Videos
|
Odisha

SRC Press Meet / ଗଞ୍ଜାମ ଜିଲ୍ଲାକୁ ଦାଉ ସାଜିଲା ବାତ୍ୟା `ଅକ୍ଵାନ'; ତୁରନ୍ତ କ୍ଷତିପୂରଣ ଦିଆଯିବ କହିଲେ SRC

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ଗଞ୍ଜାମ ଜିଲ୍ଲାକୁ ଦାଉ ସାଜିଲା ବାତ୍ୟା `ଅକ୍ଵାନ'; ତୁରନ୍ତ କ୍ଷତିପୂରଣ ଦିଆଯିବ କହିଲେ SRC
Cyclone Akvan SRC Press Meet

Key Points

ଗଞ୍ଜାମ ଜିଲ୍ଲାକୁ ଦାଉ ସାଜିଲା ବାତ୍ୟା `ଅକ୍ଵାନ'
ଗଞ୍ଜାମର ବିଭିନ୍ନ ଗାଁରେ ପଶିଛି ବନ୍ୟାଜଳ
ପ୍ରଭାବିତ ସ୍ଥାନରେ ରିଲିଫ ବଣ୍ଟନ କରାଯାଉଛି
ସଂଧ୍ୟା ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଆସିବ
ପ୍ରେସମିଟ୍‌ରେ ସୂଚନା ଦେଲେ ଏସଆରସି
ଭୁବନେଶ୍ଵର: ବାତ୍ୟା `ଅକ୍ଵାନ୍' ପ୍ରଭାବରେ ଗଞ୍ଜାମରେ ହୋଇଛି ଅଧିକ କ୍ଷତି । ପ୍ରେସମିଟରେ ସୂଚନା ଦେଲେ ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ । ଚାଷ ଜମିରେ ପାଣି ପଶିବାରୁ ନଷ୍ଟ ହୋଇଛି ଫସଲ । ସନ୍ଧ୍ୟା ସୁଦ୍ଧା କ୍ଷୟକ୍ଷତି ନେଇ ଅଧିକ ସ୍ପଷ୍ଟ ରିପୋର୍ଟ  ଆସିବ । ତୁରନ୍ତ କ୍ଷତିପୂରଣ ଦେବାକୁ ନିଆଯିବ ସମସ୍ତ ପଦକ୍ଷେପ । ବାତ୍ୟା ଯାହା ପୂର୍ବ ଆକଳନ ଅନୁସାରେ ପ୍ରଭାବ କମ ରହିଲା । କେଉଁଠି ଚିନ୍ତାଜନକ ସ୍ଥିତି ନାହିଁ ବୋଲି କହିଲେ ଏସଆରସି ।

ପ୍ରେସମିଟରେ ଏସଆରସି କହିଛନ୍ତି, "୪ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି, ଘାଇ ସୃଷ୍ଟି ହୋଇଛି । ଚାଷ ଜମି କ୍ଷୟ କ୍ଷତି ହୋଇଛି, ଆକଳନ ଆରମ୍ଭ ହେବ । ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତିକୁ ଜୋରଦାର କରାଯାଇଥିଲା । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଲୋକ ମାନିଛନ୍ତି । ଲୋକଙ୍କୁ ସବୁ ଶ୍ରେୟ ଯାଉଛି । ସବୁ ବିଭାଗ ଟିମ ସ୍ପିରିଟରେ କାମ କରିଛି ।"

  • "ପୂର୍ବ ଆକଳନ ଅନୁସାରେ ପ୍ରଭାବ କମ୍"
ବାତ୍ୟାର ଯାହା ପୂର୍ବାନୁମାନ କରାଯାଇଥିଲା ପ୍ରଭାବ କମ ରହିଲା । ଲ୍ୟାଣ୍ଡଫଲ୍ କରିବା ପରେ ବର୍ଷା ହୋଇଛି । ରାସ୍ତା, ଜଳସେଚନ, ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଫୋକସ କରାଯାଉଛି । ଦୀର୍ଘମିଆଦି ଯୋଜନା କରାଯାଉଛି । ଭୂସ୍ଖଳନ ବର୍ତ୍ତମାନ ବଡ଼ ବିପର୍ଯ୍ୟୟ ପାଲଟିଛି । ଅର୍ଣ୍ଣବ ପରେ ଭୂସ୍ଖଳନ ପାଇଁ ଅଧିକ ବ୍ୟବସ୍ଥା କରାଯାଇଥିଲା । ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ଭୂସ୍ଖଳନ ବାବଦରେ ଅନୁଧ୍ୟାନ ପାଇଁ ଉତ୍ତରାଖଣ୍ଡ ଗୋଟେ ଟିମ୍ ଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଟିମ ସହ ଆଲୋଚନା କରିଥିଲେ ଓଡ଼ିଶା ଟିମ । ଲ୍ୟାଣ୍ଡ ସ୍ଲାଇଡ୍ ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ଓଡ଼ିଶା ଟିମ ଅନୁଧ୍ୟାନ କରିଛି । ହିମାଚଳ ପ୍ରଦେଶ ଗୋଟେ ଟିମ ଯିବ । ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ।

  • "ତୁରନ୍ତ କ୍ଷତିପୂରଣ ଦିଆଯିବ"
ଚାଷ ଜମିରେ ପାଣି ପଶିବାରୁ ଫସଲ ନଷ୍ଟ ହୋଇଛି । ଗଞ୍ଜାମର ୪ଟି ବ୍ଲକରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି । ୭ଟି ବ୍ଲକରେ ୧୦୦ରୁ ୨୦୦ମିମି ଯାଏଁ ବର୍ଷା ହୋଇଛି । ସନ୍ଧ୍ୟା ସୁଦ୍ଧା ଫସଲ କ୍ଷୟକ୍ଷତି ରିପୋର୍ଟ ଆସିବ । ତୁରନ୍ତ କ୍ଷତିପୂରଣ ଦେବାକୁ ସମସ୍ତ ପଦକ୍ଷେପ ନିଆଯିବ । ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ମିଳିବ । ସେହିପରି ଯେଉଁ ଚାଷୀଙ୍କ ଧାନ ଓଦା ହୋଇଛି, ସେମାନଙ୍କୁ ମଧ୍ୟ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ।

  • ଶହ ଶହ ଏକର ଚାଷ ଜମି ଜଳମଗ୍ନ
ଗଞ୍ଜାମ ଜିଲ୍ଲାର ଚିରିକିପଡ଼ା ଶାସନ, ମାଳ ତେନ୍ତୁଳିଆ, ଖଇରଚଟା, ମନଶିଳା ଓ ବାଲିଘାଇ ସମେତ ଅନେକ ଗାଁର ଚାଷ ଜମି ଜଳମଗ୍ନ ହୋଇରହିଛି । ଅନ୍ୟପଟେ ବୁଗୁଡ଼ା ବ୍ଲକର ବିଭିନ୍ନ ଗାଁର ଚାଷ ଜମିରେ ମଧ୍ୟ ମାଡ଼ିଯାଇଛି ବନ୍ୟାଜଳ । କବିସୂର୍ଯ୍ୟନଗର ବ୍ଲକର ଭେଟସିଂ, ଟଙ୍କାଛାଇ, ଆମ୍ବିଳାପଲ୍ଲୀ, ଗୁଣ୍ଡୁରିବାଇ, ପୋଲସର, ନୂଆଗାଁ, ବାଲିଆସରା ଓ ସୁନାଝୋଳା ଭଳି ଅନେକ ଗାଁର ଚାଷ ଜମି ପାଣିରେ ବୁଡ଼ି ରହିଛି । ସେହିଭଳି ପୁରୁଷୋତ୍ତମପୁର ବ୍ଲକର ଭୀମପୁର, ଅନ୍ତିରିଗାଁ, ପାଣ୍ଡରଖୋଲି, ପାଣ୍ଡିଆ ଓ ସିଏଚ୍ ନୂଆଗାଁ ସମେତ ଅନେକ ଗାଁର ଚାଷ ଜମିରେ ପାଣି ପଶିଛି । କୋଦଳା ଅଞ୍ଚଳର ଗୁଡ଼ିଆଳି, ମର୍ଦ୍ଧମେଖ, ଚନ୍ଦନପୁର, ଅଙ୍ଗାରଗାଁ ଓ ଚିଙ୍ଗୁଡ଼ିଖୋଳ ଭଳି ଅଞ୍ଚଳରେ ମଧ୍ୟ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମିଶନ୍ ଜିରୋ କାଜୁଆଲିଟିର ମହାଅଭିଯାନ, ବାତ୍ୟାର ନାଲି ଆଖିକୁ ଖାତିର୍ କଲେନି ପୋଲିସ, ଅଗ୍ନିଶମ ଓ ଓଡ୍ରାଫ୍

ଧାନ ଅମଳ ସମୟରେ ହଠାତ୍ ପାଣି ପଶି ଆସିବାରୁ ଚାଷୀଙ୍କ ବର୍ଷକର ପରିଶ୍ରମ ପାଣିରେ ମିଶିଯାଇଛି । ଯେଉଁ ଜମିରେ ଦିନେ ସୁନାର ଫସଲ ଫଳୁଥିଲା, ଆଜି ସେହି ଜମିରେ ପାଣି ପହଁରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ଚାଷୀଙ୍କ ମନରେ ଛନକା ପଶିଛି । ଋଣ କରି ଚାଷ କରିଥିବା ଚାଷୀ ଏବେ ଫସଲ ହରାଇ ହତାଶ ହୋଇପଡ଼ିଛନ୍ତି । ବନ୍ୟାଜଳ ଶୀଘ୍ର ନିଷ୍କାସନ ସହ କ୍ଷତିଗ୍ରସ୍ତ ଚାଷ ଜମିର ତୁରନ୍ତ ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଦାବି ଉଠିଛି ।