Cyclone Arnab Damage Assessment / ଗଜପତି ପରେ ଗଞ୍ଜାମରେ କେନ୍ଦ୍ରୀୟ ଟିମ୍, ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି କରିବେ ଆକଳନ
·1 hour ago·2 min read

Key Points
ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି ଆକଳନ
ଆଜି ଗଞ୍ଜାମ ଗସ୍ତରେ କେନ୍ଦ୍ରୀୟ ଟିମ୍
ମଙ୍ଗଳବାର ଗଜପତିରେ କରିଥିଲେ କ୍ଷୟକ୍ଷତିର ସମୀକ୍ଷା

ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତିର ଆକଳନ । ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତିର ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍ । ମଙ୍ଗଳବାର ଗଜପତି ଜିଲ୍ଲାରେ ସ୍ଥିତି ପରଖିଥିଲେ ୮ ଜଣିଆ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ରବି ଶନାକାରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ହେଲିକପ୍ଟର ଯୋଗେ ଆସି ପାରଳାଖେମୁଣ୍ଡି ସ୍ଥିତ ପୋଲିସ୍ ପଡିଆରେ ଓହ୍ଲାଇଥିଲେ । ଏହାପରେ ଟିମ୍ ସିଧାସଳଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବାତ୍ୟା ପ୍ରଭାବିତ ଅଞ୍ଚଳର ଭିଡିଓ, ଫଟୋ ଓ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ଟିମକୁ ପ୍ରଦାନ କରାଯାଇଛି ।
ବୈଠକ ପରେ ପ୍ରତିନିଧି ଦଳ ସର୍ବାଧିକ ପ୍ରଭାବିତ ମୋହନା ବ୍ଲକ୍, ରାୟଗଡ଼, ଗୁମ୍ମା ଓ ଆର. ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗଜପତିରେ କ୍ଷୟକ୍ଷତିର ଆକଳନ ସାରିବା ପରେ ଏହି ଟିମ୍ ଗଞ୍ଜାମ ଗସ୍ତ କରିଛନ୍ତି ।
ସେପଟେ ବାତ୍ୟା ଅର୍ଣ୍ଣବ ଛଡ଼ାଇ ନେଇଛି ଚାଷୀଙ୍କ ବର୍ଷକର ରୋଜଗାର । ସର୍ବସାନ୍ତ ଗଞ୍ଜାମ ଓ ଗଜପତିର ଚାଷୀ । ବାତ୍ୟା ଓ ବର୍ଷାର କୋପରେ ଛାରଖାର ହୋଇଯାଇଛି ହଜାର ହଜାର ଏକର ଚାଷ ଜମି । ନଷ୍ଟ ହୋଇଛି ଛତୁ ଚାଷ । କୋବି, କଲରା, ବାଇଗଣଠାରୁ ଆରମ୍ଭ କରି ମକା ଫସଲ ପର୍ଯ୍ୟନ୍ତ ସବୁକିଛି ପାଣିରେ ଭାସିଯାଇଛି । କେଉଁଠି ଚାଷୀଙ୍କ ଆଖିରୁ ଲୁହ ଶୁଖୁନି ତ ଆଉ କେଉଁଠି ଋଷିକୂଲ୍ୟା ନଦୀର ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାସିଯାଇଛି ଭିଟାମାଟି ।
ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଚାଷୀମାନଙ୍କର ସବୁ ପନିପରିବା ଫସଲ ବର୍ଷା ପାଣିରେ ଭାସିଯାଇଛି । କୋବି, କଲରା, ବାଇଗଣ ଭଳି ହଜାର ହଜାର ଟଙ୍କାର ଫସଲ ନଷ୍ଟ ହୋଇଯିବା ପରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେପଟେ ସୋରଡ଼ା ବରାଡ଼ି ଅଞ୍ଚଳରେ ଋଷିକୂଲ୍ୟା ନଦୀ ସାଜିଛି କାଳ । ନଦୀର ପ୍ରବଳ ସ୍ରୋତରେ ୬ଟି ପରିବାରର ଘରଦ୍ୱାର ସମ୍ପୂର୍ଣ୍ଣ ଭାସିଯାଇଛି । ଗତ ୭ ଦିନ ହେବ ଏହି ବନ୍ୟା ବିପନ୍ନମାନେ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି । ନିଜର ଭଙ୍ଗା ଘରକୁ ଦେଖି ବିପନ୍ନମାନେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ଅବପାତ ଜନିତ ବନ୍ୟାରେ ଛାରଖାର ଗଞ୍ଜାମ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories