Videos
|
Odisha

Deadlier Cyclone / ୧୯୯୯ ବାତ୍ୟାଠୁ ବି ପ୍ରଳୟଙ୍କାରୀ ବାତ୍ୟା କେବେ ଆସିଥିଲା ?

Debashree Debasmita Sahoo
Browse all articles by Debashree Debasmita Sahoo
·59 mins ago·3 min read
୧୯୯୯ ବାତ୍ୟାଠୁ ବି ପ୍ରଳୟଙ୍କାରୀ ବାତ୍ୟା କେବେ ଆସିଥିଲା ?
The Most Deadlier Cyclone Than 1999 Sper Cyclone

Key Points

ଭାରତରେ ତାଣ୍ଡବ ରଚିଛି ଅନେକ ବାତ୍ୟା । ଆପଣ ଜାଣନ୍ତି କି ସର୍ବାଧିକ କେଉଁ ବାତ୍ୟା, ଅଧିକ କ୍ଷୟକ୍ଷତି ଘଟାଇଥିଲା ? ୧୯୯୯ ବାତ୍ୟାଠୁ ବି ପ୍ରଳୟଙ୍କାରୀ ବାତ୍ୟା କେବେ ଆସିଥିଲା ?
ଭୁବନେଶ୍ଵର: ଭୟଙ୍କର ବାତ୍ୟା କଥା ଚର୍ଚ୍ଚା କଲେ ଆମର ସ୍ମୃତିକୁ ଆସିଯାଏ ୧୯୯ର ମହାବାତ୍ୟା । ଯାହା ଓଡ଼ିଶାରେ ଏପରି ତାଣ୍ଡବ ରଚିଥିଲା ଯାହର କ୍ଷତିପୂରଣ ୨୭ ବର୍ଷ ପରେ ବି ସଂପୂର୍ଣ୍ଣ ରୂପେ ହୋଇପାରିନାହିଁ । କିନ୍ତୁ ୧୯୯୯ ମହାବାତ୍ୟା ଆଜି ପର୍ଯ୍ୟନ୍ତ ଭାରତରେ ଆସିଥିବା ବାତ୍ୟା ଇତିହାସର ସବୁଠାରୁ ଶକ୍ତିଶାଳୀ ବାତ୍ୟା ନୁହେଁ । ଏପରି ବି ବାତ୍ୟାର ସାମ୍ନା କରିଛି ଭାରତ ଯାହା ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେଇଛି । ଆସନ୍ତୁ ସେପରି କିଛି ମହାବିନାଶକାରୀ ବାତ୍ୟା ସମ୍ପର୍କରେ ଜାଣିବା ।

୧୭୩୭ କଲିକତା ମହାବାତ୍ୟା: କୁହାଯାଏ ଏହା ଭାରତ ଇତିହାସର ଅନ୍ୟତମ ପ୍ରଳୟଙ୍କାରୀ ମହାବାତ୍ୟା ଆନୁମାନିକ ଯେଉଥିରେ ୩୦ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଥିବା ଦାବି କରାଯାଏ ।

୧୮୩୯ ଆନ୍ଧ୍ରପ୍ରଦେଶ (କୋରିଙ୍ଗା) ମହାବାତ୍ୟା: ଏହି ମହାବାତ୍ୟାକୁ ଭାରତ ଇତିହାସର ସବୁଠାରୁ ପ୍ରଳୟଙ୍କାରୀ ବାତ୍ୟା ବୋଲି ଦାବି କରାଯାଏ । ଯାହା ସମଗ୍ର ଦକ୍ଷିଣ ଭାରତ ଉପକୂଳରେ ପ୍ରଳୟ ରଚିଥିଲା । ଏହି ମହାବାତ୍ୟା ୩ ଲକ୍ଷରୁ ଅଧିକ ଜୀବନ ଯାଇଥିବା ଦାବି କରାଯାଏ ଏବଂ ଏହି ବାତ୍ୟା ଆନ୍ଧ୍ର ଉପକୂଳରେ ହଜାର ହଜାର ଜାହାଜ ଧ୍ୱଂସ କରିଦେଇଥିବା ମଧ୍ୟ ଦାବି ହୁଏ।

୧୮୬୪ କଲିକତା ବାତ୍ୟା: ଭାରତ ଇତିହାସର ଏହି ଅନ୍ୟତମ ପ୍ରଳୟଙ୍କାରୀ ମହାବାତ୍ୟାରେ ପ୍ରାୟ ୩୦ ହଜାର ଲୋକଙ୍କର ମୃତ୍ୟୁ ସହ ଦୀର୍ଘବ୍ୟାପୀ କ୍ଷୟକ୍ଷତି ହୋଇଥିବା ଦାବି କରାଯାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୯୭୦ ଭୋଲା ବାତ୍ୟା: ଏହି ବାତ୍ୟା ବାଂଲାଦେଶ (ତତ୍କାଳୀନ ପୂର୍ବ ପାକିସ୍ତାନ) ଓ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିଲା । ୧୯୭୦ ମସିହାର ଉତ୍ତର ଭାରତ ମହାସାଗରୀୟ ବାତ୍ୟା ଋତୁରେ ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା ଥିଲା । ଏହାକୁ ଇତିହାସର ସବୁଠାରୁ ଭୟଙ୍କର ବାତ୍ୟା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏଥିରେ ପ୍ରାୟ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଏ ।

୧୯୯୯ ଓଡ଼ିଶା ମହାବାତ୍ୟା: ଏହି ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ଭାରତ ସହ ଥାଇଲାଣ୍ଡ, ବାଂଲାଦେଶ ଓ ମିଆଁମାରକୁ ମଧ୍ୟ ପ୍ରଭାବିତ କରିଥିଲା । ଓଡ଼ିଶା ଏହି ବାତ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଏହି ବାତ୍ୟାରେ ୯ ହଜାର ୮୮୭ ଜଣଙ୍କ ମୃତ୍ୟୁ ହୋଇଥିଲା ।

୨୦୧୯ ବାତ୍ୟା ଫନି: ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାକୁ ଆଘାତ କରିଥିବା ଏହା ଅନ୍ୟତମ ଶକ୍ତିଶାଳୀ ବାତ୍ୟା ଥିଲା । ଦକ୍ଷିଣ ଭାରତର ପୂର୍ବ ଉପକୂଳ ନିକଟରେ ସୃଷ୍ଟି ହୋଇଥିବା ବାତ୍ୟା ଫନି ଓଡ଼ିଶାର ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ୨୦୦୬ ମସିହାରେ ମିଆଁମାରରେ ବାତ୍ୟା ମାଲା ସ୍ଥଳଭାଗ ଛୁଇଁବା ପରେ, ଫନି ପ୍ରଥମ ବାତ୍ୟା ଥିଲା ଯାହାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ଅତି ଭୟଙ୍କର’ ଶ୍ରେଣୀରେ ରଖାଯାଇଥିଲା।

୨୦୨୦ ବାତ୍ୟା ଅମ୍ଫାନ: ଏହା ଏକ ସୁପର୍ ସାଇକ୍ଲୋନିକ୍ ଝଡ଼ ଥିଲା, ଯାହା ଭାରତର ପଶ୍ଚିମବଙ୍ଗ ଓ ଓଡ଼ିଶା ସମେତ ବାଂଲାଦେଶକୁ ପ୍ରଭାବିତ କରିଥିଲା । ୨୦୨୦ ମେ’ ମାସରେ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହୋଇଥିଲା। ଉତ୍ତର ଭାରତ ମହାସାଗର ଅଞ୍ଚଳରେ ଏହାକୁ ଆର୍ଥିକ ଦୃଷ୍ଟିରୁ ସବୁଠାରୁ ଅଧିକ କ୍ଷତିକାରକ ବାତ୍ୟା ମଧ୍ୟରୁ ଗୋଟିଏ ବୋଲି ଗଣାଯାଏ ।

୨୦୨୦ ବାତ୍ୟା ନିସର୍ଗ: ଏହା ଆରବ ସାଗରରେ ସୃଷ୍ଟି ହୋଇଥିବା ଏକ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା ଥିଲା । ଅସାଧାରଣ ଭାବେ ଅଧିକ ସମୁଦ୍ର ଜଳର ତାପମାତ୍ରା ଏହାର ସୃଷ୍ଟି ଓ ତୀବ୍ରତା ସହ ଜଡ଼ିତ ଥିଲା । ଏହି ବାତ୍ୟା ଦ୍ୱାରା ମହାରାଷ୍ଟ୍ର ଓ ଗୁଜରାଟ ବିଶେଷ ପ୍ରଭାବିତ ହୋଇଥିଲେ ।

୨୦୨୦ ବାତ୍ୟା ନିଭାର: ୨୦୨୦ ନଭେମ୍ବର ମାସରେ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ତାମିଲନାଡୁ ଓ ପୁଡୁଚେରୀକୁ ଆଘାତ କରିଥିଲା । ଏହି ବାତ୍ୟାରେ କୌଣସି ମୃତ୍ୟୁ ହୋଇନଥିଲେ ବି ପ୍ରାୟ ୨୩ହଜାର ଏକର ଜମିରେ ଥିବା ଉଦ୍ୟାନ କୃଷି ଫସଲ ନଷ୍ଟ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ମହାନଗରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା ।

୨୦୨୦ ବାତ୍ୟା ବୁରେଭି: ଭାରତରେ ଏହି ଘୂର୍ଣ୍ଣିବାତ୍ୟା ତାମିଲନାଡୁ ଓ କେରଳକୁ ପ୍ରଭାବିତ କରିଥିଲା । ୨୦୨୦ ଡିସେମ୍ବର ମାସରେ ବାତ୍ୟା ନିଭାର ପରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ବୁରେଭି ସୃଷ୍ଟି ହୋଇଥିଲା ।

୨୦୨୧ ବାତ୍ୟା ତାଉତେ: କେରଳ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ଦେଇ ଗତି କରିବା ସମୟରେ ଏହି ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଥିଲା । ତାଉତେ ଚାରି ବର୍ଷ ମଧ୍ୟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଚତୁର୍ଥ ବାତ୍ୟା ଥିଲା । ଏହି ସବୁ ବାତ୍ୟା ମୌସୁମୀ ପୂର୍ବ ସମୟରେ ଅର୍ଥାତ୍ ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ସୃଷ୍ଟି ହୋଇଥିଲା ।

ପଢନ୍ତୁ ଏହି ଖବର: 'ଅର୍ଣ୍ଣବ' ପାଇଁ କଳିଙ୍ଗା ଘାଟି ଏବଂ ଦାରିଙ୍ଗିବାଡ଼ି ଘାଟି ସିଲ୍‌