Videos
|
Odisha

Chhatra Bazar Hata / ବାତ୍ୟା ଭୟ; ଛତ୍ରବଜାରରେ ଜମିଲା ଭିଡ଼, ଆଗୁଆ ସାମଗ୍ରୀ କିଣିନେଲେ ଲୋକେ

Debashree Debasmita Sahoo
Browse all articles by Debashree Debasmita Sahoo
·41 mins ago·2 min read
ବାତ୍ୟା ଭୟ; ଛତ୍ରବଜାରରେ ଜମିଲା ଭିଡ଼, ଆଗୁଆ ସାମଗ୍ରୀ କିଣିନେଲେ ଲୋକେ
Cyclone impact on Kataka Chhatra Bazar

Key Points

ବାତ୍ୟା ଅକ୍ବାନ୍ ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିବ
ବାତ୍ୟା ପାଇଁ ହାଟରେ ଦେଖାଗଲାଣି ପ୍ରଭାବ
ଲୋକେ ବର୍ଷା ସତ୍ତ୍ଵେ ପରିବାପତ୍ର କିଣିନେଲେ
କଟକ: ଛତ୍ରବଜାର ଅର୍ବାନ ହାଟରେ ଦେଖିବାକୁ ମିଳିଛି ବାତ୍ୟା ଅକ୍ଵାନର ପ୍ରଭାବ । ବାତ୍ୟା ପୂର୍ବରୁ ଅତ୍ୟାଆବଶ୍ୟକ ସାମଗ୍ରୀ ବିଶେଷ କରି ପନିପରିବା ଓ ଆଳୁ ପିଆଜ କିଣିବା ପାଇଁ ପରିବା ମାର୍କେଟରେ ଆଜି ସକାଳୁ ଟିକେ ଭିଡ଼ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବ ଯୋଗୁଁ ପରିବା ଏବଂ ଆଳୁ ପିଆଜ ଦର ବୃଦ୍ଧି ଓ ଯୋଗାଣରେ ଅସୁବିଧା ଆଶଙ୍କା କରି ଆଳୁ ପିଆଜ ପରିବା କିଣି ନେଉଛନ୍ତି ଗ୍ରାହକ । ଏବେ ପନିପରିବା ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । ଯଦି ଯୋଗାଣ ନହୁଏ, ତେବେ ଆଗକୁ ଦର ବଢିବ ବୋଲି କହିଛନ୍ତି ବ୍ୟବସାୟୀ ।

  • ସ୍ଵାଭାବିକ ରହିଛି ଦର
ସେପଟେ ଛତ୍ର ବଜାରରେ ଆବଶ୍ୟକ ଅନୁସାରେ ଆଳୁ ପିଆଜ ମହଜୁଦ ରହିଛି । ଗାଡ଼ି ମଧ୍ୟ ସ୍ୱାଭାବିକ ଭାବେ ଆସୁଛି । ଆଳୁ ପିଆଜ ଦର ବୃଦ୍ଧି ପାଇବାର ନାହିଁ, ତେଣୁ ଗ୍ରାହକମାନେ ଭୟଭୀତ ନ ହୋଇ ଆବଶ୍ୟକ ଅନୁସାରେ ଆଳୁ, ପିଆଜ ଓ ପନିପରିବାର କିଣନ୍ତୁ ବୋଲି ଆଳୁ ବ୍ୟବସାୟୀ କହିଛନ୍ତି । ସାଧାରଣତଃ ବାତ୍ୟା ଆସିବା ମାତ୍ରେ ଲୋକେ ଅଧିକ ଅଧିକ ସାମଗ୍ରୀ କିଣି ନେଇ ଘରେ ଷ୍ଟକ୍ ରଖନ୍ତି । ବାତ୍ୟା ପରେ ମଧ୍ୟ ସାମଗ୍ରୀ ଦର ବୃଦ୍ଧି ପାଇବାର ଆଶଙ୍କା ରହିଥାଏ । ଏଣୁ ଗ୍ରାହକ ଆଗୁଆ ଅଧିକ ସାମଗ୍ରୀ କିଣି ନେଇଥାନ୍ତି । କିନ୍ତୁ ବର୍ତ୍ତମାନ ହାଟରେ ଦର ବଢିନଥିବା ଜଣାପଡ଼ିଛି ।

  • କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ?
ଆସନ୍ତାକାଲି ମଧ୍ୟାହ୍ନରେ ଗଞ୍ଜାମ ଉପକୂଳ ଗୋପାଳପୁର ଲ୍ୟାଣ୍ଡଫଲ କରିବ ବାତ୍ୟା । ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ଓ ଝଟକା ପବନର ବେଗ ୧୦୦ କିଲୋମିଟର ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଥିଲା । ମାତ୍ର ବାତ୍ୟା ଅକ୍ଵାନ୍ ଦିଗ ବଦଳାଇବା ପରେ ଏବେ ଓଡ଼ିଶାମୁହାଁ ହୋଇଛି । ଏଣୁ ଓଡ଼ିଶାରେ ବାତ୍ୟାର ପ୍ରଭାବ ପ୍ରାୟ ସମସ୍ତ ଜିଲ୍ଲାରେ ଦେଖିବାକୁ ମିଳିବ ।

ପଢନ୍ତୁ ଏହି ଖବର: ଗଞ୍ଜାମରେ ଲ୍ୟାଣ୍ଡଫଲ୍; ପ୍ରଶାସନର ଜୋରଦାର ପ୍ରସ୍ତୁତି; ୧୦ ଜିଲ୍ଲାରେ ସ୍କୁଲ ଛୁଟି

  • ଏହି ଜିଲ୍ଲାଗୁଡ଼ିକୁ ସ୍ଵତନ୍ତ୍ର ଫୋକସ୍
ବିଶେଷକରି ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ରାୟଗଡ଼ା ଓ ଖୋର୍ଦ୍ଧା ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ୍‌ରେ ରଖାଯାଇଛି । ପାହାଡ଼ ତଳେ ଥିବା ବିପଦପୂର୍ଣ୍ଣ ଗାଁଗୁଡ଼ିକୁ ଚିହ୍ନଟ କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପ୍ରଥମ ୧୫ରୁ ୩୦ ମିନିଟ୍ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ହିଁ ଜୀବନ ବଞ୍ଚାଇବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ବ୍ଲକ୍ ସ୍ତରରେ ଥିବା ଅଗ୍ନିଶମ ଟିମ୍‌ଗୁଡ଼ିକୁ ସକ୍ରିୟ ରଖାଯାଇଛି । ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବରକୁ ଫୋନ୍ କରିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: