Videos
|
Odisha

Ghati Road Sealed / 'ଅର୍ଣ୍ଣବ' ପାଇଁ କଳିଙ୍ଗା ଘାଟି ଏବଂ ଦାରିଙ୍ଗିବାଡ଼ି ଘାଟି ସିଲ୍‌

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
'ଅର୍ଣ୍ଣବ' ପାଇଁ କଳିଙ୍ଗା ଘାଟି ଏବଂ ଦାରିଙ୍ଗିବାଡ଼ି ଘାଟି ସିଲ୍‌
Kalinga & Daringbadi Ghati Road Sealed

Key Points

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ
ଘାଟି ରାସ୍ତା ସିଲ୍ କଲା ପ୍ରଶାସନ
କଳିଙ୍ଗା ଘାଟି ଏବଂ ଦାରିଙ୍ଗିବାଡ଼ି ଘାଟି ସିଲ୍‌
ଗଞ୍ଜାମ: ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । କଳିଙ୍ଗା ଘାଟି ଅଞ୍ଚଳ ଉପରେ ନଜର ରଖିବାକୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ୨୯ ତାରିଖ ଯାଏଁ କଳିଙ୍ଗା ଘାଟି ଓ ଦାରିଙ୍ଗିବାଡ଼ି ରାସ୍ତା ବନ୍ଦ କରାଯିବ । ବାତ୍ୟା 'ଅର୍ଣ୍ଣବ' ଯୋଗୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ।

ଜିଲ୍ଲାର ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟି ରାସ୍ତାକୁ ଗାଜଲବାଡ଼ି ପଞ୍ଚାୟତ ନିକଟରେ ସିଲ୍ କରିଛି ସୋରଡ଼ା ତହସିଲ ଓ ପୋଲିସ ପ୍ରଶାସନ । ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ଅର୍ଥାତ୍ ବାଇମେଲା ଗାଁ ନିକଟରେ ଓ ଗାଜଲବାଡ଼ି ପଞ୍ଚାୟତ ନିକଟରେ ବ୍ୟାରିକେଟ ମାଧ୍ୟମରେ ସିଲ୍ କରିଛି ପ୍ରଶାସନ । ସିଲ୍ ହେବାବେଳେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ସହ ସୋରଡ଼ା ତହସିଲଦାର ଗୋପାଳ କୃଷ୍ଣ ରାଉତରାୟ ଉପସ୍ଥିତ ଥିଲେ ।

  • ଓଡ୍ରାଫ୍ ଏବଂ ଏନଡିଆରଏଫ୍ ମୁତୟନ
ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ ୩ଟି ODRAF ଦଳ ଓ ୨ଟି NDRF ଦଳ ମୁତୟନ କରାଯାଇଛି । ଛତ୍ରପୁରସ୍ଥିତ OSAP ଅଷ୍ଟମ ବାଟାଲିୟନ୍‌ର ଗୋଟିଏ ODRAF ଦଳକୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି । ଅନ୍ୟ ଏକ ODRAF ଦଳ ପାତ୍ରପୁରରେ ମୁତୟନ ରହିଛି । ଗୋଟିଏ NDRF ଦଳ ବ୍ରହ୍ମପୁରରେ ଏବଂ ଅନ୍ୟ ଦଳଟି ଆସିକାରେ ମୁତୟନ ହୋଇଛି । ଆବଶ୍ୟକୀୟ ଯନ୍ତ୍ରପାତି ଓ କର୍ମଚାରୀଙ୍କ ସହ ୨୪ଟି ଅଗ୍ନିଶମ ସେବା ଦଳକୁ ପ୍ରସ୍ତୁତ ରଖାଯାଇଛି । ଏଥିସହ ୪ଟି SRC ପାୱାର ବୋଟ୍‌କୁ ବିଭିନ୍ନ ରଣନୈତିକ ସ୍ଥାନରେ ମୁତୟନ କରାଯାଇଛି ।

  • ଉଗ୍ର ହୋଇ ମାଡ଼ି ଆସୁଛି ବାତ୍ୟା
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅତ୍ୟନ୍ତ ଭୀଷଣ ବାତ୍ୟା ଅର୍ଣ୍ଣବ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି । ବର୍ତ୍ତମାନ ବିଶାଖାପାଟଣାଠାରୁ ୧୭୦ କିମି, କାକିନାଡ଼ାଠାରୁ ୧୮୦ କିମି, ମଛଲିପାଟଣାମଠାରୁ ୨୭୦ କିମି, ବାପାଟଲା ଠାରୁ ପୂର୍ବ ଦିଗରେ ୩୫୦ କିମି ଏବଂ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୩୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ପ୍ରବଳ ସମ୍ଭାବନା ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମାଡ଼ି ଆସୁଛି ବାତ୍ୟା; କଳାହାଣ୍ଡି, କଟକ ସମେତ ୧୨ ଜିଲ୍ଲାରେ ସ୍କୁଲ ଛୁଟି

  • ଆସନ୍ତାକାଲି ଲ୍ୟାଣ୍ଡଫଲ୍ କରିବ
ଏହା ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ୨୮ ଅକ୍ଟୋବର ୨୦୨୬ ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ଏହା ବାପାଟଲା ଓ ବିଶାଖାପାଟଣା ମଧ୍ୟରେ, ୟାନାମ ନିକଟ ଦେଇ ଏକ 'ଅତ୍ୟନ୍ତ ଭୀଷଣ ବାତ୍ୟା' ଭାବରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ସେତେବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ରହିପାରେ, ଯାହା ଝଟକା ପବନ ରୂପେ ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।

  • ଏହି ଜିଲ୍ଲାଗୁଡ଼ିକୁ ଆଲର୍ଟ
ଆସନ୍ତା ୨୪ ଘଣ୍ଟା ପାଇଁ ୨ ଜିଲ୍ଲାକୁ ରେଡ୍ ଆଲର୍ଟ, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ପବନର ବେଗ ରହିବ ୪୦ରୁ ୫୦ ଓ ଝଟକା ପବନ ୫୦ କିମି । ସେହିପରି କୋରାପୁଟ, ମାଲକାନଗିରିରେ ବର୍ଷା ସହ ପବନର ବେଗ ଅଧିକ ରହିବ ଅର୍ଥାତ ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିମ୍ବା ଝଟକା ପବନ ୭୦ କିମି । ରାୟଗଡ଼ା,କନ୍ଧମାଳ, ନୟାଗଡ଼, ପୁରୀ,ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।