Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଜଳବନ୍ଦୀ ଭୟ; ଏଥର ବି ବୁଡ଼ିବ କି କଟକ ?

Odisha

Waterlogging Fear / ପୁଣି ଜଳବନ୍ଦୀ ଭୟ; ଏଥର ବି ବୁଡ଼ିବ କି କଟକ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପୁଣି ଜଳବନ୍ଦୀ ଭୟ; ଏଥର ବି ବୁଡ଼ିବ କି କଟକ ?
Monsoon is knocking, but is Cuttack ready?

Key Points

ମୁଣ୍ଡ ଉପରେ ମୌସୁମୀ
ତଳେ ପଙ୍କରେ ଭର୍ତ୍ତି ନାଳ
ଅଧାରେ ସଫେଇ କାମ
 
କଟକ: ପ୍ରତିବର୍ଷ ବର୍ଷା ଆସେ, ଆଉ କଟକରେ ଦେଖାଯାଏ ଜଳବନ୍ଦୀର ଚିତ୍ର । ରାସ୍ତାଘାଟ ଠାରୁ ଆରମ୍ଭ କରି ବସ୍ତି ଅଞ୍ଚଳ ପର୍ଯ୍ୟନ୍ତ ପାଣିରେ ଉବୁଟୁବୁ ହୋଇଯାଏ ସହର । ଏଥର ମୌସୁମୀ ଆସିବାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ସହରବାସୀଙ୍କ ଚିନ୍ତା ବଢାଇଛି ଅସମ୍ପୂର୍ଣ୍ଣ ପଙ୍କଉଦ୍ଧାର କାମ ।

ବାଉନ ବଜାର, ତେପନ ଗଳିର ସହରର ଅନେକ ସ୍ଥାନରେ ଏବେ ବି ନାଳ ସଫେଇ ଶେଷ ହୋଇନଥିବା ବେଳେ ଜଳବନ୍ଦୀର ଭୟ ଘାରିଛି । ତେବେ ସିଏମସି କହୁଛି, ବର୍ଷାକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛି କଟକ ସହର ।

ଏଥିସହ ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ହତ୍ୟା ଗୁମର ଖୋଲିବ ମୋବାଇଲ୍ ଓ ଡାକ୍ତରୀ ପ୍ରେସକ୍ରିପସନ୍‌ 

ମୌସୁମୀ ଆସୁଛି, ଆଉ ତା' ସହ ବଢ଼ୁଛି କଟକ ସହରବାସୀଙ୍କ ଚିନ୍ତା । କାରଣ ସହରର ଅନେକ ସ୍ଥାନରେ ଏବେ ବି ଶେଷ ହୋଇନାହିଁ ପଙ୍କ ଉଦ୍ଧାର କାମ । ଛୋଟ ବଡ଼ ଡ୍ରେନ ଠାରୁ ଆରମ୍ଭ କରି ମୁଖ୍ୟ କେନାଲ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଅଧାରେ ଅଟକି ରହିଛି ସଫେଇ କାର୍ଯ୍ୟ ।

ଏପ୍ରିଲ ସୁଦ୍ଧା ସରିବାକୁ ଥିବା କାମ ଜୁନ୍‌ରେ ମଧ୍ୟ ଅସମ୍ପୂର୍ଣ୍ଣ ରହିଥିବାରୁ ବର୍ଷା ପୂର୍ବରୁ ଜଳବନ୍ଦୀ ଆଶଙ୍କା ଘନୀଭୂତ ହୋଇଛି । ଏଭଳି ସ୍ଥିତିରେ ଲଗାଣ ବର୍ଷା ହେଲେ କଟକ ପୁଣି ଥରେ ପାଣିରେ ବୁଡ଼ିବା ଆଶଙ୍କାକୁ ନେଇ ଚିନ୍ତାରେ ସହରବାସୀ ।

ସେପଟେ ସହରର ବିଭିନ୍ନ ୱାର୍ଡ ବୁଲି ପଙ୍କ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ଅନେକ ସ୍ଥାନରେ କାମ ବାକିଥିବା ସ୍ବୀକାର କରିବା ସହ ହାତରେ ଅଳ୍ପ ସମୟ ଥିବାରୁ ଅଧିକ ମେସିନ ଓ ଲୋକ ନିୟୋଜିତ କରି ଶୀଘ୍ର କାମ ଶେଷ କରିବାକୁ ସିଏମସିକୁ କହିଛନ୍ତି ବିଧାୟିକା ।

କଟକ ସହରକୁ ଜଳବନ୍ଦୀରୁ ମୁକ୍ତ ରଖିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛି କଟକ ମହାନଗର ନିଗମ । ସିଏମସି କମିଶନରଙ୍କ କହିବା କଥା, ଗତ ଚାରି ମାସ ଧରି ପଙ୍କ ଉଦ୍ଧାର ଓ ଡ୍ରେନ ସଫେଇ କାମ ଚାଲିଛି । ବକ୍ସ ଡ୍ରେନଗୁଡ଼ିକୁ ସୁପର ସକର୍ ମେସିନ ସାହାଯ୍ୟରେ ସଫା କରାଯାଉଛି । ଯେଉଁ ସ୍ଥାନରେ ପାଣି ଜମିବାର ସମ୍ଭାବନା ଅଛି, ସେଠାରେ ପାଣି ନିଷ୍କାସନ ପାଇଁ ପମ୍ପ ବ୍ୟବସ୍ଥା ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ଘରୁ ଅଢ଼େଇ ଲକ୍ଷ, ବ୍ୟାଙ୍କ ଲକର୍‌ରୁ ମିଳିଲା ନଗଦ ୨ କୋଟି; ଆଉ କେତେ ସମ୍ପତ୍ତି ରଖିଛନ୍ତି ITDA ଯନ୍ତ୍ରୀ ? 

ଡ୍ରେନ୍, ବକ୍ସ ଡ୍ରେନ ଓ କଲଭର୍ଟଗୁଡ଼ିକରୁ ଦୁଇ ଦୁଇ ଥର ପଙ୍କ ଉଦ୍ଧାର କରାଯାଇଛି । ଜଳ ନିଷ୍କାସନ ପାଇଁ ୩୦୦ରୁ ଅଧିକ ମୋଟର ପମ୍ପ ନିୟୋଜିତ ଥିବା ବେଳେ ଚଳିତ ବର୍ଷ ଜଳବନ୍ଦୀ ସମସ୍ୟା ବହୁ ପରିମାଣରେ କମିବ ବୋଲି କହିଛନ୍ତି ସିଏମସି ମେୟର ।

ପ୍ରତିବର୍ଷ ମୌସୁମୀ ବର୍ଷା ଆସିଲେ କଟକର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼େ । ପାଣି ପମ୍ପ ଲଗାଇ ଅସ୍ଥାୟୀ ସମାଧାନ କରାଯାଉଥିଲେ ମଧ୍ୟ ସ୍ଥାୟୀ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ପ୍ରଶ୍ନ... ସତରେ ମୌସୁମୀର ସାମନା କରିବାକୁ ପ୍ରସ୍ତୁତ ତ କଟକ ? ନା ପୁଣି ଥରେ ଜଳବନ୍ଦୀର ଯନ୍ତ୍ରଣା ଭୋଗିବେ ସହରବାସୀ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monsoon Fear Returns: Will Cuttack Face Waterlogging Again This Year? | Argus News | Argus News