Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରେ କଲରାପତରିଆ ବାଘଛାଲ ରାକେଟ୍ ଠାବ

Jitendra Dash
Browse all articles by Jitendra Dash
·2 years ago·1 min read
କଟକରେ କଲରାପତରିଆ ବାଘଛାଲ ରାକେଟ୍ ଠାବ

ଅର୍ଗସ ବ୍ୟୁରୋ : କଟକରୁ କଲରାପତରିଆ ବାଘଛାଲ ରାକେଟ୍ ଠାବ ଘଟଣାରେ ବଡ଼ ଲିଙ୍କ । ୪ ଟି ଜିଲ୍ଲା ଦେଇ କଟକ ଆସିଥିଲା ବାଘ ଛାଲ । ଭୁବନେଶ୍ବରରେ ଡିଲ୍‌ ପାଇଁ ଯୋଜନା କରିଥିଲେ ମାଫିଆ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଷ୍ଟେଟ ୱାଇଲଡ ଲାଇଫ ୟୁଙ୍ଗର ଜଏଣ୍ଟ ଟାକ୍ସ ଫୋର୍ସ ମୁଖ୍ୟ । କଟକରୁ ଗିରଫ ଦୁଇ ମାଫିଆ ପ୍ରମୋଦ ଜେନା ଓ  ରବିନାରାୟଣ ବାରିକଙ୍କୁ ଜେରା କରିବା ପରେ ଏହି ଲିଙ୍କରେ ଅନ୍ୟ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ୬ ଜଣ ଫେରାର ଅଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେମାନଙ୍କୁ ଧରିବା ପାଇଁ ରେଡ ଚାଲିଥିବା କହିଛନ୍ତି JTF ମୁଖ୍ୟ । ପ୍ରଥମେ ଏଥିରେ ଗଞ୍ଜାମ ଲିଙ୍କ ସାମ୍ନାକୁ ଆସିଥିଲା । ପୁରୁମାରୀରୁ ଜଣେ ମଧ୍ୟସ୍ଥି ଧରା ପଡିବା ପରେ ବାରିଗେଡା ଗାଁର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ପରେ ସେମାନଙ୍କୁ ଜେରା କରିବା ପରେ ଗଜପତି ଜିଲ୍ଲା ମୋହନା ଅଂଚଳର ଆଉ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିଥିଲା ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଜଣଙ୍କ 3 ବର୍ଷ ହେବ ବାଘ ଛାଲ କୁ ଘରେ ଲୁଚାଇ ରଖିଥିବା ବେଳେ ବାଘ ଛାଲକୁ ଶୁଖେଇ  ରଖିଥିଲା । ପରେ ବାରିହାକଟାରେ ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଥିଲା ଟିମ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack tiger skins smuggling case | Argus News