Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyber Crime / ସାଇବର ଠକଙ୍କ ଦୌରାତ୍ମ୍ୟ, ଆଖିରେ ଆଙ୍ଗୁଠି ଗେଞ୍ଜି ଖାଲି କରିଦେଉଛନ୍ତି ଆକାଉଣ୍ଟ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ସାଇବର ଠକଙ୍କ ଦୌରାତ୍ମ୍ୟ, ଆଖିରେ ଆଙ୍ଗୁଠି ଗେଞ୍ଜି ଖାଲି କରିଦେଉଛନ୍ତି ଆକାଉଣ୍ଟ !

Key Points

ସାଇବର ଲୁଟେରାଙ୍କ ଫୋକସରେ ରହିଛି ହୋଟେଲ ଶିଳ୍ପ। ରାଜ୍ୟରେ ଚଳିତ ବର୍ଷ ୩୮୫ଟି ହୋଟେଲ ବୁକିଂ ଠକେଇ ହୋଇଥିବା ବେଳେ ୯୦ ଭାଗ ପୁରୀର ବିଭିନ୍ନ ହୋଟେଲ ନାଁରେ ହୋଇଛି ଠକେଇ।

ବଢୁଛି ସାଇବର କ୍ରାଇମ୍ । ବ୍ୟାପକ ସଚେତନତା ସତ୍ତ୍ୱେ ଅସାମାଜିକଙ୍କ କବଳରେ ପଡ଼ି ଆର୍ଥିକ ହାନୀ ସହୁଛନ୍ତି ଲୋକେ। ମାନସିକ ଓ ସାମାଜିକ ପ୍ରଗତିରେ ବାଧକ ସାଜୁଛି ସାଇବର କ୍ରାଇମ୍ । ଗତ ୨୦୨୦ରୁ ୨୦୨୪, ରାଜ୍ୟରେ ୫ ବର୍ଷରେ ସାଇବର ଠକେଇର ଶିକାର ହୋଇଛନ୍ତି ୬୩୯୯ ଜଣ। ଗିରଫ ହୋଇଛନ୍ତି ମାତ୍ର ୬୧୨ ଜଣ। ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ୩୮୫ଟି ହୋଟେଲ ବୁକିଂ ଠକେଇ ମାମଲା ସାମନାକୁ ଆସିଥିବା ବେଳେ କେବଳ ପର୍ଯ୍ୟଟନ ନଗରୀ ପୁରୀରେ ହୋଇଛି ୯୦ ଭାଗ ଠକେଇ।

ବିଧାନସଭାରେ ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିସଂଖ୍ୟାନ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତଥ୍ୟ ମୁତାବକ ୨୦୨୦ରେ ୧୧୧୫ ଜଣ, ୨୦୨୧ ରେ ୧୨୧୦ ଜଣ, ୨୦୨୨ରେ ୧୧୫୩ ଜଣ, ୨୦୨୩ରେ ୧୩୬୮ ଜଣ, ୨୦୨୪ରେ ୧୫୩୩ ଜଣ ସାଇବର ଠକେଇର ଶିକାର ହୋଇଛନ୍ତି। ଅର୍ଥାତ ଇଣ୍ଟରନେଟର ବ୍ୟବହାର ଓ ଆଧୁନିକ ଆପର ପ୍ରଚଳନ ବଢ଼ିବା ସହ କ୍ରମାଗତ ବଢୁଛି ସାଇବର କ୍ରାଇମ୍। ସେହି ତୁଳନାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ନଗଣ୍ୟ। ୨୦୨୦ରେ ୯୨ ଜଣ, ୨୦୨୧ ରେ ୯୮ ଜଣ, ୨୦୨୨ ରେ ୧୨୮ ଜଣ, ୨୦୨୩ ରେ ୧୬୩ ଜଣ, ୨୦୨୪ ରେ ୧୯୧ ଜଣ ସାଇବର ଫ୍ରଡ୍ ପାଇଁ ଗିରଫ ହୋଇଛନ୍ତି।

ଏଥିସହ ପଢ଼ନ୍ତୁ: ଓଡ଼ିଶାକୁ ସତରେ ବାତ୍ୟା ଅଛି ନା ନାହିଁ ? ଜାଣନ୍ତୁ ପୁରା ଘଟଣା...

ଅନ୍ୟପଟେ ସାଇବର ଲୁଟେରାଙ୍କ ଫୋକସରେ ରହିଛି ହୋଟେଲ ଶିଳ୍ପ। ରାଜ୍ୟରେ ଚଳିତ ବର୍ଷ ୩୮୫ଟି ହୋଟେଲ ବୁକିଂ ଠକେଇ ହୋଇଥିବା ବେଳେ ୯୦ ଭାଗ ପୁରୀର ବିଭିନ୍ନ ହୋଟେଲ ନାଁରେ ହୋଇଛି ଠକେଇ। ଏଭଳି ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ଯ୍ୟକ୍ଷମ ହେବ। ଏହାସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ସାଇବର ଠକଙ୍କଠାରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ନାଟ୍ୟ ରୁପାନ୍ତର ଭିଡିଓ ପ୍ରସ୍ତୁତ କରି ସଚେତନ କରାଯାଉଛି । ଏମିତିକି କେବଳ ରାଜ୍ୟ ସରକାର ନୁହଁନ୍ତି କେନ୍ଦ୍ର ସରକାର ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି । ଅନ୍ୟପଟେ ବିଭିନ୍ନ ଟେଲିକମ୍ ସଂସ୍ଥା ହେଉ କିମ୍ବା ଡିଜିଟାଲ ସଂସ୍ଥା ବି ସାଇବର ଠକଙ୍କଠାରୁ କିପରି ବର୍ତ୍ତିବେ ସେନେଇ ଲୋକଙ୍କୁ ବିଭିନ୍ନ ଉପାୟ ବୁଝାଉଛନ୍ତି। ତଥାପି ଅନେକ ଲୋକ ନିଜ ଅଜାଣତରେ ଏଭଳି ଠକଙ୍କ ଜାଲରେ ଫଶିଯାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyber Crime | Cyber ​​fraudsters are brutal, they are emptying your account with their fingers in their eyes! | Argus News