Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cycling / ସାଇକେଲିଂ ଚାମ୍ପିୟନସିପ୍ ୨୦୨୫: ଦେଶର ୩୦ଟି ରାଜ୍ୟର ପ୍ରତିଯୋଗୀ ସାମିଲ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ସାଇକେଲିଂ ଚାମ୍ପିୟନସିପ୍ ୨୦୨୫: ଦେଶର ୩୦ଟି ରାଜ୍ୟର ପ୍ରତିଯୋଗୀ ସାମିଲ
Cycling

Key Points

ସମ୍ବଲପୁରରେ ଜାତୀୟ ରୋଡ ସାଇକେଲିଂ ଚାମ୍ପିୟନସିପ୍ ୨୦୨୫
ଭାଗ ନେଇଛନ୍ତି ଦେଶର ୩୦ଟି ରାଜ୍ୟର ପ୍ରତିଯୋଗୀ
ଆଜିଠୁ ଆରମ୍ଭ ହୋଇ ୬ ତାରିଖ ଯାଏ ଚାଲିବ କାର୍ଯ୍ୟକ୍ରମ
ଭିଡିଓ ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କହିଲେ, ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର
 
ସମ୍ବଲପୁରରେ ୩୦ ତମ ଜାତୀୟ ରୋଡ ସାଇକେଲିଂ ଚାମ୍ପିୟାନସିପ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଦେଶର ୩୦ଟି ରାଜ୍ୟର ୮୫୦ ଜଣ ପ୍ରତିଯୋଗୀ ସହ ୧୨୨ ଜଣ କୋଚ ଅଂଶଗ୍ରହଣ କରିଛନ୍ତି । ଆଜିଠୁ ଆରମ୍ଭ ହୋଇ ଡିସେମ୍ବର ୬ ତାରିଖ ଯାଏ ଚାଲିବ କାର୍ଯ୍ୟକ୍ରମ । ଉତ୍ତରାଂଚଳ ପୋଲିସ ଆଇଜି ହିମାଂସୁ ଲାଲ ଓ ସମ୍ବଲପୁର ଜିଲ୍ଲାପାଳ ସିଦ୍ଦେଶ୍ଵର ବଲିରାମ ବୋନ୍ଦର ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ମାଁ ସମଲେଶ୍ଵରୀଙ୍କ ପବିତ୍ର ସ୍ଥାନରେ ଆୟୋଜିତ ଚାମ୍ପିୟନସିପ୍ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର ।

ଏଥିସହ ପଢ଼ନ୍ତୁ: ବଡ଼ ସଂକେତ ଦେଲେ ମନ୍ତ୍ରୀ, ତାମିଲ ଠିକାଦାରଙ୍କ ବିରୋଧରେ ହେବ ତଦନ୍ତ !

ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ' ଆରମ୍ଭ କରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ଦେଇ ଆସୁଛନ୍ତି । ୫୫ ନମ୍ଵର ଜାତୀୟ ରାଜପଥ ତୁମେସିଙ୍ଗା ଛକରୁ ମାନେଶ୍ଵର ବାଏପାସ ରୋଡରେ ଚାଲିଛି କାର୍ଯ୍ୟକ୍ରମ । ଏଥିରେ ଅନେକ ଆନ୍ତଜାତୀୟ ଖେଲାଲି ଭାଗ ନେଇଥିବା ବେଳେ ସମ୍ବଲପୁର ଆସି ବେଶ ଖୁସି ଅନୁଭବ କରିଛନ୍ତି । ଓଡିଶାରେ ପୁର୍ଵରୁ ଏହା ପୁରୀରେ ହୋଇଥିବା ବେଳେ ଏହା ଦ୍ବିତୀୟ ଥର ସମ୍ବଲପୁର ଆୟୋଜନ ହୋଇଛି । 

ଏହା ମଧ୍ୟ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର, ଧାନ କିଣା ସମସ୍ୟାର ହେଲା ସମାଧାନ

ଜାତୀୟ ଶିକ୍ଷା ନୀତି -2020ରେ ଖେଳ, ପାଠପଢାର ଗୁରୁତ୍ଵପୂର୍ଣ୍ଣ ଅଂଶ ହେଲାଣି । ଏହି ଶିକ୍ଷା ନୀତିର ଲକ୍ଷ୍ୟ ହେଉଛି, ପିଲାମାନଙ୍କୁ ତୃଣମୂଳ ସ୍ତରରୁ ଆରମ୍ଭ କରି ଅଲିମ୍ପିକ୍ସ ପର୍ଯ୍ୟନ୍ତ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେବ । ଏହି ପ୍ରତିଯୋଗିତା କେବଳ ସମ୍ବଲପୁରର ପରିଚୟ ବଢାଇବ ନାହିଁ 'ବିକଶିତ ଓଡ଼ିଶା' ଓ 'ବିକଶିତ ଭାରତ'ର ସଂକଳ୍ପକୁ ମଜଭୂତ୍ କରିବ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଆଜିକାଲି ବ୍ୟସ୍ତବହୁଳ ଦୁନିଆରେ ସମସ୍ତେ କାହାକୁ ସମୟ ଦେଇପାରୁନାହାନ୍ତି। ଏହା ଭିତରେ ନିଜ ସ୍ୱାସ୍ଥ୍ୟ ହେଉ ଅବା ପରିବାର ଲୋକଙ୍କୁ ସମୟ ଦେବା ହେଉ। ଆଉ ପିଲାମାନଙ୍କ କଥା ବି ଛାଡନ୍ତୁ। ଯଦି ଆପଣ ପ୍ରତ୍ୟେକ ଦିନ ଏକ୍ସରସାଇଜ କରିପାରୁନାହାନ୍ତି, ତେବେ ସାଇକେଲିଂ ନିଶ୍ଚୟ କରନ୍ତୁ, ଏହା ହିଁ ବାର୍ତ୍ତା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cycling | Participants From 30 Indian States Join National Event | Argus News | Argus News