Cyclone Arnab / ବାତ୍ୟା ପାଇଁ ସରକାର ପୂରା ପ୍ରସ୍ତୁତ; ସମୀକ୍ଷା ବୈଠକରେ କହିଲେ ରାଜସ୍ଵ ମନ୍ତ୍ରୀ
·1 hour ago·3 min read

Key Points
ବାତ୍ୟା ପାଇଁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ
ସାମିଲ ହେଲେ ଏସଆରସି ଏବଂ ବରିଷ୍ଠ ଅଧିକାରୀ
ବାତ୍ୟାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ରାଜୀବ ଭବନ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସଆରସି ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ବାତ୍ୟା ଯୋଗୁ ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରାଯାଇଛି । ସମସ୍ତ ଆଶ୍ରୟସ୍ଥଳୀକୁ ତୁରନ୍ତ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ରାଜ୍ୟସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ଜନସାଧାରଣ କେବଳ ସରକାରୀ ସୂଚନାକୁ ବିଶ୍ବାସ କରିବା ସହ ପ୍ରଶାସନକୁ ସହଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ଏବଂ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର , ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ବାତ୍ୟା ସମୟରେ କୌଣସି ପ୍ରକାରେ ଜୀବନହାନି ନଘଟିବା ପାଇଁ ସରକାର 'ଜିରୋ କାଜୁଆଲ୍ଟି' (Zero Casualty) ନୀତି ଗ୍ରହଣ କରିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ୯ଟି ଓଡ୍ରାଫ୍, ୨ଟି ଏନଡିଆରଏଫ, ୨୪ ଟି ଅଗ୍ନିଶମ
ଗଜପତି ଜିଲ୍ଲାରେ ୬ଟି ଓଡ୍ରାଫ୍, ୧ଟି ଏନଡିଆରଏଫ ଏବଂ ୮ଟି ଅଗ୍ନିଶମ
ରାୟଗଡ଼ାରେ ୩ଟି ଓଡ୍ରାଫ୍, ୧ଟି ଏନଡିଆରଏଫ୍, ୧୧ ଟି ଅଗ୍ନିଶମ
କୋରାପୁଟ ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନଡିଆରଏଫ ଏବଂ ୧୪ଟି ଅଗ୍ନିଶମ ଟିମ୍
ମାଲକାନଗିରି ଜିଲ୍ଲାରେ ୩ଟି ଓଡ୍ରାଫ୍, ୧ଟି ଏନଡିଆରଏଫ ଏବଂ ୯ଟି ଅଗ୍ନିଶମ
ନବରଙ୍ଗପୁର ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧୨ଟି ଅଗ୍ନିଶମ ଟିମ
ନୂଆପଡ଼ା ଓ କଳାହାଣ୍ଡିରେ ବି ଅଗ୍ନିଶମ ଟିମ ମୁତୟନ

- ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପ୍ରସ୍ତୁତି, ଆଶ୍ରୟସ୍ଥଳଗୁଡ଼ିକ ସୁବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀର ଆଗୁଆ ମହଜୁଦ, ଜନସାଧାରଣଙ୍କ ଜରୁରୀକାଳୀନ ସତର୍କସୂଚନା ଏବଂ IMD ବୁଲେଟିନ୍ ଉପରେ କ୍ରମାଗତ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ଏବଂ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ଔଷଧ ସହିତ ଅବିଚ୍ଛିନ୍ନ ବିଦ୍ୟୁତ୍ ସେବା ଏବଂ ଜରୁରୀ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ କୁହାଯାଇଛି ପ୍ରଭାବିତ ଅଞ୍ଚଳରେ ପଶୁମାନଙ୍କ ପାଇଁ ପଶୁଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯିବ ।
ପଢନ୍ତୁ ଏହି ଖବର: ୧୯୯୯ ବାତ୍ୟାଠୁ ବି ପ୍ରଳୟଙ୍କାରୀ ବାତ୍ୟା କେବେ ଆସିଥିଲା ?
ସେହିପରି କଳାହାଣ୍ଡିରେ ୨,୪୧୫ ଜଣ ଲୋକ ଚିହ୍ନଟ, ୧୪ଟି ଆଶ୍ରୟସ୍ଥଳୀ । ନୂଆପଡ଼ାରେ ୧,୬୭୫ ଜଣ ଲୋକ ଚିହ୍ନଟ, ୧୭ଟି ଆଶ୍ରୟସ୍ଥଳୀ । ରାୟଗଡ଼ାରେ ୩୦୦ ଜଣ ଲୋକ ଚିହ୍ନଟ, ୭ଟି ଆଶ୍ରୟସ୍ଥଳୀ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଜନସାଧାରଣଙ୍କୁ ପ୍ରଶାସନର ମାର୍ଗଦର୍ଶିକା ପାଳନ କରିବାକୁ ଅନୁରୋଧ କରାଯାଇଛି । ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବକୁ ବିଶ୍ଵାସ ନକରି ପ୍ରଶାସନର ମାର୍ଗଦର୍ଶନ ଓ ନିର୍ଦ୍ଦେଶକୁ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି । ସମ୍ପୃକ୍ତ ନୋଡାଲ ଅଧିକାରୀମାନଙ୍କୁ ବନ୍ୟା ଅଞ୍ଚଳର ଦାୟିତ୍ଵ ନ୍ୟସ୍ତ କରାଯାଇଛି ଓ ଏକ ହ୍ଵାଟ୍ସଆପ୍ ଗ୍ରପୁ କରି ସେଥିରେ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଂଶ୍ଳିଷ୍ଟ କରାଯାଇଛି ।
- ୪୬୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ

Related Topics
Explore more stories