Videos
|
Odisha

Suresh Pujari Press Meet / ଦୁର୍ବଳ ହେଲା ବାତ୍ୟା; ତଥାପି ଟଳିନି ବିପଦ, ପ୍ରେସମିଟ୍‌ରେ ସତର୍କ କରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ

Debashree Debasmita Sahoo
Browse all articles by Debashree Debasmita Sahoo
·45 mins ago·2 min read
ଦୁର୍ବଳ ହେଲା ବାତ୍ୟା; ତଥାପି ଟଳିନି ବିପଦ, ପ୍ରେସମିଟ୍‌ରେ ସତର୍କ କରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ
Suresh Pujari Press Meet After Cyclone Akvan Landfall

Key Points

ସ୍ଥଳଭାଗ ଛୁଇଁ ଦୁର୍ବଳ ହୋଇଛି ବାତ୍ୟା
ଉଡ଼ାଇଲା କମ୍‍ ବୁଡାଇଲା ବେଶି
ବାତ୍ୟା ଗଲା ପରେ ବି ଟଳିନି ବିପଦ
ଆଉ ୨୪ ଘଣ୍ଟା ବେଶ ଗୁରୁତ୍ଵପୂର୍ଣ୍ଣ
ସତର୍କ କାଇଲେ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ଵର: ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟା ‘ଅକ୍ୱାନ୍’ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା । ତେବେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ମଧ୍ୟ ଟଳିନି ବିପଦ । ଆସନ୍ତା ୨୪ଘଣ୍ଟା ବେଶ ଗୁରୁତ୍ଵପୂର୍ମ୍ଣ । ବାତ୍ୟା ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

  • ବାତ୍ୟା ପରବର୍ତ୍ତୀ ସ୍ଥିତି ରାଜସ୍ବ ମନ୍ତ୍ରୀଙ୍କ ପ୍ରେସମିଟ୍‌
ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍‌ରେ କହିଛନ୍ତି, " ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍‌ ଜୋନ୍‌ରେ ମୟୂରଭଞ୍ଜ, ବାଲେଶ୍ୱର । ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଳ ନିଷ୍କାସନ ଉପରେ ନଗର ଉନ୍ନୟନ ବିଭାଗ ନଜର ରଖିଛି । ଫସଲ ନଷ୍ଟକୁ ନେଇ ବିଚଳିତ ହୁଅନ୍ତୁନି । ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ଉତ୍ତରମୁହାଁ ହୋଇ ଆଗକୁ ବଢୁଛି ବାତ୍ୟା । ନୟାଗଡ଼, ଅନୁଗୁଳ, ସମ୍ବଲପୁର ହୋଇ ଝାରଖଣ୍ଡ ଆଡକୁ ଯିବ । ଓଡ଼ିଶା ଜଳ ସମ୍ପଦ ସଚିବ ଝାଡ଼ଖଣ୍ଡ ଜଳ ସମ୍ପଦ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଝାଡ଼ଖଣ୍ଡର ଡ୍ୟାମରେ ଜଳ ଧାରଣା ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି । ୩ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । କିଛି ସ୍ଥାନରେ ଭୂସ୍ଖଳନ ହୋଇଛି । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ରାସ୍ତା ସଫା କରିଛନ୍ତି ।"

  • ଦୁର୍ବଳ ହେଉଛି ବାତ୍ୟା ଅକ୍ଵାନ୍
ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା । ବର୍ତ୍ତମାନ ପବନର ବେଗ ହ୍ରାସ ପାଇ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୭୫ କିଲୋମିଟର ରହିଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ସହ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ସମୁଦ୍ର ଅଶାନ୍ତ ରହିଥିବାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ରହିଛି ।

ପଢନ୍ତୁ ଏହି ଖବର: ସ୍ଥଳଭାଗ ଅତିକ୍ରମ କଲା ଅକଭାନ…ଗୋପାଳପୁର ନିକଟବର୍ତ୍ତି ଅଞ୍ଚଳରେ କଲା ଲ୍ୟାଣ୍ଡଫଲ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଏହିସବୁ ଜିଲ୍ଲାକୁ ଆଲର୍ଟ
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ଗଜପତି, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ଯଥେଷ୍ଟ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

  • ପାତ୍ରପୁରରେ ସର୍ବାଧିକ ବର୍ଷା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା, ୧୦ଟି ସ୍ଥାନରେ ଅତିପ୍ରବଳ ଏବଂ ୨୬ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର ବର୍ଷା ହୋଇଥିବା ବେଳେ ହିଞ୍ଜିଳିରେ ୨୦୬.୫ ମିଲିମିଟର ଏବଂ ଚିକିଟି ନିକଟରେ ୧୯୮.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ।