Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Unsafe Buildings in Cuttack / ଭଙ୍ଗାଯିବ କଟକ ସହରରେ ଥିବା ଅସୁରକ୍ଷିତ କୋଠା, ରାଜଧାନୀରେ ବି ବିପଦ ବଢ଼ାଉଛି ପୁରୁଣା ବିଲ୍ଡିଂ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଭଙ୍ଗାଯିବ କଟକ ସହରରେ ଥିବା ଅସୁରକ୍ଷିତ କୋଠା, ରାଜଧାନୀରେ ବି ବିପଦ ବଢ଼ାଉଛି ପୁରୁଣା ବିଲ୍ଡିଂ

Key Points

କଟକରେ କୋଠା ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟଣା
ତଦନ୍ତ ପାଇଁ ଗଠିତ ହେଲା ଉଚ୍ଚସ୍ତରୀୟ କମିଟି
ଭଙ୍ଗାଯିବ କଟକ ସହରରେ ଥିବା ଅସୁରକ୍ଷିତ କୋଠା

କଟକରେ କୋଠା ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଗଠିତ ହେଲା ଉଚ୍ଚସ୍ତରୀୟ କମିଟି । ପ୍ରତି ମୃତକଙ୍କ ପାଇଁ ପରିବାରକୁ ୧୦ ହଜାର ଲେଖାଏଁ ଦିଆଗଲା ତ୍ୱରିତ କ୍ଷତିପୂରଣ । ଅନ୍ୟପଟେ କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା । କଡ଼ାକଡ଼ି କାର୍ଯ୍ୟକାରୀ ହେବ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏଥିପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିବାବେଳେ ଅସୁରକ୍ଷିତ କୋଠା ଚିହ୍ନଟ କରି ରିପୋର୍ଟ ଦେବାକୁ କହିଥିଲେ । ସିଏମସି ପକ୍ଷରୁ ଅସୁରକ୍ଷିତ କୋଠା ଚିହ୍ନଟ କରି ହାଇକୋର୍ଟରେ ରିପୋର୍ଟ ମଧ୍ୟ ଦାଖଲ ହୋଇଥିଲା । କିନ୍ତୁ ଏସବୁ ଭଙ୍ଗା ଯିବା ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା ।

ଏବେ ବଡ଼ ଅଘଟଣ ପରେ ଅସୁରକ୍ଷିତ କୋଠା ଚିହ୍ନଟ କରିବାକୁ ପୁଣି ଥରେ ସିଏମସି କମିଟି ଗଠନ କରାଯାଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏମିତି ଅସୁରକ୍ଷିତ କୋଠା ନଜରକୁ ଆସିଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ତେବେ ଲୋକେ ବି ସଚେତନ ରହିବାକୁ ମନ୍ତ୍ରୀ ଅପିଲ୍ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଆପାର୍ଟମେଣ୍ଟ ବାଲକୋନି ଭୁଶୁଡ଼ିବା ଘଟଣା; ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କେବଳ କଟକ ନୁହେଁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପ୍ରମୁଖ ଅଞ୍ଚଳ ଗୁଡିକରେ ମାଳ ମାଳ ଅସୁରକ୍ଷିତ କୋଠା ରହିଛି । ଶହୀଦ ନଗର ହେଉ କି ଶୈଳଶ୍ରୀ ବିହାର, ଜୟଦେବ ବିହାର ହେଉ କି ପୁରୁଣା ଭୁବନେଶ୍ବର ସବୁଠି ସମାନ ସ୍ଥିତି । ଟିକିଏ ଭୂମିକମ୍ଫ ହେଲେ ଭୁଶୁଡ଼ି ପଡ଼ିବ କୋଠା ଆଉ ମାତ୍ର କେଇ ମିନିଟରେ ଚାଲିଯିବ ଶହ ଶହ ଜୀବନ । ରାଜଧାନୀର ଏହି ସବୁ ସ୍ଥାନରେ ସତୁରୀ, ଅଶୀ ଦଶକରୁ ନିର୍ମାଣ ହୋଇଥିବା କୋଠା ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଥିବା ବେଳେ ଏଠାରେ କିଛି ଲୋକ ବିପଦ ସଙ୍କୁଳ ଭାବେ ଅବସ୍ଥାନ କରୁଛନ୍ତି । ଏଗୁଡିକର ଶୀଘ୍ର ମରାମତି ନଚେତ ପୁନଃ ନିର୍ମାଣ କରା ନ ଗଲେ କେଉଁ ବି ମୁହୂର୍ତ୍ତରେ ଅଘଟଣକୁ ଏଡାଇ ଦିଆଯାଇନପାରେ ବୋଲି ରାଜଧାନୀବାସୀନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି ।

ଓଡିଏ ପ୍ଲାନି ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲ୍-୨୦୨୦ ଅନୁଯାୟୀ ସହରରେ ରହିଥିବା ବିପଦ ସଙ୍କୁଳ କୋଠା ଗୁଡ଼ିକ ଚିହ୍ନଟ କରି ଏହାର ସର୍ଭେ କରାଯିବା ଆବଶ୍ୟକ । ତେବେ ଦୁଃଖର ବିଷୟ ରାଜଧାନୀରେ କେତେ ସଂଖ୍ୟକ ଏଭଳି ବିଲ୍ଡିଂ ରହିଛି, ତାହାର ହିସାବ ବିଏମସି କି ବିଡ଼ିଏ ପାଖରେ ନାହିଁ । ଆଗାମୀ ଦିନରେ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବହୁତଳ କୋଠାକୁ ନେଇ କ'ଣ ପଦକ୍ଷେପ ନିଆଯାଉଛି ଦେଖିବାକୁ ବାକି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Unsafe Buildings in Cuttack to Be Demolished After Tragic Collapse | Argus News