Videos
|
Odisha

Drowning To Elope / ପରିବାର ଲୋକ ଭୋ ଭୋ କାନ୍ଦୁଥିଲେ, ହେଲେ ଯୁବତୀ ପ୍ରେମିକ ସହ ମଉଜ କରୁଥିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପରିବାର ଲୋକ ଭୋ ଭୋ କାନ୍ଦୁଥିଲେ, ହେଲେ ଯୁବତୀ ପ୍ରେମିକ ସହ ମଉଜ କରୁଥିଲେ...

Key Points

ଦିନେ କି ଦୁଇ ଦିନ ନୁହେଁ ଏକାଥରକେ ୩ ଦିନ ପର୍ଯ୍ୟନ୍ତ ଏମିତି ଖୋଜା ଖୋଜି ଚାଲିଥିଲା ।

ତଥାପି ଯୁବତୀଙ୍କ ପତ୍ତା ମିଳିନଥିଲା ।

ସମସ୍ତେ ଭାବିଥିଲେ ଯୁବତୀ ପାଣିର ସ୍ରୋତରେ କେଉଁ ଆଡ଼େ ଭାସି ଯାଇଛନ୍ତି ।

ମହାନଦୀରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିଲେ । ହେଲେ କିଛି ଦିନ ପରେ ପୁରୀରେ ପ୍ରେମିକ ସହ ଧରାପଡ଼ିଲେ । ଏହି କଥାଟି ଆପଣଙ୍କୁ ଅଡ଼ୁଆ ଲାଗୁଥିବ । ଆଉ ମନରେ ପ୍ରଶ୍ନ ଆସୁଥିବ, ଯଦି ଜଣେ ନଦୀରେ ବୁଡ଼ି ମରିଯାଇଛି, ତାପରେ କେମିତି ପ୍ରେମିକ ସହ ଧରାପଡ଼ିଲେ ? ଖବରଟି ସମ୍ପୂର୍ଣ୍ଣ ପଢ଼ିବା ପରେ ଆପଣ ବି ଜାଣିପାରିବେ ଘଟଣାର ପୂରା ସତ କ'ଣ ? ଆଉ ସବୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଏହି ଘଟଣାଟି କଟକ ଜିଲ୍ଲା ବାଙ୍କୀ ପୋଲିସ ଥାନା ଅନ୍ତର୍ଗତ ରତଗଡ଼ ଗାଁରେ ଘଟିଛି। ଶେଷ ଖୁଦୁରୁକୁଣୀ ଓଷା ଦିନ ଭଷାଣୀ ବେଳେ ଏହି ଗାଁର ଜଣେ ଯୁବତୀ ମହାନଦୀରେ ବୁଡ଼ିଯାଇଲେ । ତାପରେ ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଦମକଳ ବାହିନୀ ତଥା ଉଦ୍ଧାରକାରୀ ଟିମ୍‌ ନଦୀରେ ପଶି ଯୁବତୀଙ୍କୁ ଅନେକ ଖୋଜା ଖୋଜି ମଧ୍ୟ କରିଥିଲେ । ବିସର୍ଜନ ବେଳେ ନଦୀରେ ପଡ଼ିଥିବା ଅନ୍ୟ ପୂଜା ସାମଗ୍ରୀ ସବୁ ମିଳିଥିଲା । ହେଲେ ଯୁବତୀଙ୍କୁ ଖୋଜି ପାଇନଥିଲେ ଉଦ୍ଧାରକାରୀ ଦଳ ।


ଏହାସହ ପଢ଼ନ୍ତୁ:- ଦୁନିଆର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର, BRICSକୁ ଦେଖି ଥରିଲାଣି !


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିନେ କି ଦୁଇ ଦିନ ନୁହେଁ ଏକାଥରକେ ୩ ଦିନ ପର୍ଯ୍ୟନ୍ତ ଏମିତି ଖୋଜା ଖୋଜି ଚାଲିଥିଲା । ତଥାପି ଯୁବତୀଙ୍କ ପତ୍ତା ମିଳିନଥିଲା । ସମସ୍ତେ ଭାବିଥିଲେ ଯୁବତୀ ପାଣିର ସ୍ରୋତରେ କେଉଁ ଆଡ଼େ ଭାସି ଯାଇଛନ୍ତି ।

ଏହି ଖବର ଗାଁ ଲୋକଙ୍କ ମନରେ ଗଭୀତ ଆଘାତ ଦେଇଥିଲା । ପୁରା ଗାଁ ଶୋକାକୂଳ ହୋଇପଡ଼ିଥିଲା । ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ । ଝିଅ ଆଉ ନାହିଁ ବୋଲି ପରିବାର ଲୋକ ବାହୁନି ବାହୁନି କାନ୍ଦୁଥିଲେ । ମହାନଦୀର କରେଣ୍ଟ ତାଙ୍କ ଝିଅକୁ ଟାଣି ନେଲା ବୋଲି ପରିବାର ଲୋକ ବିଶ୍ୱାସ ମଧ୍ୟ କରିସାରିଥିଲେ ।


ଏହାସହ ପଢ଼ନ୍ତୁ:- ବଦଳିଲା ଆମେରିକା ସ୍ୱର ! ତ୍ରିଶକ୍ତିଙ୍କୁ ଏକାଠି ଦେଖି ଚିନ୍ତାରେ ପଡ଼ିଲା...


ହେଲେ ଘଟଣାର ତିନି ଦିନ ପରେ ଆସିଲା ବଡ଼ ଟ୍ୱିଷ୍ଟ । ତଦନ୍ତରୁ ଜଣାପଡ଼ିଲା ଯୁବତୀ ଜଣକ ମହାନଦୀରେ ଜାଣିଶୁଣି ଭାସିଯାଇଥିଲେ । ଆଉ ତାପରେ ସମସ୍ତଙ୍କ ଆଖି ଆଢ଼ୁଆଳରେ ନଦୀ ପାର୍‌ ହୋଇ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଏହି କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପୋଲିସ ଖବର ପାଇଲା ଯେ, ଯୁବତୀ ଜଣକ ନିଜ ବୟଫ୍ରେଣ୍ଡ ସହ ପୁରୀ ଚୁଡ଼ଙ୍ଗ ସାହିରେ ରହୁଛନ୍ତି । ପୁରୀ ପୋଲିସ ଉଭୟଙ୍କୁ ମଙ୍ଗଳବାର ରାତିରେ ଥାନାରେ ଅଟକ ରଖିଥିଲା । ତାପରେ ବାଙ୍କୀ IIC ଦିଲ୍ଲୀପ କୁମାର ମର୍ଦ୍ଦରାଜଙ୍କୁ ଜଣାଇଥିଲା । ଏବେ ପୁରୀ ପୋଲିସ ଉଭୟଙ୍କୁ ବାଙ୍କୀ ପୋଲିସକୁ ହସ୍ତାନ୍ତର କରିସାରିଛି ।