାରେ ୩ ଜଣ ଯୁବକ ନରାଜ ବୁଡ଼ା ବନ୍ଧରେ ଭାସି ଯାଇଛନ୍ତି । ସନ୍ଧ୍ୟା ସମୟରେ ମହାନଦୀରେ ଭାସି ଯାଇଛନ୍ତି ୩ ଜଣ ଯୁବକ ।
ସୂଚନା ଅନୁସାରେ, ନରାଜ ବୁଡା ବନ୍ଧରେ ୩ ଜଣ ଯୁବକ ମୋବାଇଲ୍ରେ ରିଲ୍ସ କରୁଥିଲେ । ସେହି ସମୟରେ ଜଣେ ଯୁବକ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଜଣଙ୍କୁ ବଞ୍ଚାଇବାକୁ ଯାଇଁ ଅନ୍ୟ ୨ ଜଣ ପାଣିକୁ ଯିବାବେଳେ ସେମାନେ ବି ଭାସି ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ଆନ୍ଧ୍ର କାକିନାଡ଼ାରୁ ଆସି ପୁରୀ ସମୁଦ୍ରରେ ଫସିଗଲେ ୧୦ ମତ୍ସ୍ୟଜୀବୀ
ଭାସି ଯାଉଥିବା ୩ ଯୁବକଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ସ୍ଥାନୀୟ ଲୋକେ । ଦୁଇ ଯୁବକଙ୍କୁ ସ୍ଥାନୀୟ ବାସିନ୍ଦା ଡଙ୍ଗା ଯୋଗେ ଉଦ୍ଧାର କରିଛନ୍ତି । ନିଖୋଜ ଯୁବକଙ୍କୁ ବାରଙ୍ଗ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ସନ୍ଧାନ ମିଳି ନାହିଁ । ତେବେ ଅନ୍ଧାର ହେବାରୁ ସର୍ଚ୍ଚ ଅପରେସନ୍ ବାଧାପ୍ରାପ୍ତ ହୋଇଛି ।
ରବିବାର ପ୍ରାୟ ଅପରାହ୍ଣ ୫ଟା ସମୟରେ ମାଛୁଆ ବଜାର ଅଞ୍ଚଳର ତିନି ଜଣ ଯୁବକ ଆସିଥିଲେ । ପୁରୁଣା ବୁଡ଼ା ବନ୍ଧ ଉପରେ ଗାଧୋଇବା ସହ ରିଲ୍ସ କରୁଥିଲେ । ରିଲ୍ସ କରିବା ବେଳେ ୩ ଜଣ ଯୁବକ ମହାନଦୀ ଗର୍ଭକୁ ଖସି ପଡ଼ିଥିଲେ ।
ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ମନୋଜ ମାଝୀ ଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା । ବାରମ୍ବାର ବୁଡ଼ା ବନ୍ଧ ଉପରେ ଏଭଳି ଅଘଟଣ ଘଟୁଛି । ଲୋକଙ୍କୁ ସଚେତନ କରିବା ସତ୍ତ୍ଵେ ମାନୁନଥିବା କଥା କହିଛନ୍ତି ଗ୍ରାମବାସୀ ।
ଜନ୍ମଦିନ ପୂର୍ବରୁ ଡାକି ନେଲା ଯମ
ଜୁନ୍ ୨୮ ତାରିଖ ରବିବାର, ସମୟ ପାଖାପାଖି ଦିନ ୪ଟା । ମହାନଦୀରେ ଗାଧୋଇବା ପାଇଁ ବାହାରିଥିଲେ ୪ ଜଣ ସାଙ୍ଗ । ଜଗତପୁରର ଖଇରା ପୋଲ ନିକଟସ୍ଥ ମହାନଦୀ ପଠାକୁ ଯାଇ ମଜାମସ୍ତି କରି ଗାଧୋଉଥିବା ବେଳେ ସତେ ଯେମିତି ନଦୀର ଜଳରାଶିରେ କାଳ ରୂପି ଜମ ଲୁଚି ରହିଥିଲା ।
ଏଥିସହ ପଢ଼ନ୍ତୁ: ଜନ୍ମଦିନ ପୂର୍ବରୁ ଡାକି ନେଲା ଯମ; ଏକାଠି ଜଳିଲା ୩ ଜୁଇ
ପ୍ରଥମେ ଅମ୍ଲାନଙ୍କ ଗୋଡ଼ ଖସିଯିବାରୁ ତାଙ୍କୁ ବଞ୍ଚେଇବାକୁ ଯାଇ ଗୋଟିଏ ପରେ ଗୋଟିଏ ତିନିଜଣଯାକ ନଦୀର ପ୍ରଖର ସ୍ରୋତରେ ବୁଡି ଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ମାରାଥନ୍ ରେସ୍କ୍ୟୁ ଅପରେସନ୍ ।
ମୃତକ ହେଉଛନ୍ତି କଟକ ପୋତାପୋଖରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୦୨୧ ବ୍ୟାଚ୍ର ପୁରାତନ ଛାତ୍ର । ଅରିଜିତ ଓ ମୁକ୍ତିପ୍ରସାଦ ଦୁଇଜଣ ବିଏସସି ପାସ୍ କରିଥିବା ବେଳେ ଅମ୍ଲାନ ରାଉରକେଲା ସରକାରୀ ଇଂଜିନିୟରିଂ କଲେଜରେ ବିଟେକ୍ ପଢୁଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories