Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହଜିବାକୁ ବସିଲାଣି ତାରକସୀ କାମ, କାରିଗରଙ୍କୁ ମିଳୁନି ପ୍ରୋତ୍ସାହନ

Odisha

ହଜିବାକୁ ବସିଲାଣି ତାରକସୀ କାମ, କାରିଗରଙ୍କୁ ମିଳୁନି ପ୍ରୋତ୍ସାହନ

Jitendra Dash
Browse all articles by Jitendra Dash
·2 years ago·2 min read
ହଜିବାକୁ ବସିଲାଣି ତାରକସୀ କାମ, କାରିଗରଙ୍କୁ ମିଳୁନି ପ୍ରୋତ୍ସାହନ

ଅର୍ଗସ ବ୍ୟୁରୋ : ହଜିବାକୁ ବସିଲାଣି କଟକର ତାରକସୀ କାମ । କାମ କରୁଥିବା କାରିଗରଙ୍କୁ ମିଳୁନି ପ୍ରୋତ୍ସାହନ ।ଜିଆଇ ମାନ୍ୟତା ପାଇଲା ପରେ ଏବେ ହବ୍ ପାଇଁ ହେଲାଣି ଦାବି । ଦିନେ ଥିଲା ହଜାର ବର୍ଷର ସହର କଟକର ଗଳିକନ୍ଦିରେ ଥିଲେ ରୂପା ତାରକସୀ କାରିଗର । ସୁନ୍ଦର ସୁନ୍ଦର ରୂପା ତାରକସୀ କାର୍ଯ୍ୟ କରି ଭଲ ବ୍ୟବସାୟ କରିବା ସାଙ୍ଗକୁ ପ୍ରଶଂସା ସାଉଁଟୁଥିଲେ । ପ୍ରଥମେ ମଧୁବାବୁ ଓ ପରେ ବିଜୁ ବାବୁ କଟକର ରୂପା ତାରକସୀ କାର୍ଯ୍ୟର ପ୍ରଚାର ପ୍ରସାର, ତାରକସୀ କାରୀଗରଙ୍କୁ ବଞ୍ଚେଇ ରଖିବା, କଟକକୁ ତାରକସୀ କାର୍ଯ୍ୟର ହବ କରିବା ଦେଖିଥିଲେ ସ୍ବପ୍ନ । ଏଥିପାଇଁ ବିଂଶ ଶତାବ୍ଦୀରେ ଉତ୍କଳ ୱାର୍କ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିଥିଲେ  ମଧୁବାବୁ । ତାହା ବନ୍ଦ ହେବା ପରେ ୧୯୬୨ ମସିହାରେ ତତ୍କାଳୀନ ଶିଳ୍ପମନ୍ତ୍ରୀ ବିଜୁ ପଟ୍ଟନାୟକ ଖପୁରିଆରେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଫିଲିଗ୍ରୀ ସମବାୟ ସମିତି । 

କଟକ ସହରର ରୂପା ତାରକସୀ କାରିଗର କାର୍ଯ୍ୟ କରିବା ସହ ଭଲ ରୋଜଗାର କରୁଥିଲେ । ତେବେ ତାହା ବନ୍ଦ ହେବା ପରେ ତାରକସୀ ପେଶାରୁ ଅନେକ କାରିଗର ଦୂରେଇ ଯାଇଛନ୍ତି । ସେମାନଙ୍କ ଭବିଷ୍ୟତ ପୀଢ଼ି ଆଉ ସେହି ପେଶାକୁ ଆସୁନାହାନ୍ତି । ସରକାରଙ୍କ ଉଦାସୀନତା ଯୋଗୁଁ ଏବେ କଟକ ସହରରେ ଖାଣ୍ଟି କଟକିଆ ରୂପା ତାରକସୀ କାରୁକାର୍ଯ୍ୟ ଧିମେଇ ଯାଇଛି । ଭଲ ବଜାର ନଥିବା ଏବଂ ପ୍ରୋତ୍ସାହନ ନମିଳିବା ଯୋଗୁଁ ଏହି ପେଶାରୁ ମୁହଁ ମୋଡ଼ି ଦେଇଛନ୍ତି ଅନେକ କାରିଗର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାହାଫଳରେ ଏବେ କଟକ ବଜାରରେ କଲିକତା ରୂପା ତାରକସୀ ଅଳଙ୍କାର ବିକ୍ରୀ ହେଉଛି। ତଥାପି ଏମାନଙ୍କୁ ପ୍ରୋତ୍ସାହନ ମିଳିଲେ ଏହି କାର୍ଯ୍ୟକୁ ଜୋର୍ ଦିଆଯିବ।  ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗେଇ ଦିଆଯିବ ବୋଲି ଅର୍ଗସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମେୟର ସୁବାସ ସିଂ । ତରକାରୀ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାରଙ୍କ ତରଫରୁ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା । 

Painting
Sponsored
cuttack tarakasi work issues | Argus News