|
logo
Live

Argus News - ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି

Odisha

ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି

Jitendra Dash
Browse all articles by Jitendra Dash
·2 years ago·2 min read
ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି

ଅର୍ଗସ ବ୍ୟୁରୋ : ଦକ୍ଷିଣ - ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତଥ୍ୟ ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ସୁଦ୍ଧା ପୂର୍ବ ତାମିଲନାଡୁରୁ ଉପକୂଳର ୪୦୦ କିମି ଦୂରରେ ଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଉତର-ପ୧⁄୨ମ ଦିଗରେ ଗତି କରିବା ସହ ଡିସେମ୍ବର ୪ ତାରିଖ ରାତି କିମ୍ବା ଡିସେମ୍ବର ୫ ତାରିଖ ସକାଳେ ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରେ ଉପକୂଳ ଅତିକ୍ରମ କରିବ ବୋଲି ସିଇସି ପ୍ରକାଶ କରିଛି । ପରବର୍ତ୍ତୀ ସମୟରେ ଏହା ନିଜର ଗତିପଥ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ସ୍ଥଳ ଭାଗରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି , ଗଞ୍ଜାମ୍‌ରେ ଡିସେମ୍ବର ୫ ତାରିଖରେ ପବନର ବେଗ ଘଂଟା ପ୍ରତି ୭୫ କିମି ରହିବାର ସମ୍ଭାବନା ରହିଛି । ଏଥି ସହିତ ଏହି ସବୁ ଜିଲ୍ଲା ସମେତ କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି କହିଛି ।

ଏହି ସବୁ ଜିଲ୍ଲାଗୁଡ଼ିକରେ ଡିସେମ୍ବର ୫ ଓ ୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବେଳେ ଡିସେମ୍ବର ୫ ରୁ ୭ ତାରିଖ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକ ଜିଲ୍ଲା ସମେତ ଏହାର ନିକଟବର୍ତ୍ତୀ ଅଂଚଳଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ, ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସିଇସି କହିଛି ।

Sponsored
ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି | Argus News