Cyclone Arnab / ବାତ୍ୟା 'ଅର୍ଣ୍ଣବ' ପାଇଁ ନଭେମ୍ବର ୪ ପର୍ଯ୍ୟନ୍ତ ଏକାଧିକ ଟ୍ରେନ୍ ବାତିଲ୍; ଯାତ୍ରା ପୂର୍ବରୁ ଦେଖି ନିଅନ୍ତୁ ତାଲିକା
·1 hour ago·2 min read

Key Points
ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ସରକାର ଆଲର୍ଟରେ ରହିଥିବା ବେଳେ ଭାରତୀୟ ରେଲୱେ ବଡ଼ ନିଷ୍ପତ୍ତି ନେଇଛି । ସତର୍କତା ମୂଳକ ପଦକ୍ଷେପ ନେଇଛି ରେଲୱେ । ବାତ୍ୟା 'ଅର୍ଣ୍ଣବ' ପ୍ରଭାବିତ ଅଞ୍ଚଳରେ ଭାରତୀୟ ରେଲୱେ ଏକାଧିକ ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ୍ ସହ ଆଂଶିକ ବାତିଲ୍ ମଧ୍ୟ କରିଛି ।
କୋରାପୁଟ: ବଙ୍ଗୋପସାଗରରେ ବାତ୍ୟା 'ଅର୍ଣ୍ଣବ' ଆସୁଛି । ଯାହାକୁ ନେଇ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ସରକାର ଆଲର୍ଟରେ ରହିଥିବା ବେଳେ ଭାରତୀୟ ରେଲୱେ ବଡ଼ ନିଷ୍ପତ୍ତି ନେଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ମଧ୍ୟରେ ୟାନାମ୍ ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିବ ।
'ଅର୍ଣ୍ଣବ' ଅତି ଭୀଷଣ ବାତ୍ୟା ଭାବେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଯାହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ମଧ୍ୟ ରହିବ । ବାତ୍ୟାକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନେଇଛି ରେଲୱେ । ବାତ୍ୟା 'ଅର୍ଣ୍ଣବ' ପ୍ରଭାବିତ ଅଞ୍ଚଳରେ ଭାରତୀୟ ରେଲୱେ ଏକାଧିକ ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ୍ ସହ ଆଂଶିକ ବାତିଲ୍ ମଧ୍ୟ କରିଛି ।
ଏଥିସହ ପଢ଼ନ୍ତୁ: ପୁରୀଠୁ ୫୪୦ କିମି ଦୂରରେ ବାତ୍ୟା 'ଅର୍ଣ୍ଣବ'; ସ୍ଥଳଭାଗ ଛୁଇଁବା ପରେ ବଦଳାଇପାରେ ଗତିପଥ
ସମ୍ପୂର୍ଣ୍ଣ ବାତିଲ୍ ହୋଇଥିବା ଟ୍ରେନ୍
'ଅର୍ଣ୍ଣବ' ଅତି ଭୀଷଣ ବାତ୍ୟା ଭାବେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଯାହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ମଧ୍ୟ ରହିବ । ବାତ୍ୟାକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନେଇଛି ରେଲୱେ । ବାତ୍ୟା 'ଅର୍ଣ୍ଣବ' ପ୍ରଭାବିତ ଅଞ୍ଚଳରେ ଭାରତୀୟ ରେଲୱେ ଏକାଧିକ ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ୍ ସହ ଆଂଶିକ ବାତିଲ୍ ମଧ୍ୟ କରିଛି ।
ଏଥିସହ ପଢ଼ନ୍ତୁ: ପୁରୀଠୁ ୫୪୦ କିମି ଦୂରରେ ବାତ୍ୟା 'ଅର୍ଣ୍ଣବ'; ସ୍ଥଳଭାଗ ଛୁଇଁବା ପରେ ବଦଳାଇପାରେ ଗତିପଥ
ସମ୍ପୂର୍ଣ୍ଣ ବାତିଲ୍ ହୋଇଥିବା ଟ୍ରେନ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବିଶାଖାପାଟଣମ୍-କିରାନ୍ଦୁଲ ନାଇଟ୍ ଏକ୍ସପ୍ରେସ୍ (18515)କୁ ଅକ୍ଟୋବର ୨୯ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣମ୍ରୁ ବାତିଲ୍ କରାଯାଇଛି ।
- ସେହିଭଳି ବିପରୀତ ଦିଗର ଆସୁଥିବା କିରାନ୍ଦୁଲ୍-ବିଶାଖାପାଟଣମ୍ ନାଇଟ୍ ଏକ୍ସପ୍ରେସକୁ (18516) କିରାନ୍ଦୁଲ୍ରୁ ଅକ୍ଟୋବର ୨୯ରୁ ନଭେମ୍ବର ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।
- ବିଶାଖାପାଟଣମ୍ରୁ କୋରାପୁଟ ଯାଉଥିବା ପାସେଞ୍ଜର ଟ୍ରେନ୍ (58538)କୁ ଅକ୍ଟୋବର ୨୭ ତାରିଖରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍ ହୋଇଛି ।
- ବିପରୀତ ଦିଗରୁ ଆସୁଥିବା ସମାନ ଟ୍ରେନ୍ କୋରାପୁଟ-ବିଶାଖାପାଟଣମ୍ ପାସେଞ୍ଜର (58537)କୁ କୋରାପୁଟରୁ ଅକ୍ଟୋବର ୨୮ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।
- ସେହିଭଳି ଟ୍ରେନ୍ ନମ୍ବର 18512 ବିଶାଖାପାଟଣମ୍-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ଅକ୍ଟୋବର ୩୦ରେ ବିଶାଖାପାଟଣମ୍ ଛାଡ଼ିବ ନାହିଁ ।
- ବିପରୀତ ଦିଗରୁ ଛାଡ଼ିବାକୁ ଥିବା ସମାନ କୋରାପୁଟ-ବିଶାଖାପାଟଣମ୍ ଇଣ୍ଟରସିଟି ଏକ୍ସପ୍ରେସ୍ (18511) ଅକ୍ଟୋବର ୩୧ ତାରିଖରେ ବାତିଲ୍ କରାଯାଇଛି ।
- ବିଶାଖାପାଟଣମ୍-କିରାନ୍ଦୁଲ୍ ପାସେଞ୍ଜର ଟ୍ରେନ୍ (58501)କୁ ବିଶାଖାପାଟଣମ୍ରୁ ଅକ୍ଟୋବର ୨୭ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।
- ସେହିଭଳି ବିପରୀତ ଦିଗରୁ କିରାନ୍ଦୁଲ-ବିଶାଖାପାଟଣମ୍ ପାସେଞ୍ଜର ଟ୍ରେନ୍ (58502) ଅକ୍ଟୋବର ୨୭ ତାରିଖରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।
ରାୟଗଡ଼ାରୁ ଛାଡ଼ିବ ହୀରାଖଣ୍ଡ ଏକ୍ସପ୍ରେସ୍
ଭୁବନେଶ୍ଵର-ଜଗଦଲପୁର, ଜଗଦଲପୁର-ଭୁବନେଶ୍ଵର ହୀରାଖଣ୍ଡ ଏକ୍ସପ୍ରେସ୍ (18447/18448)କୁ ଉଭୟ ଦିଗରୁ ଆଂଶିକ ବାତିଲ୍ କରାଯାଇଛି । ଟ୍ରେନ୍ ଜଗଦଲପୁର-କୋରାପୁଟ ପରିବର୍ତ୍ତେ ଉଭୟ ଦିଗରୁ ରାୟଗଡ଼ାରୁ ଛାଡ଼ିବା ସହ ରାୟଗଡ଼ା ପର୍ଯ୍ୟନ୍ତ ଚାଲିବ ।
ଏଥିସହ ପଢ଼ନ୍ତୁ: ବରଗଡ଼ ଧନୁଯାତ୍ରା କଂସ ଭୂମିକାରୁ ଓହରିଗଲେ ସୁଶୀଲ ମେହେର; କିଏ ହେବ ନୂଆ କଂସ ?
ଭୁବନେଶ୍ଵର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଅକ୍ଟୋବର ୨୭ରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରୁ ରାୟଗଡ଼ା ପର୍ଯ୍ୟନ୍ତ ଚାଲିବ । ସେହିଭଳି ଜଗଦଲପୁର-ଭୁବନେଶ୍ଵର ହୀରାଖଣ୍ଡ ଏକ୍ସପ୍ରେସ୍ ମଧ୍ୟ କୋରାପୁଟ ପରିବର୍ତ୍ତେ ରାୟଗଡ଼ାରୁ ଛାଡ଼ିବ ।