Vending Zone / ଭେଣ୍ଡିଂ ଜୋନ୍ କାହା ସ୍ୱାର୍ଥରେ ? କାଗଜପତ୍ର ଦେଇ ବି ମିଳୁନି ଦୋକାନ
·2 months ago·2 min read

Key Points
CMCର ବଡ଼ ଦୋମୁହାଁ ନୀତି
ପାର୍କିଂ ନାହିଁ, ହେଲେ ତିଆରି ହୋଇଗଲା ୩୦ରୁ ଊର୍ଦ୍ଧ୍ବ ଦୋକାନ
ଲକ୍ଷ ଲକ୍ଷ ଟଙ୍କାର ଭେଣ୍ଡିଂ ଜୋନରେ ପଡ଼ିଛି ତାଲା !
ବ୍ୟବହାର ନ ହୋଇ ନଷ୍ଟ ହେବାକୁ ବସିଲାଣି ଭେଣ୍ଡିଂ ଜୋନ

କଟକ: ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ କଟକ ମହାନଗର ନିଗମ କଟକ ସହରର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଛି । ମାତ୍ର ତାହା କୌଣସି କାର୍ଯ୍ୟରେ ଲାଗୁଛି ନା ଲୋକଙ୍କୁ ଆବଣ୍ଟନ ହୋଇପାରୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଠା ଦୋକାନୀ ।
ସେପଟେ ମହାନଗର ନିଗମ କମିଶନର କହିଛନ୍ତି, କିଛି ଭେଣ୍ଡିଂ ଜୋନ୍ ଆବଣ୍ଟନ ପାଇଁ ପକ୍ରିୟା ଆରମ୍ଭ ହୋଇଛି । ଯେଉଁଠି ଭେଣ୍ଡିଂ ଜୋନ୍ ହୋଇଛି ସେଠାରେ ପାର୍କିଂର ଅସୁବିଧା ରହିଛି । ଗୋଟିଏ କିମିଟି ଗଠନ ହୋଇଛି, ସେମାନେ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବେ ରିପୋର୍ଟ ଦେବା ପରେ ସେଗୁଡ଼ିକ ମଧ୍ୟ ଆବଣ୍ଟନ କରାଯିବ ।
ଏଥିସହ ପଢ଼ନ୍ତୁ: ଅରଡ଼ ବଜାରରେ ଗୁଳିକାଣ୍ଡ; କାର୍ରୁ ଓହ୍ଲାଇବା ବେଳେ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
ସହରର ରାସ୍ତା ପାର୍ଶ୍ଵରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍ର ବ୍ୟବସ୍ଥା ତ କରାଯାଇଛି । ମାତ୍ର ନିର୍ମାଣ ଶେଷ ହେବାର ବର୍ଷେ ପରେ ମଧ୍ୟ ନା ଏହା ଆବଣ୍ଟନ ହୋଇ ପାରୁଛି, ନା କୌଣସି କାର୍ଯ୍ୟରେ ଲାଗି ପାରୁଛି ।
ଫଳରେ କିଛି ଭେଣ୍ଡିଂ ଜୋନ୍ ଏବେ ନଷ୍ଟ ହେବାକୁ ବସିଲାଣି । ତେବେ ଏହି ଭେଣ୍ଡିଂ ଜୋନ୍ରେ ଥିବା ଦୋକାନ ଘରକୁ ନେବା ପାଇଁ ହିତାଧିକାରୀ ମାନେ ମହାନଗର ନିଗମ ନିକଟରେ ସମସ୍ତ କାଗଜପତ୍ର ଦାଖଲ କରି ସାରିଥିଲେ ସୁଦ୍ଧା ଆବଣ୍ଟନରେ ବିଳମ୍ବକୁ ନେଇ ଆଶାୟୀ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: ୧୦ ଦିନ ପରେ ବି ପୋଲିସ ହାତ ଖାଲି
କଟକ ରିଂ ରୋଡ଼ ମାତା ମଠ ଅଞ୍ଚଳରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍ର ସମସ୍ତ ଦୋକାନ ବନ୍ଦ ହୋଇ ପଡ଼ିଛି । ଯାହାଫଳରେ ଏହି ଅଞ୍ଚଳ ଏବେ କେବଳ ଗାଡ଼ି ପାର୍କିଂ ସ୍ଥଳୀ ପାଲଟିଛି । ସେହିପରି ଯୋବ୍ରା ଛକ ମେରିଆ ବଜାର ବକ୍ସ ରାସ୍ତା କଡ଼ରେ ମଧ୍ୟ ମହାନଗର ନିଗମ ପକ୍ଷରୁ ୩୦ରୁ ଊର୍ଦ୍ଧ୍ଵ ଦୋକାନ ନିର୍ମାଣ ହୋଇଛି । କିନ୍ତୁ ଏଠାରେ ମଧ୍ୟ ସମାନ ଅବସ୍ଥା । ପାର୍କିଂ ପାଇଁ ଜଗା ନଥିବାରୁ ନିର୍ମାଣ ଶେଷ ହେବା ପରେ ବି ଏହାକୁ ଖୋଲାଯାଇ ପାରୁନାହିଁ ।
ସାଧାରଣ ଜନତାଙ୍କ ଟିକସ ପଇସାରେ ନିର୍ମାଣ ହୋଇଛି ଭେଣ୍ଡିଂ ଜୋନ୍ । ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏବେ ଦେଖିବାର କଥା ଭେଣ୍ଡିଂ ଜୋନ୍ ପ୍ରକୃତରେ କେବେ କାର୍ଯ୍ୟକାରୀ ହେଉଛି ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ କେବେ ମିଳୁଛି ନ୍ୟାୟ ।

Related Topics
Explore more stories