|
logo
Live

Argus News - ବିଭିନ୍ନ ମନ୍ଦିରରରୁ ସିରିଜ୍ ଲୁଟ୍

Odisha

ବିଭିନ୍ନ ମନ୍ଦିରରରୁ ସିରିଜ୍ ଲୁଟ୍

Jitendra Dash
Browse all articles by Jitendra Dash
·2 years ago·1 min read
ବିଭିନ୍ନ ମନ୍ଦିରରରୁ ସିରିଜ୍ ଲୁଟ୍

ଅର୍ଗସ ବ୍ୟୁରୋ : କଟକରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ବିଭିନ୍ନ ମନ୍ଦିରରରୁ ସିରିଜ୍ ଲୁଟ୍ । ଦେବାଦେବୀଙ୍କ ଅଳଙ୍କାର ଲୁଟୁଛନ୍ତି ଲୁଟେରା । ରବିବାର ରାତିରେ ମଧୁପାଟଣା ଥାନାରୁ ମାତ୍ର ୩୦୦ରୁ ୫୦୦ ମିଟର ଦୂର । ଦରଖାପାଟଣା ମଣ୍ଡପ ମଧ୍ୟରେ ପୂଜା ପାଉଥିବା ମାଆଙ୍କ ବହୁ ମୁଲ୍ୟବାନ ସୁନା, ରୁପା ଅଳଙ୍କାର ଲୁଟିନେଲେ ଲୁଟେରା । ମା'ଙ୍କ ଚାନ୍ଦି ମୁକୁଟ, ମଙ୍ଗଳସୂତ୍ର, ସୁନା ଆଖି, ସୁନା ମୁକୁଟ ସହ ଦାନବାକ୍ସରେ ଥିବା ଟଙ୍କା ଚୋରି କରିନେଇଥିଲେ । 

ସକାଳେ ପୂଜକ ମନ୍ଦିର ଖୋଲି ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ମଣ୍ଡପ ନିକଟରେ ଲାଗିଥିବା ସିସିଟିଭିରୁ ଦୁଇଜଣ ସନ୍ଦିଗ୍ଧ ରାତିଅଧରେ ମନ୍ଦିର ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ କରିଛନ୍ତି ତଦନ୍ତ । ଗତ ୨୦ ତାରିଖରେ ସମାନ ଢଙ୍ଗରେ ମଧୂପଟଣା ଥାନା ସମ୍ରାଟ ସିନେମା ନିକଟ ସିଦ୍ଧିଦାତ୍ରୀ ମନ୍ଦିର ଓ ଦୋକାନ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିରିଜ୍ ଚୋରିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ୧୦ ଦିନ ମଧ୍ୟରେ ଗୋଟିଏ ଥାନା ଅଞ୍ଚଳରେ ଦୁଇ ଦୁଇଟି ସ୍ଥାନରୁ ଚୋରି ହୋଇଛି । ଯାହା ପୋଲିସର ପାରିବାପଣିଆ ଉପରେ ଉଠାଇଛି ପ୍ରଶ୍ନବାଚୀ । ପୋଲିସର ରାତ୍ରୀକାଳୀନ ପାଟ୍ରୋଲିଂକୁ ନେଇ ବି ଉଠିଛି ପ୍ରଶ୍ନ । 

Sponsored
ବିଭିନ୍ନ ମନ୍ଦିରରରୁ ସିରିଜ୍ ଲୁଟ୍ | Argus News