Videos
|
Odisha

Cyclone Arnab / ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମାଡ଼ି ଆସୁଛି ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ
2-Day School Holiday in Rayagada, Nabarangpur

Key Points

ବାତ୍ୟା ଆଣୁଛି ବଡ଼ ବର୍ଷା । ଦକ୍ଷିଣ ଓଡ଼ିଶାକୁ ବେଶୀ ବିପଦ ।  ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଦକ୍ଷିଣ ଓଡ଼ିଶାର ୨ ଜିଲ୍ଲା ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ିକୁ ୨ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।
ରାୟଗଡ଼ା/ନବରଙ୍ଗପୁର: ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଘନୀଭୂତ ହେଉଛି । ଆସନ୍ତାକାଲି ୨୭ ତାରିଖରେ ଏହା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'ରେ ପରିଣତ ହେବ । 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ମଧ୍ୟରେ ୟାନାମ୍ ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିବ ।

ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ଅନ୍ୟ ଜିଲ୍ଲାରେ ବର୍ଷା ହେବ । ୨୭ ତାରିଖରେ ପ୍ରବଳ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।

ଏଥିସହ ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ ନଭେମ୍ବର ୪ ପର୍ଯ୍ୟନ୍ତ ଏକାଧିକ ଟ୍ରେନ୍ ବାତିଲ୍; ଯାତ୍ରା ପୂର୍ବରୁ ଦେଖି ନିଅନ୍ତୁ ତାଲିକା 

୨୮ରେ ରେଡ୍ ୱାର୍ଣ୍ଣିଂ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ୨୮ରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଦିଆଯାଇଛି । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।

ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ପ୍ରବଳ ବର୍ଷା ହେବ । ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଦକ୍ଷିଣ ଓଡ଼ିଶାର ୨ ଜିଲ୍ଲା ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ିକୁ ୨ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ରାୟଗଡ଼ା ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ ୨୭ ଓ ୨୮ ତାରିଖରେ ବନ୍ଦ ଘୋଷଣା କରାଯାଇଛି ।

ସେହିଭଳି ନବରଙ୍ଗପୁରରେ ୨୭ ଓ ୨୮ ଦୁଇ ଦିନ ସ୍କୁଲ୍ ଓ ଅଙ୍ଗନୱାଡ଼ି ବନ୍ଦ ରହିବ ।
​ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।

ଛୁଟି ସମୟରେ ଛାତ୍ରଛାତ୍ରୀ ପାଠପଢ଼ା ଲାଗି ବିଦ୍ୟାଳୟ ଆସିବେ ନାହିଁ । କିନ୍ତୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଅନ୍ୟ ଷ୍ଟାଫ ଉପଲବ୍ଧ ରହିବା ସହ ଜରୁରୀକାଳୀନ ସ୍ଥିତିରେ ପ୍ରଶାସନକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ପୁରୀଠୁ ୫୪୦ କିମି ଦୂରରେ ବାତ୍ୟା 'ଅର୍ଣ୍ଣବ'; ସ୍ଥଳଭାଗ ଛୁଇଁବା ପରେ ବଦଳାଇପାରେ ଗତିପଥ

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବାତ୍ୟା 'ଅର୍ଣ୍ଣବ' ପାଇଁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ବାରଣ କରାଯାଇଛି । ଓଡ଼ିଶାର ପାରାଦୀପ ଓ ଧାମରା ବନ୍ଦରରେ ଦୂରବର୍ତ୍ତୀ ସତର୍କ ସୂଚନା ସଂକେତ ନଂ-୨ ଦିଆଯାଇଥିବା ବେଳେ ପୁରୀ ଓ ଗୋପାଳପୁରରେ ସ୍ଥାନୀୟ ସତର୍କ ସୂଚନା ସଂକେତ ନଂ-୪ ଦିଆଯାଇଛି ।